ମନ୍ତବ୍ୟ ଦେଇ ଅଡ଼ୁଆରେ ଏହି ହିରୋଇନ୍

ମନ୍ତବ୍ୟ ଦେଇ ଅଡ଼ୁଆରେ ଏହି ହିରୋଇନ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ସାଉଥ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ଅଡ଼ୁଆ ବଢ଼ିଛି। ସେ କଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ଓ ଗୋ ରକ୍ଷା ନାଁରେ ଚାଲିଥିବା ଭିଡ଼ ହିଂସାକୁ ସମାନ ବୋଲି କହିବାରୁ ଏହାକୁ କିଛି ଲୋକ ବିରୋଧ କରିଛନ୍ତି। ଏଥିସହ ତାଙ୍କ ବୟାନକୁ ବିରୋଧ କରି ଆଜି ବଜରଙ୍ଗ ଦଳ ପୁଲିସ୍‌ର ଦ୍ୱାରସ୍ଥ ହୋଇଛି।ହାଇଦ୍ରାବାଦର ସୁଲତାନ ବଜାର ପୁଲିସ୍‌ ଷ୍ଟେସନରେ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ପହଞ୍ଚି ପଲ୍ଲବୀଙ୍କ ନାଁରେ ଏତଲା ଦେଇଛନ୍ତି। ପୁଲିସ୍‌ ଏତଲାକୁ ଗ୍ରହଣ କରି ପଲ୍ଲବୀ ଯେଉଁ ସାକ୍ଷାତକାରରେ କଶ୍ମୀର ପଣ୍ଡିତଙ୍କ ହତ୍ୟା ଓ ଭିଡ଼ ହିଂସା ସମ୍ପର୍କରେ ମତ ରଖିଥିଲେ, ତା’ର ଭିଡିଓକୁ ଯାଞ୍ଚ କରୁଛି।

ଏହାପରେ ପୁଲିସ୍‌ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କହିଛି।ନିଜର ଆଗାମୀ ଫିଲ୍ମ ବିରାତା ପରଭମର ପ୍ରୋମସନ ପାଇଁ ପଲ୍ଲବୀ ଗୋଟିଏ ୟଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ସେ କଶ୍ମୀର ପଣ୍ଡିତଙ୍କ ନରସଂହାର ସହ ଗୋ ଚୋରାଚାଲାଣ ନାଁରେ ହେଉଥିବା ଲିଚିଂକୁ ତୁଳନା କରିଥିଲେ। ତାଙ୍କର ଏହି ବୟାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ପଲ୍ଲବୀଙ୍କୁ ସମର୍ଥନ କରିଥିବା ବେଳେ ଆଉ କିଛି ଲୋକ ଦୁଇଟି ଘଟଣା ଆଦୌ ସମାନ ନୁହେଁ ବୋଲି କହିଛନ୍ତି। ପଲ୍ଲବୀଙ୍କୁ ଯେତେବେଳେ ରାଜନୀତିକ ଶିକ୍ଷା ବିଷୟରେ ପଚରା ଯାଇଥିଲା ସେ କହିଥିଲେ, “ମୁଁ ଗୋଟିଏ ନିରପେକ୍ଷ ପରିବେଶ ମଧ୍ୟରେ ବଢ଼ିଛି। ମୁଁ ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀଙ୍କ ବିଷୟରେ ବହୁତ କିଛି ଶୁଣିଛି। କିନ୍ତୁ କିଏ ଠିକ ଓ କିଏ ଭୁଲ ସେକଥା ମୁଁ କହିପାରିବି ନାହିଁ।

ବଲିଉଡ ଫିଲ୍ମ ଦି କଶ୍ମୀର ଫାଇଲ୍ସରେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଉଥିବା ଘଟଣାକୁ ପ୍ରଦର୍ଶିତ କରାଯାଇଥିଲା। ନିକଟରେ ଗାଈ ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ମୁସଲିମ ବୋଲି ଭାବି ହତ୍ୟା କରାଯାଇଥିଲା। ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ସେମାନେ ଜୟ ଶ୍ରୀ ରାମ ନାରା ଦେଇଥିଲେ। ଇଏ ବି ଧର୍ମ ନାଁରେ ହିଂସା। କଶ୍ମୀରରେ ଘଟିଥିବା ଘଟଣା ଓ ଏବେ ଘଟିଥିବା ଘଟଣା ମଧ୍ୟରେ କ’ଣ ଫରକ ରହିଛି? ଆମେମାନେ କାହାକୁ ବି ଧାର୍ମିକ ଦୃଷ୍ଟି କୋଣରୁ କେବେ ହେଲେ ଆଘାତ ଦେବା କଥା ନୁହେଁ।”

0 Comments

Leave Your Comment

Your email address will not be published. Required fields are marked *

%d bloggers like this: