ସୁନ୍ଦର ତ୍ୱଚା ପାଇଁ ଫ୍ରୁଟ ଫେସ୍ ପ୍ୟାକ୍

ସୁନ୍ଦର ତ୍ୱଚା ପାଇଁ ଫ୍ରୁଟ ଫେସ୍ ପ୍ୟାକ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଫଳ କେବଳ ଆମକୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରେ ତାହା ନୁହେଁ, ଏଥିରେ ଥିବା ପ୍ରଚୁର ପରିମାଣର ଭିଟାମିନ୍ ଏବଂ ମିନେରାଲ୍ସ୍ ଶରୀର ସହିତ ଆମ ଚେହେରାକୁ ମଧ୍ୟ ସୁନ୍ଦର କରିଥାଏ । ଏହଦ୍ୱାରା ଚେହେରାକୁ ତତ୍‌କ୍ଷଣାତ୍ ଚମକ ମିଳିଥାଏ । ନିତିଦିନିଆ ବ୍ୟବହୃତ ସାମଗ୍ରୀ ଏବଂ ଅଳ୍ପ କିଛି ଫଳକୁ ନେଇ ଆପଣ ପାଇପାରିବେ ଖୁବ୍ ଆକର୍ଷଣୀୟ ତ୍ୱଚା । ତେବେ ବିଭିନ୍ନ ପ୍ରକାରର ତ୍ୱଚା ପାଇଁ ରହିଛି ଭିନ୍ନ ଭିନ୍ନ ଫଳର ଫେସ୍ ପ୍ୟାକ୍ । ଏହା ଖୁବ୍ ଉପଯୋଗୀ । ତେବେ ଚାଲନ୍ତୁ ସେ ବିଷୟରେ ଜାଣିବା…

ତୈଳ ଯୁକ୍ତ ତ୍ୱଚା:-
ତୈଳ ଯୁକ୍ତ ତ୍ୱଚାରେ ମୁଖ ବ୍ରଣ, ଓପନ ପୋର୍ସ ଆଦି ଅନେକ ସମସ୍ୟା ଦେଖାଦେଇଥାଏ । ଯଦି ଆପଣଙ୍କ ତ୍ୱଚା ତେଲିଆ ହୋଇଥାଏ, ତେବେ ଷ୍ଟ୍ରବେରିକୁ ତ୍ୱଚାରେ ଲଗାଇଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ । ପ୍ରଥମେ ଷ୍ଟ୍ରବେରିର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରେ ୧ ଚାମଚ ମହୁ ମିଶାନ୍ତୁ । ଏହି ମିଶ୍ରଣକୁ ଚେହେରାରେ ଲଗାଇବା ପରେ ୫ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ସେମିତି ରହିବାକୁ ଦିଅନ୍ତୁ । ଏହାକୁ ପାଣି କିମ୍ବା କ୍ଷୀରରେ ଧୋଇ ଦିଅନ୍ତୁ । ଏହି ଫେସ୍ ପ୍ୟାକ୍ ଦ୍ୱାରା ତ୍ୱଚା ଉଜ୍ୱଳ ରହିବା ସହ ତୈଳ ଅଂଶ କମ୍ ହୋଇଥାଏ ।
ଶୁଷ୍କ ତ୍ୱଚା ହୋଇଥିଲେ:-
କାକୁଡ଼ିର ବ୍ୟବହାର ଦ୍ୱାରା ଶୁଷ୍କ ତ୍ୱଚାର ଅନେକ ସମସ୍ୟାରୁ ଉପସମ ମିଳିଥାଏ । ସେମିତିରେ ବି କାକୁଡ଼ିକୁ ସବୁପ୍ରକାରର ତ୍ୱଚା ପାଇଁ ବ୍ୟବହାର କରାଯାଇ ପାରିବ । ମାତ୍ର ଶୁଷ୍କ ତ୍ୱଚା ପାଇଁ ଏହା ଅଧିକ ଉପଯୋଗୀ । ଚେହେରାରେ କାକୁଡ଼ିର ଫେସ୍ ପ୍ୟାକ୍ ଲଗାଇବା ଦ୍ୱାରା କୋମଳ ହୋଇଥାଏ । ଏହାଦ୍ୱାରା ଚେହେରାରେ କୌଣସି ସଂକ୍ରମଣ ହୋଇନଥାଏ । କାକୁଡ଼ି ଏବଂ କ୍ଷୀରକୁ ସମାନ ପରିମାଣରେ ମିଶାଇ ସେଥିରେ ଅଳ୍ପ ମହୁ ଏବଂ ଖାଦ୍ୟରେ ବ୍ୟବହୃତ ହେଉଥିବା ବ୍ରାଉନ୍ ସୁଗାରରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ପନ୍ଦର ମିନିଟ୍ ପର୍ଯ୍ୟନ୍ତ ତ୍ୱଚାରେ ଲଗାଇ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ସପ୍ତାହରେ ଦୁଇ ଥର ଏହି ପ୍ୟାକ୍‌କୁ ଲଗାଇ ବା ଅଧିକ ଲାଭଦାୟକ ହୋଇଥାଏ ।
ସାଧାରଣ ତ୍ୱଚା:-
ଆମ୍ବରୁ ପ୍ରସ୍ତୁତ ଫେସ୍ ପ୍ୟାକ୍ ସାଧାରଣ ତ୍ୱଚା ପାଇଁ ବେଶ୍ ଉପଯୋଗୀ । ଏଥିରେ ଥିବା ଭିଟାମିନ୍ “ଏ” ଏବଂ ଭିଟାମିନ୍ “ସି’ ତ୍ୱଚା ପାଇଁ ଖୁବ୍ ଲାଭପ୍ରଦ । ମୁହଁର କଳା ଦାଗ ଦୂର କରିବାରେ ମଧ୍ୟ ଏହା ବେଶ୍ ଉପଯୋଗୀ । ଆମ୍ବ ରସ ଏବଂ ଦୁଇ ଚାମଚ ମୁଲତାନୀ ମାଟିକୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ୱଚାରେ ୩୦ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହା ପରେ ଥଣ୍ଡା ପାଣିରେ ଏହାକୁ ଭଲ କରି ଧୋଇ ଦିଅନ୍ତୁ । ଏହା ଦ୍ୱାରା ତ୍ୱଚା ଖୁବ୍ ଉଜ୍ୱଳ ଦେଖାଯାଇ ଥାଏ । ସେହିପରି ଗ୍ଲୋଇଂ ସ୍କିନ୍ ପାଇଁ କମଳା ରସ ଓ ନଡ଼ିଆ ପାଣି, ରସ ବ୍ୟବହାର କରିପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: