ସୁନାବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର,ମହଣ ମହଣ ସୁନାରେ ବିଭୂଷିତ ଶ୍ରୀଜିଉ

ସୁନାବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର,ମହଣ ମହଣ ସୁନାରେ ବିଭୂଷିତ ଶ୍ରୀଜିଉ

ପ୍ରିଜମ ନ୍ୟୁଜ ବ୍ୟୁରୋ:ରଥ ଉପରେ ସୁନାରେ ସଜେଇ ହୋଇ ବସିଛନ୍ତି ତିନି ଠାକୁର। ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି ଶ୍ରୀଜିଉ। ଦୁଇବର୍ଷ ପରେ ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦେଖି ଆତ୍ମ ବିଭୋର ହୋଇ ଉଠିଛନ୍ତି। ଆଜି ସକାଳୁ ସକାଳୁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଥିବା ବେଳେ ପୁରୀକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି। ଆଜି ରଥ ଉପରେ ନିତି ବଢି ମଧ୍ୟାହ୍ନ ଧୂପ,ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବା ପରେ ଅପରାହ୍ନ ୪ଟାରୁ ୫ ଟା ମଧ୍ୟରେ ଠାକୁର ମାନଙ୍କୁ ସୁନାବେଶ କରାଯାଇଛି।

୨ ବର୍ଷ ପରେ ସ୍ଵଚକ୍ଷୁରେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀବିଗ୍ରହଙ୍କୁ ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯାଇଛି । ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ କରାଯାଇଛି । ରାତି ୧୦ଟାରୁ ୧୧ଟା ମଧ୍ୟରେ ଠାକୁରଙ୍କ ବେଶ ଓଲାଗି ହେବ । ଏହି ବେଶକୁ ବଡ଼ତଢ଼ାଉ ବେଶ ମଧ୍ୟ କୁହାଯାଏ । ରଥ ଉପର ସୁନାବେଶକୁ ବଡ଼ତଢ଼ାଉ ବେଶ କୁହାଯାଉଛି । କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ସ୍ୱଚକ୍ଷୁରେ ସୁନାବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଥିଲେ।ଏଣୁ ଚଳିତବର୍ଷ ସୁନାବେଶରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ରଥାରୂଢ ଠାକୁରଙ୍କୁ ସୁନାବେଶରେ ଦେଖି ନିଜକୁ ଧନ୍ୟ ମଣୁଛନ୍ତି ଭକ୍ତ । ଏହାସହ କଡା ସୁରକ୍ଷା ଭିତରେ ଠାକୁରଙ୍କ ଦର୍ଶନ କରୁଛନ୍ତି ଭକ୍ତ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: