ଆଜି ରାଜ୍ଯରେ ଆକ୍ରାନ୍ତଙ୍କ ସଂଖ୍ଯା ୨୧୦୬

ଆଜି ରାଜ୍ଯରେ ଆକ୍ରାନ୍ତଙ୍କ ସଂଖ୍ଯା ୨୧୦୬

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୩୨୪ଜଣ ଶିଶୁ ରହିଛନ୍ତି ।ଚିହ୍ନଟ ହୋଇଥିବା ନୂଆ ୨୧୦୬ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୬୮,୮୧୧ ରେ ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ ୧୨,୩୪,୩୫୨ ଜଣ ସୁସ୍ଥ ହେବା ସହିତ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୨୩,୬୭୨ରେ ପହଞ୍ଚିଛି ।ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୧୦୬ ଜଣ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୯ଜଣ ଥିବାବଳେ ସୁନ୍ଦରଗଡରୁ ଦ୍ୱିତୀୟ ସର୍ବାଧିକ ୨୧୯, କଟକରୁ ୧୪୫ ଜଣ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରେ ୭ ଓ ଦେବଗଡ ଜିଲ୍ଲାରେ ୯ ଏଭଳି ଅନ୍ୟ ଜିଲ୍ଲାଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ଯା କମ୍ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: