ଏହି ସ୍ଥାନରେ ଗୋଟିଏ ସପ୍ତାହ ଆଗରୁ ପାଳନ ହୁଏ ଦୀପାବଳି, ଜାଣନ୍ତୁ କାରଣ

ଏହି ସ୍ଥାନରେ ଗୋଟିଏ ସପ୍ତାହ ଆଗରୁ ପାଳନ ହୁଏ ଦୀପାବଳି, ଜାଣନ୍ତୁ କାରଣ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଦୀପାବଳି ପାଇଁ ଆଉ ମାତ୍ର କେଇଟା ଦିନ ବାକି ଅଛି । ଦୀପାବଳିର ପର୍ବ ସମଗ୍ର ଦେଶରେ ଧୁମଧାମରେ ପାଳନ କରାଯାଏ । ଏହି ପର୍ବ ଆସିବା ପୂର୍ବରୁ ଗାଁ ଗହଳିରୁ ଆରମ୍ଭ କରି ବଜାରହାଟରେ ଭିଡ଼ ଦେଖାଯାଏ । କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶରେ ଏପରି ଏକ ସହର ଅଛି ଯେଉଁଠାରେ ଏକ ସପ୍ତାହ ପୂର୍ବରୁ ଦିୱାଲୀ ପର୍ବ ପାଳନ କରାଯାଏ । କେବଳ ଏତିକି ନୁହେଁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେବଳ ଦୀପାବଳି ନୁହେଁ, ଛତିଶଗଡର ଏହି ଗାଁର ପ୍ରତ୍ୟେକ ପର୍ବ ଏକ ସପ୍ତାହ ପୂର୍ବରୁ ପାଳନ କରାଯାଏ। ବର୍ତ୍ତମାନ ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଉଠୁଥିବ ଯେ, ଏହି ଅଦ୍ଭୁତ ପରମ୍ପରା ପଛର କାରଣ କ’ଣ? ତେବେ ଆସନ୍ତୁ ଆଜି ଏହି ପରମ୍ପରା ବିଷୟରେ ଜାଣିବା। ବାସ୍ତବରେ ଛତିଶଗଡର ସେମରା ଗ୍ରାମରେ ଏହି ପରମ୍ପରା ପାଳନ କରାଯାଏ। ଦେଶର କୌଣସି କୋଣରେ ଏହି ପରମ୍ପରା ଦେଖିବାକୁ ପାଇବେ ନାହିଁ।

ଖୁସିର ପର୍ବ, ଦୀପାବଳି ଲଙ୍କା ଉପରେ ଭଗବାନ ରାମଙ୍କ ବିଜୟର ଆନନ୍ଦରେ ପାଳନ କରାଯାଏ । ଏହି ଦିନ, ପ୍ରତ୍ୟେକ ଘରେ ପ୍ରଦୀପ ପ୍ରଜ୍ଵଲନ କରି ଅମାବାସ୍ୟାର ଘୋର ଅନ୍ଧକାରକୁ ଦୂର କରିବା ସହ ଆମ ଜୀବନରେ ନୂତନ ଆଲୋକ ଆଣିବା ପାଇଁ ପ୍ରାର୍ଥନା କରାଯାଏ। ତେବେ ଏହି ଗ୍ରାମରେ ଗୋଟିଏ ସପ୍ତାହ ଆଗରୁ ଦୀପାବଳି ପାଳନ ସହ ଗୋବର୍ଦ୍ଧନ ପୂଜା ସରିଛି।ଛତିଶଗଡର ଏହି ଗାଁରେ ଗତ ୫ ଦଶନ୍ଧି ଧରି ଦୀପାବଳିର ଏକ ସପ୍ତାହ ପୂର୍ବରୁ ପାଳନ କରିବାର ପରମ୍ପରା ଚାଲିଛି। କେବଳ ଦୀପାବଳି ନୁହେଁ ହୋଲି ଏବଂ ହାରେଲି ପୋଲା ପର୍ବ ମଧ୍ୟ ଏକ ସପ୍ତାହ ପୂର୍ବରୁ ପାଳନ କରାଯାଏ ।ପ୍ରତ୍ୟେକ ବର୍ଷ ଗାଁର ପ୍ରାଙ୍ଗଣରେ ସୁନ୍ଦର ରଙ୍ଗୋଲି ତିଆରି କରାଯାଇଥାଏ। ଲୋକମାନେ ସମଗ୍ର ଗାଁକୁ ମାଟି ଦୀପ ଜାଳି ସଜେଇଥାନ୍ତି। ଏଥି ସହିତ, ପିଲାମାନେ ଏବଂ ବୟସ୍କ ମାନେ ବାଣ ଫୁଟାଇ ଉତ୍ସବ ପାଳନ କରନ୍ତି।ଏହି ପରମ୍ପରା ନେଇ ଗାଁର ଲୋକମାନେ କୁହନ୍ତି ଜଣେ ସାଧୁ ଗାଁକୁ ଏକ ବଡ ବିପଦରୁ ମୁକ୍ତ କରିଥିଲେ। ଏହା ପରେ ଗାଁର ପୁରୋହିତ ଏକ ସ୍ୱପ୍ନ ଦେଖିଥିଲେ, ଯାହା ଅନୁଯାୟୀ ସିଦ୍ଧ ପୁରୁଷ ନିଶ୍ଚିତ କରିଥିଲେ ଯେ ଗାଁରେ କୌଣସି ବିପଦ ଆସିବ ନାହିଁ ଏବଂ ଏଥିପାଇଁ ଆପଣଙ୍କୁ ପ୍ରଥମେ ମୋତେ ପୂଜା କରିବାକୁ ପଡ଼ିବ। ଏହି କାରଣରୁ ପ୍ରତିବର୍ଷ ଏହି ପର୍ବ ୭ ଦିନ ପୂର୍ବରୁ ପାଳନ କରାଯାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: