୩ ବର୍ଷର ପରିଶ୍ରମ ପରେ ଅମାଜନରୁ ମିଳିଲା ୨୫ ମହଲା ଉଚ୍ଚ ଗଛ

୩ ବର୍ଷର ପରିଶ୍ରମ ପରେ ଅମାଜନରୁ ମିଳିଲା ୨୫ ମହଲା ଉଚ୍ଚ ଗଛ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:ବିଶ୍ଵର ହୃତପିଣ୍ଡ କୁହାଯାଉଥିବା ଅମାଜନ ଜଙ୍ଗଲରୁ ଆଉ ଏକ ଚମତ୍କାର ଖୋଜି ପାଇଛନ୍ତି ବୈଜ୍ଞାନିକ। ୩ ବର୍ଷର ଯୋଜନା ସହ ଆଉ ଘନ ଜଙ୍ଗଲ ଭିତରେ ୨ ସପ୍ତାହର କଠୋର ଯାତ୍ରା ପରେ ଆମାଜାନ ଜଙ୍ଗଲରୁ ଏହି ସଫଳତା ପାଇଛନ୍ତି ବୈଜ୍ଞାନିକ ମାନେ । ବୈଜ୍ଞାନିକଙ୍କୁ ଶେଷରେ ଆମାଜାନ ଜଙ୍ଗଲରେ ଥିବା ସବୁଠାରୁ ବଡ ଗଛ ମିଳିଛି। ଏହି ଗଛର ଉଚ୍ଚତା ୨୫ ମହଲା କୋଠା ସହ ସମାନ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଗଛ ପାଖରେ ପହଞ୍ଚିବା ପରେ ବୈଜ୍ଞାନିକ ମାନେ ଏହି ଗଛର ମାଟି, ପତ୍ର ଓ ଅନ୍ୟ ସବୁ ନମୁନା ସଂଗ୍ରହ କରିଛନ୍ତି । ଯାହାକୁ ନେଇ ଯାଞ୍ଚ କରାଯିବ ଯେ ଏହି ଗଛ ବାସ୍ତବରେ କେତେ ପୁରୁଣା । ଅନୁମାନ କରାଯାଉଛି କି ଏହି ବୃହତ ଗଛ ପ୍ରାୟ ୪୦୦ରୁ ୬୦୦ ବର୍ଷ ପୁରୁଣା ହେବ ।

ଏହି ଅଞ୍ଚଳରେ ଏତେ ବଡ ଗଛ କେମିତି ଆସିଲା ତାହାକୁ ନେଇ ବୈଜ୍ଞାନିକମାନଙ୍କ ଭିତରେ ସତ୍ୟ ଜାଣିବା ପାଇଁ କୌତୁହଳ ଜାଗ୍ରତ ହୋଇଛି। ଏହି ଗଛ ଉତ୍ତର ବ୍ରାଜିଲର ଇରାତାପୁର ନଦୀ ନେଚର ରିଜର୍ଭରେ ରହିଛି । ଏଞ୍ଜୋଲିମ ବର୍ମିଲୋର ଏହି ଗଛ ୨୯୦ ଫୁଟ ଲମ୍ବା ଓ ଏହାର ଚଉଡା ୩୨ ଫୁଟ ହେବ । ଆମାଜନର ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଗଛ । ୨୦୧୯ରେ ୩ଡି ମ୍ୟାପିଂ ପ୍ରୋଜେକ୍ଟରେ ଉପଗ୍ରହରୁ ଏକ ଫଟୋ ନିଆଯାଇଥିଲା । ଯେଉଁଥିରେ ଏହି ବିଶାଳକାୟ ଗଛ ଦେଖିବାକୁ ମିଳିଥିଲା ।

ଏହା ପରେ ଶିକ୍ଷାବିତ, ପରିବେଶବିତ୍ ଏବଂ ସ୍ଥାନୀୟ ଗାଇଡମାନଙ୍କର ଏକ ଟିମ୍ ଗଛ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଏହି ଅପନ୍ତରା ଅଞ୍ପଡିଲା ୧୦ ଦିନ ଯାତ୍ରା କରିବା ପରେ ଫେରି ଆସିଥିଲେ। ଗଛ ପଖରେ ପହଞ୍ଚି ପାରିନଥିଲେ। ଏହା ପରେ ଗବେଷକମାନେ ଡଙ୍ଗାରେ ୨୫୦ କିଲୋମିଟର (୧୫୫ ମାଇଲ) ଯାତ୍ରା କରିବା ସହିତ, ସେହି ଗଛ ପାଖରେ ପହଞ୍ଚିବା ପାଇଁ ପାର୍ବତ୍ୟ ଜଙ୍ଗଲ ଅଞ୍ଚଳରେ ୨୯ କିଲୋମିଟର ପାଦଚଲା ରାସ୍ତାରେ ଯାଇଥିଲେ। ଗଛ ନିକଟକୁ ଯାଇଥିବା ଜଣେ ବ୍ୟକ୍ତି କହିଥିଲେ ଯେ ଏହା ମୁଁ ଦେଖିଥିବା ସବୁଠୁ ସୁନ୍ଦର ଜିନିଷ ଅଟେ। ତୁମେ ଏକ ଜଙ୍ଗଲର ମଧ୍ୟଭାଗରେ ପହଞ୍ଚିବ ଯେଉଁଠାରେ ମଣିଷ ପୂର୍ବରୁ କେବେ ପାଦ ରଖିନାହାଁନ୍ତି। ଏହାର ଅନୁଭୂତି ନିଶ୍ଚୟ ଭିନ୍ନ ରହିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: