ସିଦ୍ଧାନ୍ତ ମହାପାତ୍ରଙ୍କ ସମ୍ପର୍କରେ ଭୁଲ ତଥ୍ୟ, ଦୋଷ ସୁଧାରିଲା ୱିକିପିଡିଆ

ସିଦ୍ଧାନ୍ତ ମହାପାତ୍ରଙ୍କ ସମ୍ପର୍କରେ ଭୁଲ ତଥ୍ୟ, ଦୋଷ ସୁଧାରିଲା ୱିକିପିଡିଆ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଓଲିଉଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ବିଷୟରେ ୱିକିପିଡିଆରେ ରହିଛି ଭୁଲ ତଥ୍ୟ। ତେବେ ଖବର ପ୍ରସାରଣ ପରେ ସେହି ତ୍ରୁଟିକୁ ହଟାଇଦିଆଯାଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ସିଦ୍ଧାନ୍ତ ମହାପାତ୍ର ବଲିଉଡ୍‌ ଅଭିନେତ୍ରୀ ଫରାହ ନାଜ୍‌ଙ୍କ ଭିଣୋଇ ଲେଖା ରହିବା ସହ ସେ ୧୯୯୩ ମସିହାରେ ପ୍ରଥମେ ମାଲାୟାଲମ୍‌ ଅତିନେତ୍ରୀ ମାଲ୍ଲୁ ମାରିଆ (ମରିୟମ୍‌ ନାଜ୍)ଙ୍କୁ ବିବାହ କରିଥିଲେ ବୋଲି ଲେଖାଥିଲା।ଆହୁରି ମଧ୍ୟ ପ୍ରଥମ ବିବାହରୁ ତାଙ୍କର ୩ଟି ପୁଅ ଓ ଗୋଟିଏ ଝିଅ ‌ଥିବା ଏଥିରେ ଲେଖା ହୋଇଥିଲା। ଏହାପରେ ୨୦୦୪ ମସିହାରେ ସେ କନ୍ନଡ଼ ଅଭିନେତ୍ରୀ ମାୟେଶା ତସ୍‌ଲିମ୍‌ ହାସ୍‌ମିଙ୍କୁ ବିବାହ କରିଥିଲେ ବୋଲି ଲେଖା ଯାଇଥିଲା। ଏହି ବିବାହରୁ ତାଙ୍କ ଝିଅ ସାଇସିଦ୍ଧି ମହାପାତ୍ର ଓ ପୁଅ ସାଇସମର୍ଥ ମହାପାତ୍ର ହୋଇଥିବା ୱିକିପିଡିଆରେ ଉଲ୍ଲେଖ ରହିଥିଲା। ତେବେ ଏଭଳି କାମ କିଏ କରିଛି ସେ ନେଇ କୌଣସି ତଥ୍ୟ ମିଳି ନାହିଁ । ଏହା ସୁସ୍ଥ ମସ୍ତିଷ୍କରେ କେହି କରିଛି ନା ତାଙ୍କୁ ବଦନାମ ପାଇଁ ଏଭଳି କେହି କରିଛି ଜଣା ପଡ଼ି ନାହିଁ।

ସୂଚନା ଥାଉକି, କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟର ଅର୍ଶଦୀପ ସିଂହଙ୍କ ୱିକିପିଡିଆ ପେଜ୍‌କୁ ଦୁବୃର୍ତ୍ତମାନେ ଏଡିଟ୍‌ କରି ଦେଇଥିଲେ। ଯେଉଁଥିରେ ଏସିଆ କପ୍‌ରେ ଏକ କ୍ୟାଚ୍ ହାତଛଡ଼ା କରିବାକୁ ନେଇ ଅର୍ଶଦୀପଙ୍କୁ ଖଲିସ୍ତାନୀ ସଂସ୍ଥା ସହିତ ଯୋଡ଼ା ଯାଇଥିଲା। ଯାହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଯାହାପରେ କେନ୍ଦ୍ର ସରକାର ଏହାର ତନାଘନା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏଡିଟ୍‌ କରାଯାଇଥିବା ଆଇପି ଆଡ୍ରେସ ପାକିସ୍ତାନରୁ ହୋଇଥିବା ଜଣା ପଡିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: