ରାଜନିତୀରେ ଥିଲେ ବି ସାମ୍ବାଦିକତାକୁ ଭୁଲିନାହାନ୍ତି ସୁଲୋଚନା

ରାଜନିତୀରେ ଥିଲେ ବି ସାମ୍ବାଦିକତାକୁ ଭୁଲିନାହାନ୍ତି ସୁଲୋଚନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଜି ପ୍ରଭାତରେ ଭୁବନେଶ୍ଵର ମହାନଗର ନିଗମର ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଖବର କାଗଜ ବିତରକ (ହକର) ମାନଙ୍କୁ ଭେଟି ସେମାନଙ୍କ ସମର୍ଥନ ଲୋଡିଥିଲେ ।

ସୁଲୋଚନା ସାମ୍ବାଦିକତା କ୍ଷେତ୍ରରୁ ଆସିଥିବାରୁ ଖବରକାଗଜ ବିତରକମାନେ ତାଙ୍କୁ ନିଃସର୍ତ୍ତ ସମର୍ଥନ କରିବା ସହ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ସାମ୍ବାଦିକତା କ୍ଷେତ୍ରରେ ତୃଣମୂଳ ସ୍ତରରେ ରହି ଲୋକମାନଙ୍କ ପାଖରେ ଦେଶ ବିଦେଶର ଖବର ପହଞ୍ଚାଉଥିବାରୁ ସୁଲୋଚନା ସେମାନଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ବିତରକମାନେ ମଧ୍ୟ ନିର୍ବାଚନରେ ସେମାନଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହାପରେ ସେ ବଡଗଡ ବ୍ରିଟ ପାର୍କ ଓ ରାମେଶ୍ୱର ପାର୍କରେ ପ୍ରାତଃଭ୍ରମଣ କରିବା ସହ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କ ସହ ସଂପର୍କକୁ ଦୃଢୀଭୂତ କରିବା ସହ ସେମାନଙ୍କର ସହଯୋଗ କାମନା କରିଥିଲେ।

ତାପରେ ବିଶେଶ୍ୱର ମନ୍ଦିର ନିକଟରେ ଜଗମୋହନ ନଗର ବାସିନ୍ଦାମାନଙ୍କୁ ଭେଟି ଆଗମୀ ନିର୍ବାଚନରେ ପୂର୍ଣ୍ଣ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ ।

ଏହାପରେ ରାମମନ୍ଦିରରେ ଅନୁଷ୍ଠିତ ହେଉଥିବା ସାମୁହିକ ବିବାହ ପର୍ବରେ ଯୋଗଦେଇ ନବ ଦମ୍ପତିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଜୀବନର ଏକ ନୂତନ ପର୍ଯ୍ୟାୟର ପ୍ରାରମ୍ଭ ପାଇଁ ଶୁଭକାମନା ଦେଇଥିଲେ ।

ନିକଟସ୍ଥ ଗୁରୁଦ୍ୱାରା ଯାଇ ପୂଜାର୍ଚ୍ଚନା କରିବା ସହ ଶ୍ରଦ୍ଧାଳୁମାନଙ୍କୁ ଭେଟିବା ପରେ ଗ୍ରୀନ ପାର୍କ କମ୍ୟୁନିଟୀ ଆସୋସିଏସନର ସଦସ୍ୟମାନଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝିଥିଲେ । ଏତଦ୍ ସହିତ ଜଳେଶ୍ଵର ମୁଣ୍ଡାସାହିକୁ ଯାଇ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ ।

ବାସଭବନରେ ସ୍ବେଛାସେବୀ ସଂଗଠନର ସଦସ୍ୟ ଓ ଟାଟା ପାୱାର କର୍ମଚାରୀ ୟୁନିଅନର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ସାହାଯ୍ୟ ଲୋଡିଥିଲେ ।

ପରବର୍ତ୍ତୀ ମୁହୂର୍ତ୍ତରେ ସୁଲୋଚନା ପୋଖରୀପୁଟର କୋକିଳା ରିସୋର୍ଟ ଠାରେ ଅନୁଷ୍ଠିତ ଏକ ଜନସଭାରେ ଆସିଥିବା ସାଧାରଣଲୋକଙ୍କ ସହ ଆଲୋଚନା କରି ଜନସଂପର୍କ ଅଭିଯାନକୁ ତ୍ୱରାନ୍ୱିତ କରିଥିଲେ । ପାଇକପୁର, ସାମପୁର ଓ ନିଳାଦ୍ରୀ ବିହାରକୁ ଯାଇ ବିଭିନ୍ନ ବର୍ଗର ଲୋକମାନଙ୍କୁ ଭେଟି ଆସନ୍ତା ନିର୍ବାଚନରେ ପୂର୍ଣ୍ଣ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ ।

ଭୁବନେଶ୍ଵର ବିଭିନ୍ନ ଅଞ୍ଚଳକୁ ଜନସଂପର୍କ ଅଭିଯାନରେ ଯିବା ସମୟରେ ସାଧାରଣ ଲୋକଙ୍କ ସମର୍ଥନ ମିଳିଛି । ଏହି ଜନସଂପର୍କ ଯାତ୍ରା ସମୟରେ ଶ୍ରୀମତୀ ଦାସ ଶଙ୍ଖ ଚିହ୍ନରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ହାତମୁଠାକୁ ସୁଦୃଢ କରିବାପାଇଁ ନିବେଦନ କରିଛନ୍ତି ।

ଏହାସହିତ ସେ ଭୁବନେଶ୍ଵର ସହରବାସୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ବର୍ଣ୍ଣନା କରିବା ସହିତ ଆଗାମୀ ଦିନରେ ମନ୍ଦିରମାଳିନୀ ରାଜଧାନୀ ପାଇଁ ନିଜର ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: