ନୂଆବର୍ଷରେ ପରଦାକୁ ପୁଣି ଫେରିବ ‘ନାଗିନ’, ଦର୍ଶକଙ୍କ ହୋସ ଉଡେଇବେ ମେହକ ଚହଲ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଏକତା କପୁରଙ୍କ ‘ନାଗିନ ୬’ ୨୦୨୨ ଜାନୁଆରୀରୁ ଆରମ୍ଭ ହେବ ବୋଲି ସେ ନିଜେ କହିସରିଛନ୍ତି। ତେବେ ଏହାକୁ ନେଇ ସାମ୍ନାକୁ ଆସିଛି ଆଉ ଏକ ନୂଆ ଖବର। ‘ନାଗିନ ୬’ ପ୍ରସାରଣ ନେଇ ଘୋଷଣା ହେବା ପରଠାରୁ ସମସ୍ତଙ୍କ ମନରେ ଏହାର ଫିମେଲ ଲିଡ଼ ରୋଲ୍ ଅର୍ଥାତ୍ ନାଗୁଣୀ କିଏ ହେବ ନେଇ ଚର୍ଚ୍ଚା ହେଉଥିଲା। ତେବେ ଏହି ଭୂମିକା ପାଇଁ ଶୋ’ର ନିର୍ମାତା ଏକତା କପୁର ଅଭିନେତ୍ରୀ ମେହକ ଚହଲଙ୍କୁ ମୁଖ୍ୟ ଭୂମିକାରେ ନେଇଥିବାର ଜଣାପଡିଛି। ମେହେକ ନାଗିନ୍ -୬ ରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ନେଇ ସୂତ୍ରରୁ ଜଣାପଡିଛି। ମେହେକଙ୍କୁ ଶେଷ ଥର ରୋହିତ ଶେଟ୍ଟିଙ୍କ ରିଆଲିଟି ଶୋ ଖତ୍ରୋଁ କେ ଖିଲାଡି ୧୧ ରେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ମଧ୍ୟ ସେ ଅନେକ ଧାରାବାହିକ ଓ ସିନେମାରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରିଛନ୍ତି। ସେ ବିଗ୍ ବସ ସିଜିନ-୫ ର ଜଣେ ପ୍ରତିଯୋଗୀ ମଧ୍ୟ ଥିଲେ। କିଛି ଦିନ ପୂର୍ବରୁ ଏକତା କପୁର ବିଗ୍ ବସ୍ ୧୫ ହାଉସରେ ପହଞ୍ଚିବା ସହ ୨୦୨୨ ଜାନୁଆରୀରେ ନାଗିନ୍ ୬ ଲଞ୍ଚ କରିବାକୁ ଯାଉଛନ୍ତି ବୋଲି କହିଥିଲେ। ଏହା ସହିତ ଏକତା ଇଙ୍ଗିତ କରି କହିଥିଲେ ଯେ ଶୋ’ର ହିରୋଇନଙ୍କ ନାମ ଏମ୍ ରୁ ଆରମ୍ଭ ହେଉଛି, ଯାହାଙ୍କୁ ସଲମାନ ଖାନ ବହୁତ ଭଲ ଭାବରେ ଜାଣିଛନ୍ତି। ଏକତା କପୁରଙ୍କ ଏଭଳି ଘୋଷଣା ପରେ ଲୋକମାନେ ଅନୁମାନ କରୁଥିଲେ ଯେ ମହିମା ମାକୱାନା ନାଗିନ୍ ୬ ରେ ଏଣ୍ଟ୍ରି କରିବେ। କିଛି ଲୋକ ମୌନି ରୟ ପୁଣି ନାଗିନ ସିରିଜିକୁ ଫେରିବେ ବୋଲି ଅନୁମାନ କରିଥିଲେ। କିନ୍ତୁ ଏବେ ମେହକ ଚହଲ ଶୋ’ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ନାଗିନର ପୂର୍ବ ସିରିଜି ଗୁଡିକରେ ମୁଖ୍ୟ ଅଭିନେତ୍ରୀଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଥିବା ବେଳେ ଦର୍ଶକମାନେ ସିରିୟେଲଟିକୁ ବେଶ ପସନ୍ଦ କରୁଛନ୍ତି।

Leave a Reply

Your email address will not be published. Required fields are marked *