ପଥର କାଟିଲେ ବାହାରୁଛି ରକ୍ତ!

ରଳ ପଥରରୁ ମାଂସ ବାହାର କରିବା ପାଇଁ ଲୋକମାନେ ଏକ ଧାରୁଆ ଛୁରୀର ବ୍ୟବହାର କରନ୍ତି। ଅନେକ ପ୍ରକାର ଖାଦ୍ୟ ଏବଂ ସାଲାଡ ପଥର ମାଂସରୁ ତିଆରି ହୋଇଥାଏ। କିନ୍ତୁ ସ୍ଥାନୀୟ ଲୋକମାନେ ପଥରକୁ କଞ୍ଚା ଖାଇବାକୁ ପସନ୍ଦ କରନ୍ତି।

ପ୍ରିଜମ ନ୍ୟୁଜ୍ ବ୍ୟୁରୋ; ଆପଣ ଅନେକ ଚମତ୍କାର ବିଷୟରେ ଶୁଣିଥିବେ ବା ଜାଣିଥିବେ। ହେଲେ ଆଜି ଆମେ ଆପଣଙ୍କୁ ଏକ ପଥର ବିଷୟରେ କହିବାକୁ ଯାଉଛୁ ଯାହାକୁ କାଟିବା ଦ୍ଵାରା ସେଥିରୁ ରକ୍ତସ୍ରାବ ହୋଇଥାଏ। ଏହି ପଥର ଭାଙ୍ଗିବା ଦ୍ଵାରା ସେଥିରୁ କୌଣସି ଖଣ୍ଡ ବାହାରି ନଥାଏ, ବରଂ ରକ୍ତ ବାହାରିବା ଆରମ୍ଭ କରେ। ଭାଙ୍ଗିବା ପରେ ଏହା ମଣିଷ ଶରୀରର ଆଘାତ ଭଳି ଦେଖାଯାଇଥାଏ। ଏହାସହ ମାଂସ ପରି ଜିନିଷ ଏହି ପଥରରୁ ବାହାରିଥାଏ, ଯାହାକୁ ଲୋକମାନେ ବଜାରରୁ କିଣି ଆଣି ଖାଇଥାନ୍ତି।

ଏହି ବିରଳ ପଥରରୁ ମାଂସ ବାହାର କରିବା ପାଇଁ ଲୋକମାନେ ଏକ ଧାରୁଆ ଛୁରୀର ବ୍ୟବହାର କରନ୍ତି। ଅନେକ ପ୍ରକାର ଖାଦ୍ୟ ଏବଂ ସାଲାଡ ପଥର ମାଂସରୁ ତିଆରି ହୋଇଥାଏ। କିନ୍ତୁ ସ୍ଥାନୀୟ ଲୋକମାନେ ପଥରକୁ କଞ୍ଚା ଖାଇବାକୁ ପସନ୍ଦ କରନ୍ତି। ବାସ୍ତବରେ ଏହି ପଥର ଏକ ସମୁଦ୍ର ପ୍ରାଣୀ। ଯିଏ ଶ୍ୱାସକ୍ରୀୟା କରେ ଏବଂ ଖାଦ୍ୟ ମଧ୍ୟ ଖାଏ। ଲିଙ୍ଗ ପରିବର୍ତ୍ତନ କରିବାର ଏହାର ଅଦ୍ଭୁତ ସାମର୍ଥ୍ୟ ରହିଛି। ଯାହା ସାହାଯ୍ୟରେ ଏହା ପିଲା ମଧ୍ୟ ଜନ୍ମ ଦେଇଥାଏ। କିନ୍ତୁ ଏହା ଏକ ଜୀବ ହୋଇଥିବା ବେଳେ ପଥର ପରି ଦେଖାଯାଏ। ଚିଲି ଏବଂ ପେରୁର ସମୁଦ୍ର କୂଳରେ ପଥରଗୁଡିକ ବହୁ ସଂଖ୍ୟାରେ ଦେଖିବାକୁ ମିଳେ। ଯଦି କେହି ଏହି ଜୀବକୁ ପ୍ରଥମ ଥର ଦେଖନ୍ତି, ତେବେ ସେ ଏହାକୁ ସାଧାରଣ ପଥର ଭାବିବେ।

ଏହି ପଥରଟି ପ୍ୟୁରା ଚିଲିଏନସିସ୍ ନାମରେ ଜଣାଶୁଣା। ଏଗୁଡିକ ପଥରରେ ଲାଗିରହିବା ସହ ଧୀରେ ଧୀରେ ଏହାର ଏକ ଅଂଶ ହୋଇଯାନ୍ତି। ଏହା ପିରିୟଡ୍ ପଥର ଭାବରେ ମଧ୍ୟ ଜଣାଶୁଣା। ଉପରୁ କଠିନ ଦେଖାଯାଉଥିବା ଏହି ପଥରଟି ଭିତରୁ ବହୁତ ନରମ ଏବଂ କୋମଳ। ଲୋକମାନେ ଏହି ପଥର ଖୋଜିବା ପାଇଁ ଗଭୀର ସମୁଦ୍ରକୁ ଯାଇଥାନ୍ତି, କାରଣ ଏହି ପଥରରୁ ବାହାରୁଥିବା ମାଂସକୁ ଲୋକମାନେ ବହୁତ ପସନ୍ଦ କରନ୍ତି। ଯେଉଁଥିପାଇଁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି।

Leave a Reply

Your email address will not be published. Required fields are marked *