ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ

ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ସେହିପରି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ବାତ୍ୟା ବାବଦରେ ସ୍ପଷ୍ଟ ସୂଚନା ମିଳିପାରିବ ।

ଅନ୍ୟପକ୍ଷେ, ଫନି ବାତ୍ୟାକୁ ୩ ବର୍ଷ ବିତିଛି । ଗତ ୨୦୧୯ ମେ ମାସ ୩ ତାରିଖରେ ଓଡ଼ିଶା ଉପକୂଳର ପୁରୀ ନିକଟରେ ହିଟ୍ କରିଥିଲା ଫନି। ପ୍ରାକ୍ ମୌସୁମୀ ଋତୁରେ ୧୯୬୫ ପରେ ଫନି ସବୁଠୁ ବଡ଼ ବାତ୍ୟା ଥିବାବେଳେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୧୫ କିଲୋମିଟର ଥିଲା କେବଳ ସେତିକି ନୁହେଁ ବାତ୍ୟା ଫନିର ଗତିପଥ ସବୁଠାରୁ ଲମ୍ବା ୩ ହଜାର ୩୦ କିଲୋମିଟର ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ, ‘ଫନି ପ୍ରାକ୍ ମୌସୁମୀ ଋତୁରେ ଓଡିଶାକୁ ଅତିକ୍ରମ କରିଥିବା ସବୁଠୁ ତୀବ୍ର ଝଡ଼ ଥିଲା’ ।

ଅନ୍ୟ ବାତ୍ୟା ତୁଳନାରେ ଫନି ଭିନ୍ନ ଥିଲା ବିଷୁବ ରେଖାର ଅତି ନିକଟରେ ସୃଷ୍ଟି ହୋଇ ବାତ୍ୟା ହୋଇଥିଲା, ଯାହାକି ବିରଳ ଏତେ ନିମ୍ନ ଅକ୍ଷାଂଶରେ ପୂର୍ବରୁ ୨୦୦୫ ଜାନୁଆରିରେ ଉତ୍ତର ଭାରତ ମହାସାଗରରେ ଏକ ବାତ୍ୟା ସୃଷ୍ଟି ହୋଇଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: