ସୁଆଦିଆ ସୁଇଟ୍ କର୍ଣ୍ଣ ପରଟା

ସୁଆଦିଆ ସୁଇଟ୍ କର୍ଣ୍ଣ ପରଟା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଶୀତଦିନେ ବହୁଳ ଭାବେ ମିଠା ମକା ବା ସୁଇଟ୍ କର୍ଣ୍ଣ୍ ମିଳିଥାଏ। ଏହାଛଡା ଏହି ଋତୁରେ କିଛି ଗରମ ଗରମ ଚଟ ପଟା ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ମକରେ ତିଆରି ଏକ ସ୍ଵାଦିଷ୍ଟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ବିଷୟରେ କହିବୁ। ଯାହାକି ଖାଇବାକୁ ଅତ୍ୟନ୍ତ ଟେଷ୍ଟି ହୋଇଥାଏ। ଏହି ରେସିପି ହେଉଛି ସୁଇଟ୍ କର୍ଣ୍ଣ ପରଟା। ତେବେ ଚାଲନ୍ତୁ ଜାଣିବା କିପରି ସୁଇଟ୍ କର୍ଣ୍ଣ ପରଟା ତିଆରି କରିବେ।

ଆବଶ୍ୟକ ସାମଗ୍ରୀ:

ଅଟା, ସିଝା ମକା, କଟା ପିଆଜ, ରସୁଣ, ଅଦା, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ହେଙ୍ଗୁ,ଅମଚୂର୍ ଗୁଣ୍ଡ, ଧନିଆ ପତ୍ର ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମକାକୁ ଅଳ୍ପ ଲୁଣ ଦେଇ ସିଝାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଅଟା ଆଣି ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ପରେ ତାକୁ ଗୋଳା କରି ରଖନ୍ତୁ। ଏବେ ସିଝା ମକାକୁ ଅଧା ଅଧା କରି ଗ୍ରାଇଣ୍ଡର କରି ଦିଅନ୍ତୁ। ଏବେ ସେଥିରେ କଟା ପିଆଜ, ଅଦା, ରସୁଣ ଓ ଅନ୍ୟାନ୍ୟ ସମସ୍ତ ଜିନିଷ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଅଟା ଗଳାରେ ଦେଇ ପରଟା ଭଳି ବେଲି ସେକନ୍ତୁ। ପ୍ରସ୍ତୁତ ହୋଇଗଲା ସୁଇଟ୍ କର୍ଣ୍ଣ ପରଟା। ଆପଣ ଏହାକୁ ବିଭିନ୍ନ ପ୍ରକାର ଚଟଣୀ ସହ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: