ଓଡ଼ିଶା ଛୁଇଁଲା ମୌସୁମୀ,ବଦଳିବ ପାଗ

ଓଡ଼ିଶା ଛୁଇଁଲା ମୌସୁମୀ,ବଦଳିବ ପାଗ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓଡ଼ିଶା ଛୁଇଁଲା ମୌସୁମୀ, ଦକ୍ଷିଣ ଓଡ଼ିଶା ହାଲୁକା ବର୍ଷା। ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଥିବା ନେଇ ଟ୍ୱିଟ୍‌ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ମୌସୁମୀ ଯୋଗୁ ରାଜ୍ୟର କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି । ଗତକାଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପୂର୍ବାନୁମାନ କରାଯାଇଥିଲା । ହେଲେ ୨୪ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ତେବେ ଓଡିଶାରେ ମୌସୁମୀ ପ୍ରବେଶ ପରେ ପାଗରେ ପରିବର୍ତ୍ତନ ଆସିବା ସହ ତାତିରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: