ଏହି ହ୍ବିସ୍କି ମୂଲ୍ୟରେ କିଣି ହେବ ବିଳାସପୂର୍ଣ୍ଣ କୋଠା ସାଙ୍ଗକୁ ଦାମୀ ଗାଡ଼ି

ଏହି ହ୍ବିସ୍କି ମୂଲ୍ୟରେ କିଣି ହେବ ବିଳାସପୂର୍ଣ୍ଣ କୋଠା ସାଙ୍ଗକୁ ଦାମୀ ଗାଡ଼ି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୁହାଯାଏ ଯେ ମଦ ଯେତେ ପୁରୁଣା, ସେତେ ଭଲ ଏବଂ ଏହାର ଲାଭ ମଧ୍ୟ ଅଧିକ। ଆପଣ ନିଶ୍ଚୟ ଦୁନିଆରେ ଅନେକ ପ୍ରକାରର ମଦ କିସମ ବିଷୟରେ ଶୁଣିଥିବେ, ଯାହାର ନିଜସ୍ୱ ଗୁଣ ରହିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟିଏ ହ୍ବିସ୍କି(whiskey) ବିଷୟରେ କହିବାକୁ ଯାଉଛୁ ଯାହା ଦୁନିଆର ସବୁଠାରୁ ମହଙ୍ଗା ମଦ ଅଟେ। ଆମେ ସିଙ୍ଗଲ ମଲ୍ଟ ହ୍ବିସ୍କି ବିଷୟରେ କହୁଛୁ ଯାହାର ମୂଲ୍ୟ ଜାଣି ଆପଣଙ୍କ ହୋସ ଉଡ଼ିଯିବ।
ଏହି ସିଙ୍ଗଲ ମଲ୍ଟ ହ୍ବିସ୍କିର ଦାମ ୩୦,୦୦୦ ଆମେରିକୀୟ ଡଲାର ଅର୍ଥାତ୍ ୨୨ ଲକ୍ଷ ୩୦ ହଜାର ୯୬୦ ଭାରତୀୟ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। କିଛି ବର୍ଷ ପୂର୍ବେ, ଏହି ଶ୍ରେଣୀର ହ୍ବିସ୍କି ମାକାଲାନ୍ 1926 ୧.୫ ମିଲିୟନ୍ ଡଲାରର ଗୋଟିଏ ବୋତଲକୁ ବିକ୍ରି ହୋଇଥିଲା। ତେବେ ଏତେ ଟଙ୍କା ଜଣେ ମଦରେ ଖର୍ଚ୍ଚ କରିବା ପୂର୍ବରୁ ଅନେକ ଥର ଚିନ୍ତା କରିବେ ନିଶ୍ଚୟ। କାରଣ ଗୋଟିଏ ମଦ ବୋତଲ ଟଙ୍କାରେ ବଡ ବିଳାସପୂର୍ଣ୍ଣ ବଙ୍ଗଳା ହୋଇ ପାରିବ। ଦାମୀ ଗାଡ଼ି ସହ ସୁନା ଗହଣା ବି ହୋଇ ପାରିବ। କିନ୍ତୁ ଏହି ହ୍ବିସ୍କିରେ ଏମିତି କ’ଣ ରହିଛି ଯେ ଏହାର ମୂଲ୍ୟ ଆକାଶ ଛୁଆଁ ବୋଲି ଆପଣ ଭାବୁଥିବେ। କେବଳ ୧୨ ବୋତଲ ଏହି ହ୍ବିସ୍କି ତିଆରି ହୁଏ। ଗ୍ଲେଣ୍ଡଫିଚ୍ ଦୁନିଆର ସର୍ବୋତ୍ତମ ସିଙ୍ଗଲ୍ ମାଲ୍ଟ୍ ହ୍ବିସ୍କି । ଏହାର ୫୦ ବର୍ଷ ପୁରୁଣା ବୋତଲର ମୂଲ୍ୟ ୩୦,୦୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ହୋଇଥାଏ।
ସିଙ୍ଗଲ ମାଲ୍ଟ ହ୍ବିସ୍କି ପ୍ରସ୍ତୁତ କରିବା ଅତ୍ୟନ୍ତ କଷ୍ଟକର ଏବଂ ଲମ୍ବା ପ୍ରକ୍ରିୟା। ଏହି ହ୍ବିସ୍କି ବାର୍ଲି ଯଥା ଯଅରୁ ତିଆରି ହୋଇଥାଏ। ଯଅରୁ ପ୍ରସ୍ତୁତି ପରେ ସେଥିରେ ଭୂତଳ ପାଣିର ମିଶାଯାଏ। ପରେ ତାକୁ ୬୪ ଡିଗ୍ରୀ ସେଣ୍ଟିଗ୍ରେଡ୍ ପର୍ଯ୍ୟନ୍ତ ଗରମ କରାଯାଏ। ଏତେ ଗରମ କରାଯାଏ ଯେ ଏହା ଚିନିରେ ପରିଣତ ହୁଏ, ଏକ ସୁନ୍ଦର ମିଠା, ଚିକ୍କଣ ତରଳ ପଦାର୍ଥରେ ପରିଣତ ହୁଏ। ଏହି ତରଳକୁ ଥଣ୍ଡା କରାଯାଏ ଏବଂ ତା’ପରେ ଏହାକୁ ୱାସ୍ ବାକ୍ସରେ ରଖାଯାଏ। ଏହାକୁ ପ୍ରଥମେ କପର ୱାସ ଡିଷ୍ଟିଲେସନ୍ ଏବଂ ଦ୍ୱିତୀୟରେ ସ୍ପିରିଟ୍ ଷ୍ଟିଲ୍ସରେ ଗରମ କରାଯାଏ।
୩୦ ବର୍ଷ ପୁରୁଣା ହ୍ବିସ୍କିରେ ୩୦ ରୁ ୪୦ ପ୍ରତିଶତ ଆଲକହଲ ବ୍ୟାରେଲରେ ବାଷ୍ପୀଭୂତ ହୋଇପାରେ। କିମ୍ବା ଆପଣ ଏହାକୁ ଏପରି ଭାବରେ ବୁଝିପାରିବେ ଯେ ପ୍ରତିବର୍ଷ ୧% ଆଲକହଲ୍ ହ୍ବିସ୍କି ଲାଇଫ ସହ ଯୋଗ ହୋଇଯାଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: