ଭାରତର ମନ୍ଦିରମାଳିନୀ ଗାଁ, ଘରଠୁ ଅଧିକ ରହିଛି ମନ୍ଦିର

ଭାରତର ମନ୍ଦିରମାଳିନୀ ଗାଁ, ଘରଠୁ ଅଧିକ ରହିଛି ମନ୍ଦିର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭାରତ ଗୋଟିଏ ଗ୍ରାମ ବହୁଳ ଦେଶ। ଏହାର ୩ ଭାଗ ଲୋକ ଏବେ ବି ଗାଁରେ ରୁହନ୍ତି। ତେବେ ସେହି ଗାଁ ଗୁଡ଼ିକ ମଧ୍ୟରୁ କେତେକ ଏଭଳି ରହିଛି ଯାହା ବିଷୟରେ ଶୁଣିବା ପରେ ଆଶ୍ଚର୍ଯ୍ୟର ସୀମା ରହେନି। ଆଜି ଆମେ ଆପଣଙ୍କୁ ଭାରତର ସେହିଭଳି ଗୋଟିଏ ଆଶ୍ଚର୍ଯ୍ୟଜନକ ଗାଁ ବିଷୟରେ କହୁଛୁ। ଝାଡ଼ଡଖଣ୍ଡର ମଲୁଟି ଗାଁ ବିଷୟରେ। ଏହି ଗାଁକୁ ମନ୍ଦିରମାଳିନୀ ଗାଁ କୁହାଯାଉଛି। ଏଠାରେ ଘରଠୁ ଅଧିକ ମନ୍ଦିର ରହିଛି। ଆପଣ ଏହି ଗାଁର ଯେଉଁ ନଜର ବୁଲେଇ ଅନିବେ କେବଳ ପ୍ରାଚୀନ ମନ୍ଦିର ଦେଖିବାକୁ ପାଇବେ। ଝାଡ଼ଡଖଣ୍ଡର ଏହି ମନ୍ଦିରମାଳିନୀ ଗାଁ ଦୁମୁକା ଜିଲ୍ଲାରେ ରହୁଛି। ବହୁ ସଂଖ୍ୟକ ମନ୍ଦିର ହେତୁ ଏହା ଗୁପ୍ତକାଶି ଓ ମନ୍ଦିରମାଳିନୀ ଗାଁ ଭାବରେ ମଧ୍ୟ ଜଣାଶୁଣା।

ଏଠାକାର ରାଜା ଜଣେ କୃଷକ ଥିଲେ ଏବଂ ତାଙ୍କର ପୃଷ୍ଠପୋଷକତା ଓ ତାଙ୍କ ବରପିଢିଙ୍କ ଦ୍ଵାରା ଏଠାରେ ୧୦୮ ମନ୍ଦିର ନିର୍ମାଣ ହୋଇଥିଲା ବୋଲି କୁହାଯାଏ। ଏଠାରେ ପୂର୍ବରୁ ୧୦୮ ମନ୍ଦିର ଥିଲା କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏବେ ସେଠାରେ ୭୨ ଟି ମନ୍ଦିର ରହିଛି। ଏହି ମନ୍ଦିର ଗୁଡିକ ସମ୍ପୂର୍ଣ୍ଣ ଟେରାକୋଟା ହୋଇଥିବାରୁ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଉଛି । ଏଠାରେ ଥିବା ମନ୍ଦିରଗୁଡିକ ୧୭୪୦ ରୁ ୧୮୨୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମିତ ହୋଇଥିବାର ପ୍ରମାଣ ମିଳିଛି। ସେମାନଙ୍କର ଉଚ୍ଚତା ୧୫ରୁ ୬୦ ଫୁଟ ପର୍ଯ୍ୟନ୍ତ ହେବ। ଏହି ମନ୍ଦିର ଗୁଡ଼ିକରେ ବଙ୍ଗଳା କଳାକୃତିର ଝଲକ ଦେଖିବାକୁ ମିଳେ । କେତକ ରେ ଓଡ଼ିଶା କଳାକୃତି ମଧ୍ୟ ଦେଖିବାକୁ ମିଳେ। ଏହି ମନ୍ଦିରଗୁଡ଼ିକର କାନ୍ଥରେ ରାମାୟଣ ଏବଂ ମହାଭାରତ ଚିତ୍ର ମଧ୍ୟ ରହିଛି। ମଲୁଟି ପଶୁ ବଳି ପାଇଁ ମଧ୍ୟ ଜଣାଶୁଣା। ଏଠାରେ କାଳୀ ପୂଜାରେ ଏକା ସହିତ ୧୦୦ ଛେଳି ବଳି ଦିଆଯାଏ l କିନ୍ତୁ ଏବେ ପ୍ରାଣୀ ରକ୍ଷକ ସମୂହ ଏହାକୁ ବିରୋଧ କରୁଛନ୍ତି।

ତେବେ ଗାଁରେ ଏତେ ଗୁଡ଼ିଏ ମନ୍ଦିର ହେବ ପଛରେ କାରଣ ରହିଛି କିଛି ଏପରି। ଏଠାକାର ରାଜା ଘର ଅପେକ୍ଷା ମନ୍ଦିର କରିବାକୁ ବେଶ ପସନ୍ଦ କରୁଥିଲେ। ଯାହାକି ଧୀରେ ଧୀରେ ତାଙ୍କ ଅଭ୍ୟାସରେ ବଦଳି ଯାଇଥିଲା ଏବଂ ସେ ଏକୁ ଆରେକ ସୁନ୍ଦର ମନ୍ଦିର ତିଆରି ନିଶାରେ ଏତେ ଗୁଡ଼ିଏ ମନ୍ଦିର କରିଦେଇଥିଲେ। ଏଠାରେ ବିଭିନ୍ନ ଦେବଦେବୀ ଯେପରି ଶିବ, ଦୁର୍ଗା, ବିଷ୍ଣୁ, ମନିଷା, କାଳୀ, ଧର୍ମରାଜ ଆଦି ଭିନ୍ନ ଭିନ୍ନ ସମୁହରେ ରହିଛନ୍ତି। ତେବେ ଏବେ ଏହି ଗାଁରେ ଥିବା ପୁରୁଣା ମନ୍ଦିର ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ବ ରାଜ୍ୟସରକାର ନେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: