ବିୟର ପିଉଥିବା ଲୋକଙ୍କୁ ଅଧିକ କାମୁଡ଼ନ୍ତି ମଶା

ବିୟର ପିଉଥିବା ଲୋକଙ୍କୁ ଅଧିକ କାମୁଡ଼ନ୍ତି ମଶା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆପଣ ନିଶ୍ଚିତ ଭାବରେ ନିଜ ଆଖପାଖରେ ଦେଖିଥିବେ ବା ଶୁଣିଥିବେ ଯେ କିଛି ଲୋକଙ୍କୁ ମଶା ଗୋଡେଇ ଗୋଡେଇ କମୁଡ଼ନ୍ତି କିମ୍ବା ଅନ୍ୟ ମାନଙ୍କ ଅପେକ୍ଷା କେତେକ ଲୋକଙ୍କୁ ଅଧିକ ମଶା କମୁଡୁଥିବାର ଅଭିଯୋଗ ହୋଇଥାଏ। କିଛି ଲୋକ ଅଛନ୍ତି ଯେଉଁମାନଙ୍କର ମଶା ବିଲକୁଲ କାମୁଡେ ନାହିଁ। ତେବେ କାହିଁକି ମଶା କିଛି ଲୋକଙ୍କୁ ଅଧିକ କମୁଡୁଥିବାର ଅଭିଯୋଗ ଆସିଥାଏ।ଏଭଳି କାହିଁକି ଘଟେ? କାହିଁକି କିଛି ଲୋକଙ୍କୁ ଅଧିକ ମଶା କାମୁଡ଼ନ୍ତି ଏବଂ କିଛି ଲୋକଙ୍କୁ ଆଦୌ କମୁଡ଼ନ୍ତି ନାହିଁ! ଏହା ପଛର କାରଣ ଏହା କଦାପି ନୁହେଁ ଯେ ଜଣେ ବ୍ୟକ୍ତିଙ୍କ ରକ୍ତ ମଶାକୁ ଅଧିକ ସ୍ୱାଦିଷ୍ଟ ଲାଗିଥାଏ ଏବଂ ଅନ୍ୟ ଜଣଙ୍କର ରକ୍ତ ଖରାପ ଲାଗିଥାଏ। ବରଂ ଏହା ପଛରେ ଭିନ୍ନ କିଛି କାରଣ ରହିଛି।

ପ୍ରଥମଟି ହେଉଛି କାର୍ବନ ଡାଇଅକ୍ସାଇଡ୍। ହେଲ୍ଥଲାଇନ ୱେବସାଇଟ୍ ର ରିପୋର୍ଟ ଅନୁଯାୟୀ, ଆମେ ସମସ୍ତେ କାର୍ବନ ଡାଇଅକ୍ସାଇଡ୍ ଛାଡ଼ି ଥାଉ । ମଶା ଏହି ଗ୍ୟାସକୁ ସହଜରେ ଚିହ୍ନିଥାଏ। ଯେତେବେଳେ ଜଣେ ବ୍ୟକ୍ତି ଅଧିକ ସକ୍ରିୟ ଥାଏ, ମୁକ୍ତ ହୋଇଥିବା କାର୍ବନ ଡାଇଅକ୍ସାଇଡର ପରିମାଣ ମଧ୍ୟ ବଢ଼ିଥାଏ। ଏପରି ପରିସ୍ଥିତିରେ, ମଶାମାନେ ଜାଣି ପାରନ୍ତି ଯେ ସେମାନଙ୍କ ଚାରିପାଖରେ ଜଣେ ବ୍ୟକ୍ତି ଅଛନ୍ତି।

ଦ୍ୱିତୀୟ କାରଣ ହେଉଛି ମାନବ ଶରୀରର ଦୁର୍ଗନ୍ଧ । କିଛି ଲୋକଙ୍କ ଗନ୍ଧ ମଶାକୁ ଅଧିକ ଆକର୍ଷିତ କରୁଥିବାବେଳେ କିଛି ଲୋକଙ୍କ ଶରୀର କମ୍ କରିଥାଏ । ବାସ୍ତବରେ, ଆମର ଝାଳ ଏବଂ ଚର୍ମରେ ଗନ୍ଧ ସହିତ ଜଡିତ ଏହି ପଦାର୍ଥ ଥାଏ, ଯାହା ମଶାମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ। ଏଥି ମଧ୍ୟରେ ଲାକ୍ଟିକ୍ ଏସିଡ୍ ଏବଂ ଆମୋନିୟା ଅନ୍ତର୍ଭୁକ୍ତ । ୨୦୧୧ ମସିହାରେ ହୋଇଥିବା ଅନୁସନ୍ଧାନ ଅନୁଯାୟୀ, ଯଦି ଚର୍ମରେ ଅଧିକ ମାଇକ୍ରୋବସ୍ ଥାଏ, ତେବେ ମଶା ଶରୀର ପ୍ରତି କମ୍ ଆକର୍ଷିତ ହେବେ।

କଳା ରଙ୍ଗ ମଶାକୁ ଅଧିକ ଆକର୍ଷିତ କରିଥାଏ । ଗାଢ଼ କଳା ଚର୍ମ ରଙ୍ଗ କିମ୍ବା ଗାଢ଼ ରଙ୍ଗର ପୋଷାକ ପ୍ରତି ମଶା ଅଧିକ ଆକର୍ଷିତ ହୁଅନ୍ତି। ଏହା ବ୍ୟତୀତ, ଯଦି ମଶା ଆମ ଶରୀରରୁ ଅଧିକ ଉତ୍ତାପ ବାହାରୁଥିବାର ଦେଖନ୍ତି, ତେବେ ସେମାନେ ଆମ ଆଡକୁ ଅଧିକ ଆସନ୍ତି । କେବଳ ଏତିକି ନୁହେଁ, ୨୦୦୨ ମସିହାରେ ହୋଇଥିବା ଏକ ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଯେଉଁମାନେ ଅଧିକ ବିୟର ପିଉଛନ୍ତି ସେମାନଙ୍କ ପ୍ରତି ମଶା ଅଧିକ ଆକର୍ଷିତ ହୁଅନ୍ତି। ଗର୍ଭବତୀ ମହିଳାମାନଙ୍କ ପ୍ରତି ମଶା ଅଧିକ ଆକର୍ଷିତ ହୁଅନ୍ତି କାରଣ ସେମାନଙ୍କର ଶରୀରର ତାପମାତ୍ରା ଅଧିକ ରହି ଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: