ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ୍ ମହେନ୍ଦ୍ରଗଡ ସ୍ଥିତ ଛେଳିଗଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଆଜି ସକାଳେ ଭିଜିଲାନ୍ସର ୫ ଜଣିଆ ଟିମ୍ ଶ୍ରୀ ସାହୁଙ୍କ ସରକାରୀ ବାସଭବନ ସମେତ ଆଉ କେତେକ ସ୍ଥାନରେ ଚଢ଼ାଉ କରିଥିଲେ । ଏଥିସହ, ବ୍ରହ୍ମପୁର ସ୍ଥିତ ଗୋପବନ୍ଧୁ ନଗର ଏବଂ ଜ୍ୟୋତି ନଗରରେ ମଧ୍ୟ ଏକା କାଳୀନ ୩ ଟି ସ୍ଥାନରେ ଚଢ଼ାଉ ହୋଇଥିଲା । ତେବେ କେତେ ପରିମାଣର ସଂପତ୍ତି ଠାବ ହୋଇଛି ତାର ଆକଳନ ହୋଇନଥିବା ବେଳେ, ସମସ୍ତ ପ୍ରକାର କାଗଜପତ୍ର ଓ କ୍ୱାଟରରେ ଥିବା ଜିନିଷପତ୍ରର ଯାଞ୍ଚ ହୋଇଛି । ପୂର୍ବରୁ ଅନେକ ଥର ଅଭିଯୋଗ ପରେ ଶ୍ରୀ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: