ଶ୍ରୀଲଙ୍କା ସଙ୍କଟ: ବୁଧବାର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ଗୋଟାବାୟା ରାଜପକ୍ଷ

ଶ୍ରୀଲଙ୍କା ସଙ୍କଟ: ବୁଧବାର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ଗୋଟାବାୟା ରାଜପକ୍ଷ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଉତ୍କଟ ହେଉଛି ଶ୍ରୀଲଙ୍କାରେ ହିଂସା। ଦେଶରେ ଲାଗି ରହିଛି ଉଭୟ ରାଜନୈତିକ ଓ ଅର୍ଥନୈତିକ ସଙ୍କଟ। ସରକାରଙ୍କ ବିରୋଧରେ ହଜାର ହଜାର ସଂଖ୍ୟାରେ ଲୋକ ରାଜରାସ୍ତାକୁ ଓହ୍ଳାଇବା ସହ ପ୍ରତ୍ୟକ୍ଷ ବିଦ୍ରୋହ ଘୋଷଣା କରିଛନ୍ତି। ଜନତାଙ୍କ ବିରୋଧକୁ ଦେଖି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗୁଇନ୍ଦା ରିପୋର୍ଟ ଆଧାରରେ ଶୁକ୍ରବାର ରାତିରେ ରାଷ୍ଟ୍ରପତି ଭବନ ଛାଡ଼ି ପଳାୟନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ବାସଭବନ ଜାଳିଦେଇଛନ୍ତି ବିକ୍ଷୋକଭକାରୀ । ଆଉ ପୁଲିସକୁ ଭୟ ନକରି ଶନିବାର ରାଷ୍ଟ୍ରପତି ଗୋଟାବାୟାଙ୍କ ସରକାରୀ ବାସଭବନ ଦଖଲ କରିଛନ୍ତି ଜନତା।ଗୋଟାବାୟା ରାଜପାକ୍ଷେ କେଉଁଠି ଅଛନ୍ତି ଜଣା ପଡି ନଥିବା ବେଳେ ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ପଦରୁ ସେ ଇସ୍ତଫା ​‌ଦେବା ନେଇ ଘୋଷଣା କରିଛନ୍ତି ।

ଆସନ୍ତା ୧୩ ତାରିଖରେ ସେ ଇସ୍ତଫା ଦେବେ ବୋଲି ଜଣା ପଡ଼ିଛି । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କ ଘରୋଇ ବାସଭବନରେ ମଧ୍ୟ ଶନିବାର ରାତିରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କ୍ଷୁବ୍ଧ ଜନତା ଓ ପୁଲିସ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ପୁଲିସ କର୍ମଚାରୀଙ୍କ ସହ ୨୧ଜଣ ଆହତ ହୋଇଛନ୍ତି। ପାଖରେ ଟଙ୍କା ଓ ପେଟ୍ରୋଲ ଅଭାବ ସତ୍ତ୍ୱେ ହଜାର ହଜାର ଲୋକ ଚାଲି ଚାଲି ରାଷ୍ଟ୍ରପତି ଭବନ ପହଞ୍ଚିଥିଲେ। ଜନତାଙ୍କୁ ଘଉଡ଼ାଇବାରେ ପୁଲିସ ସବୁ ପ୍ରକାର ଚେଷ୍ଟା କରି ବିଫଳ ହୋଉଛି। କର୍ଫ୍ୟୁ ସତ୍ତ୍ୱେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲୋକ ଗୋଟାବୟ ପ୍ରଥମେ ସେନା ମୁଖ୍ୟାଳୟରେ ଲୁଚି ରହିଥିଲେ ଓ ଏବେ ନୌସେନା ଜାହାଜ ‘ଏସ୍‌ଏନ୍‌ଏଲଏସ୍‌ ଗଜବାହୁ’ରେ ପରିବାର ସହ ରହିଥିବା କୁହାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: