ସହଜରେ ଘରେ ତିଆରି କରନ୍ତୁ ପନିର୍ 65

ସହଜରେ ଘରେ ତିଆରି କରନ୍ତୁ ପନିର୍ 65

ପ୍ରିଜମ ନ୍ୟୁଜ ବ୍ୟୁରୋ:ପନିର ଖାଇବାକୁ କିଏ ବା ପସନ୍ଦ ନକରେ? ଏହା ପ୍ରସ୍ତୁତ କରିବା ପାଇଁ ଅଧିକ ସମୟ ନିଏ ନାହିଁ ଏବଂ ପାଟିର ସ୍ୱାଦକୁ ମଧ୍ୟ ବଢେଇଥାଏ। ପନିରରେ ବିଭିନ୍ନ ପ୍ରକାରର ଆଇଟମ ମଧ୍ୟ କରି ହୁଏ। ଯାହା ଦ୍ବାରା ଖାଦ୍ୟ ବୋରିଂ ହୋଇନଥାଏ। ତେବେ ପନିରର ବିଭିନ୍ନ ଆଇଟମ ମଧ୍ୟରୁ ପନିର୍ 65 ଅନ୍ୟ ତମ। ଏହା ଏକ ମସଲାଯୁକ୍ତ ଓ ସ୍ୱାଦିଷ୍ଟ ସ୍ନାକ୍ସ। ଏହାକୁ ଘରେ ବନେଇବା ଅତ୍ୟନ୍ତ ସହଜ। ତେବେ କେମିତି ତିଆରି କରିବେ ଆମେ ଆପଣଙ୍କୁ କହୁଛୁ।

ପନିର 65 ପାଇଁ ଆବଶ୍ୟକ ସାମଗ୍ରୀ: ୨୫୦ ଗ୍ରାମ ପନିର, ୧ ଚାମଚ ଲାଲ୍ ଲଙ୍କା ଗୁଣ୍ଡ, ଅଧ ଚାମଚ ଗୋଲମରିଚ ଗୁଣ୍ଡ। ଏଗ ହ୍ୱାଇଟ ୨ ଜମଚ, କର୍ଣ୍ଣ ଫ୍ଲୋର ୨ ଚାମଚ, ମଇଦା ୨ ଚାମଚ, ଅଧ କପ୍ ଦହି, 2 ଚାମଚ ରସୁଣ ଅଦା ପେଷ୍ଟ, ଆବଶ୍ୟକ ଅନୁଯାୟୀ ଲୁଣ, ତେଲ।

ପନିର୍ 65 ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ପନିରକୁ ବଡବଡ ଖଣ୍ଡ କରି କାଟି ରଖି ଦିଅନ୍ତୁ। ଏବେ ଗୋଟିଏ ପତ୍ରରେ ରସୁଣ ଅଦା ପେଷ୍ଟ, ଲୁଣ, କାଶ୍ମୀରୀ ଲାଲ ଲଙ୍କା ଗୁଣ୍ଡ, ନାଲି ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ ପକାଇ ମିଶାନ୍ତୁ। ଏବେ ସେଥିରେ ପନିର ପକାଇ ଗୋଳାନ୍ତୁ। ଏହାକୁ ୧୫ ମିନିଟ୍ ପାଇଁ ଏହିଭଳି ମାରିନେଟ୍ କରି ରଖନ୍ତୁ। ଏବେ ଗୋଟିଏ ପାତ୍ରରେ ଦହି, ଏଗ ହ୍ୱାଇଟ, ମଇଦା, କର୍ଣ୍ଣଫ୍ଲୋର ମିଶାନ୍ତୁ। ଏବେ ସେଥିରେ ମାରିନେଟ୍ ହୋଇ ରହିଥିବା ପନିରକୁ ପକାଇ ପ୍ୟାନରେ ଭଲଭାବେ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପନିର୍ 65। ଏହାକୁ ଚଟଣୀ ସହ ଖାଇବା ସ୍ଵାଦିଷ୍ଟ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: