ବିମାନରେ ଯୁବକଙ୍କ ଉପରେ ପଡିଥିଲା ଚା’, ୪ ବର୍ଷ ପରେ ମିଳିଲା ଏତେ ଟଙ୍କା କ୍ଷତିପୂରଣ

ବିମାନରେ ଯୁବକଙ୍କ ଉପରେ ପଡିଥିଲା ଚା’, ୪ ବର୍ଷ ପରେ ମିଳିଲା ଏତେ ଟଙ୍କା କ୍ଷତିପୂରଣ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବେଳେ ବେଳେ ଏମିତି ଖବର ସମ୍ନାକୁ ଆସିଯାଏ ଯାହାକୁ ବିଶ୍ବାସ କରିବା ସାଧାରଣ ଲୋକଙ୍କ ପକ୍ଷରେ ସମ୍ଭବ ହୋଇ ନଥାଏ। ଏବେ ସେମିତି ଏକ ଆଶ୍ଚର୍ଯ୍ୟ କରିବା ପରି ଖବର ଭାଇରାଲ ହେବାରେ ଲାଗିଛି । ବିମାନ ଯାତ୍ରା ସମୟରେ ଉପରେ ଗରମ ଚା’ ପଡ଼ି ଯିବାରୁ ଜଣେ ବାଳକଙ୍କ ମାଆ କିଛି ଅଦ୍ଭୂତ କାଣ୍ଡ କରିଛନ୍ତି। ଆୟର୍ଲାଣ୍ଡରେ ରହୁଥିବା ଏହି ବାଳକ ଜଣକ ୪ ବର୍ଷ ପୂର୍ବେ ବିମାନ ଯାତ୍ରା କରୁଥିବା ସମୟରେ ତାଙ୍କ ସହ ଏକ ଅଘଟଣ ଘଟିଥିଲା। ତେବେ ଏବେ ସେହି ବାଳକର ମା’ କ୍ଷତିପୂରଣ ପାଇଁ ଏୟାରଲାଇନ୍ସ ନାମରେ କୋର୍ଟରେ ମାମଲା ଦାୟର କରିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆୟର୍ଲାଣ୍ଡରେ ରହୁଥିବା ଏମରେ କରାକିଆ ୪ ବର୍ଷ ତଳେ ଡବଲିନ୍ ରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କ ଉପରେ ହଠାତ୍ ଚା’ ପଡିଯାଇଥିଲା। ଏମରେ କହିଛନ୍ତି ଯେ ଚା ’ଏତେ ଗରମ ଥିଲା ଯେ ତାଙ୍କ ଶରୀରରେ ଫୋଟକା ହୋଇଯାଇଥିଲା। ଏହି ଘଟଣାଟି ଘଟିଥିବା ସମୟରେ, ଏମରେଙ୍କୁ ୧୩ ବର୍ଷ ବୟସ ହୋଇଥିଲା। ତେବେ ଯେତେବେଳେ ଏମରେଙ୍କ ମାଆ ଏ ବିଷୟରେ ସମସ୍ତ କଥା ଜାଣିଲେ, ସେ ବିମାନ ସେବା ଦେଉଥିବା କମ୍ପାନୀ ଉପରେ ମକଦ୍ଦମା ଦାୟର କରିଥିଲେ। ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ରହିଛି ବୋଲି ଏମରେଙ୍କ ମାଆ କୋର୍ଟଙ୍କୁ କହିଛନ୍ତି। ଏପରିକି ସେଇ ଗରମ ଚା’ ପାଇଁ ତାଙ୍କ ପୁଅର ଶରୀରରେ ଅସ୍ତ୍ରୋପଚାର କରିବାକୁ ପଡିଥିଲା ବୋଲି ସେ କହିଛନ୍ତି। ଏଭଳି ପରିସ୍ଥିତିରେ କୋର୍ଟ ବିମାନ କମ୍ପାନୀଙ୍କୁ କ୍ଷତିପୂରଣ ହିସାବରେ ୫୬ ହଜାର ପାଉଣ୍ଡ ଅର୍ଥାତ୍ ୫୮ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ରାୟ ପ୍ରକାଶ ପାଇବା ପରେ ଏମରେଙ୍କ ମା ‘ କୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ସୋସିଆଲ ମିଡିଆରେ ଏହି ଘଟଣାଟି ଏବେ ବହୁ ମାତ୍ରାରେ ସେୟାର ହେବାରେ ଲାଗିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: