ପ୍ରଫେଟଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପି ନେତା ଗିରଫ

ପ୍ରଫେଟଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପି ନେତା ଗିରଫ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପଶ୍ଚିମବଙ୍ଗର ବିଜେପି ସଭାପତି ସୁକାନ୍ତ ମଜମୁଦାରଙ୍କୁ ପୁଲିସ ଗିରଫ କରିଛି। ସେ ଆଜି ହାୱଡ଼ା ଅଭିମୁଖେ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି।ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ପଶ୍ଚିମବଙ୍ଗରେ ଆନ୍ଦୋଳନ ତେଜିବାରେ ଲାଗିଛି। ଏମିତିକି ରାଜ୍ୟର କେତେକ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ମଧ୍ୟ ଉପୁଜିଛି।

ଆଜି ସକାଳେ ସୁକାନ୍ତଙ୍କୁ ହିଂସାସ୍ଥଳକୁ ଯିବାକୁ ପୁଲିସ ବାରଣ କରିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ପୁଲିସ ତାଙ୍କୁ ଅଟକାଇଥିଲା । ପରେ ତାଙ୍କୁ ପୁଲିସ ଗୃହବନ୍ଦୀ କରିଥିଲା। ହେଲେ ସେ ତାଙ୍କ ଘର ଆଗରେ ଥିବା ବ୍ୟାରିକେଡ ଡେଇଁ ହଂସାସ୍ଥଳ ହାୱଡ଼ାର ପାଞ୍ଚାଳ ସହର ଯିବାକୁ ବାହାରିଥିଲେ। ଫଳରେ ପୁଲିସ ତାଙ୍କୁ ଗିରଫ କରିଛି। ପ୍ରଫେଟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଗତକାଲି ହାୱଡ଼ାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଦେଖିବାକୁ ମିଳିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: