ଜନଗହଳି ରାସ୍ତାରେ ବିଶାଳକାୟ ଗଣ୍ଡା, ଲୋକେ ଓ ପଶୁ କଲେ ଏପରି କିଛି …

ଜନଗହଳି ରାସ୍ତାରେ ବିଶାଳକାୟ ଗଣ୍ଡା, ଲୋକେ ଓ ପଶୁ କଲେ ଏପରି କିଛି …

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କିଛି ପଶୁ ଅଛନ୍ତି, ଯାହା ମଣିଷ ସହ ରହନ୍ତି ଏବଂ ଏଥିରେ କାହାକୁ ଫରକ ପଡ଼େନି । କିନ୍ତୁ ଯଦି ହଠାତ୍ କିଛି ପଶୁ ଆମ ସାମ୍ନାକୁ ଚାଲି ଆସନ୍ତି, ତାହାଲେ ଆମେ ଭୟଭୀତ ହୋଇପଡୁ । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଏକ ଗଣ୍ଡା ବେଧଡ଼କ ଭାବେ ରାସ୍ତାରେ ଚାଲୁଛି । ଏହି ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, ଏହି ବିଶାଳ ଗଣ୍ଡା କେଉଁଠୁ ଆସିଲା? ଏହାର ଗତିବିଦ୍ଧି ଏପରି ଯେ, ଯିଏ ଦେଖୁଛି ଚକିତ ହୋଇଯାଉଛି ।
ଏହି ଭିଡିଓଟି ଇଣ୍ଟରନେଟରେ ବହୁତ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି। ତେବେ ରାସ୍ତାରେ ଚାଲୁଥିବା ଏହି ଗଣ୍ଡାକୁ ଦେଖି ଲୋକମାନେ ସେମାନଙ୍କ ଆଖିକୁ ବିଶ୍ୱାସ କରିପାରୁ ନାହାନ୍ତି। ଗଣ୍ଡାଟି ରାସ୍ତାରେ ଚାଲିବା ସମୟରେ ଲୋକମାନେ ଭୟଭୀତ ହୋଇ ଦୂରକୁ ଯାଉଥିବା ବେଳେ ଅଜଣା ପଶୁକୁ ଦେଖି ବୁଲା କୁକୁରଗୁଡିକ ଭୁକିବା ଆରମ୍ଭ କରିଥିବାର ଏହି ଭିଡିଓରୁ ଦେଖିବାକୁ ମିଳୁଛି।
ଏହି ଭିଡିଓକୁ ଦି ୱାଇଲ୍ଡ ଲ୍ୟାଣ୍ଡ ସୋସିଆଲ ମିଡିଆରେ ସେୟାର କରିଛି । ଏହି ଭିଡିଓକୁ ୫୪ ହଜାରରୁ ଅଧିକ ଥର ଦେଖାଯାଇଛି । କେବଳ ଏତିକି ନୁହେଁ, ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଜଣେ ୟୁଜର୍ସ ଭିଡିଓର କମେଣ୍ଟ ବକ୍ସରେ ଲେଖିଛନ୍ତି, ‘ହେ ଭଗବାନ, ଇଏ ରାସ୍ତାରେ କଣ କରୁଛି ?’ ସେହିପରି ଅନ୍ୟ ୟୁଜର୍ସ ମାନେ ମଧ୍ୟ ବିଭିନ୍ନ ମଜାଳିଆ କମେଣ୍ଟ ଦେଉଛନ୍ତି । ତେବେ ଏହି ଭିଡିଓଟି କେଉଁ ଜାଗାର ତାହା ଏବେ ଯାଏଁ ଜଣା ପଡିନାହିଁ । କିନ୍ତୁ ଏହି ଭିଡିଓକୁ ଲୋକମାନେ ବିପୁଳ ମାତ୍ରାରେ ସେୟାର କରୁଛନ୍ତି । ତେବେ ଜଙ୍ଗଲ ବିବିଧତା ବିଗୁଡି ଥିବାରୁ ପଶୁ ମାନେ ଜନବସତି ଆଡ଼କୁ ଆସୁଥିବାର ଅନେକ ସମୟରେ ଦେଖା ଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: