ବଢିଲା ନିର୍ବାଚନ କର୍ମଚାରୀଙ୍କ ଅନୁକମ୍ପା ରାଶି

ବଢିଲା ନିର୍ବାଚନ କର୍ମଚାରୀଙ୍କ ଅନୁକମ୍ପା ରାଶି

ପ୍ରିଜମ ନ୍ୟୁଜ ବ୍ୟୁରୋ:ପଞ୍ଚାୟତ ନିର୍ବାଚନରେ ସାମିଲ ହୋଇଥିବା କର୍ମଚାରୀଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।କରୋନା କାଳରେ ପଞ୍ଚାୟତ ନିର୍ବାଚନ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପଞ୍ଚାୟତ ନିର୍ବାଚନ ସୁଚାରୁ ରୂପେ କରିବା ପାଇଁ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ ନିୟୋଜିତ ହେବେ । ତେବେ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କର୍ମଚାରୀଙ୍କ କ୍ଷତିପୂରଣ ସହାୟତା ରାଶି ବୃଦ୍ଧି କରାଯାଇଛି। ନିର୍ବାଚନ ବେଳେ ହିଂସାରେ ବା କୋଭିଡରେ ମୃତ୍ୟୁ ହେଲେ ପରିବାରକୁ ମିଳିବ ୩୦ ଲକ୍ଷ। ସେହିପରି ନିର୍ବାଚନ ବେଳେ ଅନ୍ୟ କାରଣରୁ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କା। ଆକ୍ରମଣରେ ସମ୍ପୂର୍ଣ୍ଣ ବିକଳାଙ୍ଗ ହେଲେ ମଧ୍ୟ ମିଳିବ ୧୫ ଲକ୍ଷ ଟଙ୍କାର ସହାୟତା । ଡ୍ୟୁଟିରେ ଥାଇ ସ୍ଥାୟୀ ଭାବେ ଅକର୍ମଣ୍ୟ ହେଲେ କର୍ମଚାରୀ ପାଇବେ ୭.୫ ଲକ୍ଷ ଟଙ୍କାର ସହାୟତା ରାଶି।ଦୁର୍ଘଟଣାରେ ଗୁରୁତର ଆହତ ହେଲେ ୨ଲକ୍ଷ ପର୍ଯ୍ୟନ୍ତ ସହାୟତା ଦିଆଯିବ । ସେହିପରି ଡ୍ୟୁଟିରେ ରହି ଯଦି କୌଣସି କର୍ମଚାରୀ କରୋନା ସଂକ୍ରମିତ ହୁଅନ୍ତି ତେବେ ମାଗଣାରେ ଚିକିତ୍ସା କରାଯିବ । ତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: