ଏହି ସ୍ଥାନରେ ଓଲଟା ଦିଗରେ ବୁଲୁଛୁ ଘଣ୍ଟାର କଣ୍ଟା

ଏହି ସ୍ଥାନରେ ଓଲଟା ଦିଗରେ ବୁଲୁଛୁ ଘଣ୍ଟାର କଣ୍ଟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଭାରତର ଏପରି ଗୋଟିଏ ଗାଁ ଯେଉଁଠାରେ ଘଣ୍ଟା ବିପରୀତ ଦିଗକୁ ଚାଲିଥାଏ। କେବଳ ଏତିକି ନୁହେଁ, ଏଠାରେ ରହୁଥିବା ସମ୍ପ୍ରଦାୟମାନେ ଏହି ଘଣ୍ଟା ଅନୁଯାୟୀ ଯାଆନ୍ତି ଏବଂ ବିବାହ ସମୟରେ, ବରବଧୂ ମଧ୍ୟ ଓଲଟା ଫେରା ନେଇଥାନ୍ତି । ଏହି ଅଦ୍ଭୁତ ସ୍ଥାନ ଯେଉଁଠାରେ ଘଣ୍ଟା ବିପରୀତ ଦିଗକୁ ଗତି କରେ, ତାହା ଭାରତର ଛତିଶଗଡରେ ରହିଛି। ଏଠାରେ ୧୨ ଟା ପରେ ୧୧ ଟା ଆସିଥାଏ ୧ଟା ନୁହେଁ। ଦୁନିଆରେ ଚାଲୁଥିବା ସମସ୍ତ ଘଣ୍ଟା, ବାମରୁ ଡାହାଣକୁ ଚାଲିଥାଏ। ବାର ଘଣ୍ଟା ପରେ ସମସ୍ତ ଘଣ୍ଟା ଗୋଟିଏ ବାଜିଥାଏ, ତା’ପରେ ଦୁଇ ଏବଂ ତାପରେ ତିନି, କିନ୍ତୁ ଭାରତର ଛତିଶଗଡରେ ଥିବା ଏହି ଗାଁରେ ଘଣ୍ଟା ଡାହାଣରୁ ବାମକୁ ଚାଲିଥାଏ। ତାହା ହେଉଛି, ୧୨ ପରେ ୧୧ ଏବଂ ତା’ପରେ ୧୦ ଏବଂ ୯,୮ ଏଭଳି ଆସିଥାଏ ।

ଯେବେଠୁ ଏହି ଗାଁକୁ ଘଣ୍ଟା ଆସିଛି, ସମସ୍ତ ଘଣ୍ଟା ବିପରୀତ ଦିଗକୁ ଚାଲିଥାଏ।ଗାଁର ନାମ ହେଉଛି କୋରବା। ଏଠାରେ ବାସ କରୁଥିବା ଆଦିବାସୀମାନେ ଶକ୍ତି ପୀଠ ସହିତ ଜଡିତ ଗୋଣ୍ଡ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି। ସେମାନେ ସର୍ବଦା ଓଲଟା ଦିଗର ଘଣ୍ଟା ବ୍ୟବହାର କରନ୍ତି।ଘଣ୍ଟା ଓଲଟା ଚାଲିବା ପଛର କାରଣ:ଆଦିବାସୀଙ୍କ କହିବାନୁସାରେ, ସେମାନଙ୍କର ଘଣ୍ଟା ଠିକ୍ ଚାଲିଥାଏ, ଯେତେବେଳେ ବିଶ୍ୱର ଅବଶିଷ୍ଟ ଘଣ୍ଟା ଭୁଲ୍ ଚାଲିଥାଏ। ସମ୍ପ୍ରଦାୟର ଲୋକମାନେ କୁହନ୍ତୁ ଯେ ପୃଥିବୀ ଡାହାଣରୁ ବାମକୁ ଘୂର୍ଣ୍ଣନ କରେ। ଆହୁରି ମଧ୍ୟ, ଚନ୍ଦ୍ରଠାରୁ ସୂର୍ଯ୍ୟ ପର୍ଯ୍ୟନ୍ତ ଏବଂ ତାରାମାନେ ମଧ୍ୟ ଏହି ଦିଗରେ ଘୂର୍ଣ୍ଣନ କରନ୍ତି। ଏହା ବ୍ୟତୀତ ପୋଖରୀରେ ସୃଷ୍ଟି ହେଉଥିବା ଭଉଁରୀ ମଧ୍ୟ ଏହି ଦିଗରେ ଘୂର୍ଣ୍ଣନ କରେ । ଏହି କାରଣରୁ ସେଠାକା ଲୋକମାନେ ଘଣ୍ଟାର ଚାଲିବା ଦିଗ ଏଭଳି ରଖିଛନ୍ତି।

ଗୋଣ୍ଡୱାନା ସମୟ:

ସମ୍ପ୍ରଦାୟର ଲୋକମାନେ କେବଳ ସେମାନଙ୍କର ଘଣ୍ଟାକୁ ସଠିକ୍ ବୋଲି ଭାବନ୍ତି ନାହିଁ ବରଂ ସେମାନେ ନିଜ ଘଣ୍ଟାକୁ ଏକ ବିଶେଷ ନାମ ମଧ୍ୟ ଦେଇଛନ୍ତି । ଏହି ନାମ ସେମାନଙ୍କ ସମ୍ପ୍ରଦାୟର ନାମ ସହିତ ଜଡିତ। ସେ ଘଣ୍ଟାର ନାମ ଗୋଣ୍ଡୱାନା ଟାଇମ୍ ରଖିଛନ୍ତି।

୩୦ ସମ୍ପ୍ରଦାୟ ଏହି ଘଣ୍ଟା ଦ୍ୱାରା ପରିଚାଳିତ:

ଗୋଣ୍ଡୱାନା ସମୟ ଅନୁସରଣ କରୁଥିବା କେବଳ ଗୋଟିଏ ସମ୍ପ୍ରଦାୟ ନୁହେଁ, ୩୦ ସମ୍ପ୍ରଦାୟ ଏହି ଘଣ୍ଟା ଅନୁସରଣ କରନ୍ତି।ଏଠାକାର ଆଦିବାସୀମାନେ କୁହନ୍ତି ଯେ ସେମାନଙ୍କର ଘଣ୍ଟା ସେହି ଦିଗରେ ଚାଲିଥାଏ ଯେଉଁଠାରେ ପ୍ରକୃତିର ଚକ୍ର ଗତି କରେ । ଆଦିବାସୀ ସମ୍ପ୍ରଦାୟର ଏହି ଲୋକମାନେ ମହୁଆ, ପାର୍ସା ଏବଂ ଅନ୍ୟାନ୍ୟ ଗଛକୁ ପୂଜା କରନ୍ତି। କେବଳ ଘଣ୍ଟା ନୁହେଁ ବାହାଘରରେ ବର କନ୍ୟା ଓଲଟା ଦିଗରେ ପରିକ୍ରମା କରିଥାନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: