ସେଲ୍ଫି ପ୍ରତାରଣାର କଲା ପର୍ଦ୍ଦାଫାସ, I-PHONEର ଏହି FEATURE ଜଣାଇଲା ସତ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରେମରେ ବିଶ୍ବାସ ଅତ୍ୟନ୍ତ ଜରୁରୀ । ବିଶ୍ବାସ ବିନା ସମ୍ପର୍କ ତିଷ୍ଠି ପାରେନି । ସତ କହିବାକୁ ଗଲେ ବିଶ୍ବାସ ବିନା କୌଣସି ସମ୍ପର୍କ ଆଗକୁ ବଢିବା ସମ୍ଭବ ନୁହେଁ । ଯଦି ଦୁଇ ଜଣଙ୍କ ବିଶ୍ବାସରୁ କାହାର ଜଣକର ଭାଙ୍ଗିଯାଏ ତେବେ ସମ୍ପର୍କ ସ୍ଥାୟୀ ହୋଇ ରହିପାରିବ ନାହିଁ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକରେ ଜଣେ ଯୁବତୀ ନିଜ ପ୍ରତାରିତ ପ୍ରେମିକର ପର୍ଦ୍ଦାଫାଶ କରି ଚର୍ଚ୍ଚାରେ ଆସିଛନ୍ତି। ସେ ଏକ ଫଟୋରୁ ତାଙ୍କ ସହ ପ୍ରେମିକ ଧୋକା କରିଥିବାର ଜାଣି ପାରିଥିଲେ। ଏହି ଫଟୋଟି ଯୁବତୀଙ୍କ ପ୍ରେମିକର ହୋଟେଲ ରୁମର ଥିଲା। ଯେଉଁଠାରେ ପ୍ରେମୀ ଜଣକ  ଏକୁଟିଆ ଥିବାର କହିଥିଲେ କିନ୍ତୁ ବାସ୍ତବତା ଅନ୍ୟ କିଛି ଥିଲା ।

ଟିକଟକରେ ସେରେନା କେରିଗାନ ନାମକ ଯୁବତୀ ତାଙ୍କ ପ୍ରେମିକଙ୍କ ହୋଟେଲ ରୁମ ଫଟୋ ଦେଖିବା ପରେ ତାଙ୍କ ସହ ବ୍ରେକ୍ ଅପ୍ କରିଥିଲେ। ସେରେନାଙ୍କ ପ୍ରେମିକ ତାଙ୍କ ଅଫିସ୍ ଟୁର୍ ସମୟରେ ଏକ ହୋଟେଲରେ ଥିଲେ । ଉକ୍ତ କୋଠରୀରେ ଯୁବକ ଜଣଙ୍କ ସେରେନାଙ୍କୁ ଖାଲି ଶଯ୍ୟାର ଚିତ୍ର ପଠାଇ ଲେଖିଥିଲେ ଯେ, ସେ ତାଙ୍କୁ ବହୁତ miss କରୁଛନ୍ତି। ଖଟ ଉପରେ ତକିଆ ଏବଂ ଏକ ସଫ୍ଟ ଟୟେ ଥିଲା। କିନ୍ତୁ ଏହି ଇନୋସେଣ୍ଟ ଫଟୋ ଯୋଗୁଁ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଥିଲା।

ସେରେନା ପ୍ରେମିକ ପଠାଇଥିବା ଫଟୋ ଦେଖିବା ପରେ ସେ ମଧ୍ୟ ତାଙ୍କୁ ମନେ ପକାଇବାକୁ ଲାଗିଲେ। ଏହାପରେ ସେ ସେହି ଫଟୋଟିକୁ ଆଇଫୋନରେ ଲାଇଭ୍ ଭର୍ସନ୍ ରେ କ୍ଲିକ୍ କରିଥିଲେ। ଏହି featureରେ ଚିତ୍ର ଉତ୍ତୋଳନ ହେବାର କିଛି ସମୟ ପୂର୍ବରୁ ଏବଂ କିଛି ସମୟ ପରର କ୍ଷଣଗୁଡ଼ିକ ମଧ୍ୟ ଜଣା ପଡିଯାଇଥାଏ। ଯେତେବେଳେ ସେରେନା,  ସେ ସେହି ଖଟରେ ଗୋଟିଏ ଝିଅକୁ ଦେଖିଲେ। ସେହି ଝିଅଟି ହସିହସି ସେରେନାଙ୍କ ପ୍ରେମିକର ଶଯ୍ୟା ଉପରେ ଶୋଇଥିଲା। ସେରେନା ବୁଝି ଯାଇଥିଲେ ଯେ ତାଙ୍କୁ ପ୍ରେମରେ ପ୍ରତାରଣା ମିଳିଛି। ସେ ସଙ୍ଗେ ସଙ୍ଗେ ଏହାର ଏକ ଭିଡିଓ ପୋଷ୍ଟ କରି ଲେଖିଥିଲେ ଯେ, ଯେତେବେଳେ ତୁମର ପ୍ରେମିକ ତୁମକୁ କହିଲା ଯେ ସେ ତୁମକୁ ମିସ୍ କରୁଛି । ଏବଂ ଏକାସାଙ୍ଗରେ ଅନ୍ୟ ଝିଅ ସହିତ ରୁମରେ ଏକାଠି ଦେଖାଯାଇଥାଏ। ଏହା ପରେ ଏହି ପୋଷ୍ଟ ଭାଇରାଲ ହୋଇଥିଲା। ଆଇଫୋନର ଏହି featureକୁ ଲୋକମାନେ ବେଶ ପ୍ରଶଂସା କରିଛନ୍ତି, ଯାହା ଝିଅଟିର ଜୀବନ ରକ୍ଷା କରିଛି ବୋଲି ଅନେକ ମନ୍ତବ୍ୟ ଦେଇଛନ୍ତି। ତେବେ ଯୁବକକୁ ଏହି ଭୁଲ୍ ପାଇଁ ଉପଯୁକ୍ତ ଶାସ୍ତି ମିଳିବା ଦରକାର ବୋଲି ଅନେକ କମେଣ୍ଟରେ ଲେଖିଛନ୍ତି।

Leave a Reply

Your email address will not be published. Required fields are marked *