ସୋନୁ ସୁଦଙ୍କୁ ସମ୍ମାନିତ କଲା ମିଳିତ ଜାତିସଂଘ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅଭିନେତା ସୋନୁ ସୁଦ। କୋରୋନା କାଳରେ କାହା ପାଇଁ ସେ ଆଶା ବାଡ଼ି ତ ପୁଣି ଆଉ କାହାର ଅନ୍ଧ ଲଉଡ଼ି। କାହା ପାଇଁ ସେ ମସିହା ତ ଆଉ କାହା ପାଇଁ ଭଗବାନ । କୋରୋନା ମହାମାରୀ ସମୟରେ ଗରିବ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇ ସମସ୍ତଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସୋନୁ ସୁଦଙ୍କୁ ମିଳିତ ଜାତିସଂଘ ଦ୍ୱାରା ସମ୍ମାନଜନକ SDG ସ୍ୱତନ୍ତ୍ର ମାନବିକତା ଆକ୍ସନ୍ ପୁରସ୍କାର (SDG Special Humanitarian Action Award)ରେ ସମ୍ମାନିତ କରାଯାଇଛି ।

ସୋମବାର ଅନୁଷ୍ଠିତ ଏକ ଭର୍ଚୁଆଲ୍ ସମାରୋହରେ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ସୋନୁ ସୁଦଙ୍କୁ ସମ୍ମାନିତ କରାଯାଇଥିଲା। ପରୁସ୍କାର ପାଇବା ପରେ ସୋନୁ ସୁଦ କହିଛନ୍ତି, ଏହା ଏକ ବହୁମୂଲ୍ୟ ସମ୍ମାନ…ମୁଁ ଯାହା କିଛି କରିଛି, ମୋର ସାଥି ଦେଶବାସୀଙ୍କ ପାଇଁ କରିଛି । ବିନା କୌଣସି ଆଶାରେ । ଏଥିପାଇଁ ସମ୍ମାନିତ ହେବା ଭଲ ଲାଗୁଛି ।
ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଠାରୁ ଆରମ୍ଭ କରି ଲୋକଙ୍କୁ ଚାକିରି ଦେବା, ପିଲାଙ୍କୁ ମାଗଣାରେ ଶିକ୍ଷା ଏବଂ ଚିକିତ୍ସା ଯୋଗାଇବାରେ ସୋନୁ ସୁଦ କୌଣସି କଷର ଛାଡି ନାହାଁନ୍ତି। ଏହି କାରଣରୁ ଲୋକମାନେ ସୋନୁଙ୍କୁ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି |

%d bloggers like this: