ସ୍ବରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ବରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପ୍ରିଜମ ନ୍ୟୁଜ ବ୍ୟୁରୋ:ସ୍ବରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ପିପିଲି ସ୍ଥିତ ପୁବଶାସନ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗତ ୨୪ତାରିଖ ଶନିବାର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅତିଥି ମାନଙ୍କୁ ବୃକ୍ଷ ଚାରା ଦେଇ ସ୍ଵାଗତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ସ୍ବରାଷ୍ଟ୍ର ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ସରୋଜ କୁମାର ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷର ମହତ୍ଵ ଓ ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷରୋପଣ ର ଗୁରୁତ୍ଵ ଉପରେ ଦିଗଦର୍ଶନ ଦେଇଥିଲେ । ସେହିପରି ଉପ ଶାସନ ସଚିବ ତାପସ କୁମାର ସାହୁ, ସାଧନ କେନ୍ଦ୍ର ସଂଯୋଜକ ବଟକୃଷ୍ଣ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମାରୀ ଦାଶ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ନିଜ ଜୀବନ ସମୟରେ ବୃକ୍ଷରୋପଣ କରି ତାର ଯତ୍ନ ନେବାକୁ ଉତ୍ସାହିତ କରିଥିଲେ ।

ଅନୁଶାସନ ସଚିବ ଆଲୋକ କୁମାର ବେହୁରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ପରିଷଦ ର ସାଧାରଣ ସମ୍ପାଦକ ବିଜୟ ସ୍ୱରୂପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ ଏବଂ ଛାତ୍ରଛାତ୍ରୀମାନେ ସାଂସ୍କୃତିକ ପରିଷଦର ସଭ୍ଯ ଓ ସଭ୍ୟା ମାନଙ୍କ ସହିତ ବିଦ୍ୟାଳୟ ପରିସରରେ ବିଭିନ୍ନ ଗଛ ଲଗାଇଥିଲେ । ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ ଡାଲମିଆ ସିମେନ୍ଟ ଭାରତ ଲିମିଟେଡ ପ୍ରୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦର ସଭ୍ଯ ଓ ସଭ୍ୟାମାନେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: