ବେଙ୍ଗ ସଂଖ୍ୟା କମିବା ଦ୍ଵାରା ଅଧିକ ଅସୁସ୍ଥ ହେଉଛି ମଣିଷ: ଗବେଷଣାରୁ ପ୍ରମାଣିତ

ବେଙ୍ଗ ସଂଖ୍ୟା କମିବା ଦ୍ଵାରା ଅଧିକ ଅସୁସ୍ଥ ହେଉଛି ମଣିଷ: ଗବେଷଣାରୁ ପ୍ରମାଣିତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମଣିଷ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଭଲ ଖାଦ୍ୟ ଗ୍ରହଣ କରିଥିବା ବେଳେ ଅସୁସ୍ଥ ହେଲେ ଔଷଧ ସେବନ କରିଥାଏ। କିନ୍ତୁ ଅନେକ ଥର ପ୍ରମାଣିତ ହୋଇଛି ଯେ, ପୃଥିବୀର ଅନ୍ୟ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ଉପରେ ମନୁଷ୍ୟର ସ୍ୱାସ୍ଥ୍ୟ ନିର୍ଭର କରେ। ବେଙ୍ଗମାନଙ୍କର ସ୍ୱାସ୍ଥ୍ୟ ଏବଂ ଜୀବିତ ରହିବା ମଧ୍ୟ ଏଥିରେ ଜଡିତ।ଏକ ଅଧ୍ୟୟନରୁ ଏଭଳି ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ ପାଇଛି। ଏହି ଅଧ୍ୟୟନରୁ ଜଣା ପଡିଛି ଯେ, ବେଙ୍ଗମାନଙ୍କର ଜୀବନ ମଣିଷ ପାଇଁ ଲାଭଦାୟକ ଓ ମଣିଷ ସୁସ୍ଥ ରହିବା ପାଇଁ ବେଙ୍ଗମାନେ ବଞ୍ଚି ରହିବା ଜରୁରୀ।

ବେଙ୍ଗ ସଂଖ୍ୟାରେ କ୍ରମାଗତ ହ୍ରାସ ଡାକିବ ବଡ ବିପଦ:

ବାସ୍ତବରେ, ବେଙ୍ଗ ଏକ ଉଭୟଚର ପ୍ରାଣୀ। ଏହା ମଣିଷର ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସାଇନ୍ସ ଆଲର୍ଟ ଦ୍ଵାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ ଉଭୟଚର ପ୍ରାଣୀମାନଙ୍କ ଉପରେ କରାଯାଇଥିବା ଅନେକ ଅଧ୍ୟୟନକୁ ଧ୍ୟାନ ଦେବା ସହ ସିଦ୍ଧାନ୍ତ ନେଇଛନ୍ତି ଯେ, ଯଦି ବେଙ୍ଗ ସଂଖ୍ୟା ପୃଥିବୀରେ କମ୍ ହୁଏ, ତେବେ ଏହା ମାନବଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ। ରିପୋର୍ଟରେ କୁହାଯାଇଛି ଯେ ଅଶୀ ଦଶକରେ କୋଷ୍ଟାରିକା ଏବଂ ପାନାମାର ବୈଜ୍ଞାନିକମାନେ ଦେଖିଥିଲେ ଯେ ବେଙ୍ଗ ସମେତ ଅନେକ ଉଭୟଚର ପ୍ରାଣୀ ସଂଖ୍ୟା ହ୍ରାସ ପାଉଛି, ବିଶେଷ କରି ବେଙ୍ଗ ଏବଂ ସଲାମାଣ୍ଡ ସଂଖ୍ୟାରେ।ମଶା ଦ୍ଵାରା ବିସ୍ତାର ରୋଗ ବଢୁଛିକେବଳ ଏତିକି ନୁହେଁ, ଏସିଆ ଏବଂ ଦକ୍ଷିଣ ଆମେରିକାରେ ୫୦୧ ପ୍ରଜାତିର ଉଭୟଚର ପ୍ରାଣୀ ବିଲୁପ୍ତ ହୋଇଗଲେଣି। ସେମାନଙ୍କ ମୃତ୍ୟୁ ହେତୁ ଫଙ୍ଗସ୍ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି । ଏହା ସହିତ ମଶା ଏବଂ ମଶା ଦ୍ଵାରା ବିସ୍ତାରିତ ରୋଗ ମଧ୍ୟ ବ୍ୟାପିବାରେ ଲାଗିଛି। କାରଣ ବେଙ୍ଗ ଏବଂ ସଲାମାଣ୍ଡ ମଶା ଜନସଂଖ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରନ୍ତି। ସେମାନେ ସେମାନଙ୍କର ଲାର୍ଭା ଖାଆଇଦିଅନ୍ତି । ବେଙ୍ଗ ଏବଂ ସଲାମାଣ୍ଡରର ମୁଖ୍ୟ ଖାଦ୍ୟ ହେଉଛି ମଶା।

ଏହାର କାରଣ ହେଉଛି ଯେ ଯେତେବେଳେ ବି ଦୁନିଆର କୌଣସି ଅଞ୍ଚଳରେ ବେଙ୍ଗ ପରି ଉଭୟଚର ପ୍ରାଣୀ ସଂଖ୍ୟା ହ୍ରାସ ହୁଏ, ଏହାର ବଢ଼ ପ୍ରଭାବ ହେଉଛି ସେହି ଅଞ୍ଚଳରେ ମ୍ୟାଲେରିଆ ଭଳି ରୋଗ ବଢ଼ିଥାଏ। ଏହି ଅଧ୍ୟୟନ ପରିବେଶ ଅନୁସନ୍ଧାନ ପତ୍ରିକାରେ ପ୍ରକାଶିତ ହୋଇଛି । ଭାଇରାଲ୍ ଫଙ୍ଗଲ୍ ପାଥୋଜେନ ମ୍ୟାଲେରିଆ ବହନ କରୁଥିବା ଆମ୍ଫିବିଆନମାନଙ୍କୁ ବେଙ୍ଗ ଏବଂ ସଲାମାଣ୍ଡର୍ ଭଳି ପ୍ରାଣୀ ଶେଷ କରି ଦେଉଥିଲେ । ମୋଟ ଉପରେ, ଏହି ଅଧ୍ୟୟନର ମୂଳ ବିଷୟ ହେଉଛି ଯେ ପୃଥିବୀରେ ଉପସ୍ଥିତ ପ୍ରାଣୀମାନେ ଇକୋସିଷ୍ଟମର ସନ୍ତୁଳନରେ କିଛି ମାତ୍ରାରେ ଯୋଗଦାନ ଦିଅନ୍ତି ଏବଂ ସେଥିରେ ଅସନ୍ତୁଳନ ଦେଖାଦେଲେ ନିଶ୍ଚିତ ଭାବରେ ମଣିଷର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ । ପୃଥିବୀର ପ୍ରାୟ ସମସ୍ତ ପ୍ରଜାତି ସହିତ ମଣିଷର ସମ୍ବେଦନଶୀଳ ସମ୍ପର୍କ ଉପରେ ବୈଜ୍ଞାନିକମାନେ ତୀକ୍ଷ୍ଣ ନଜର ରଖିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: