ବବି-ପାଣ୍ଡିଆନଙ୍କ ବିନା ନବୀନ ଅଟନ୍ତି ଅନ୍ଧ!

ନବୀନଙ୍କ ଦୁଇ ଆଖି ବବି ଓ ପାଣ୍ଡିଆନ : ନିଜ ବକ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚାରେ ବିଜେଡି ବିଧାୟକ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ହଁ, ଆପଣଙ୍କୁ ମିଛ ଆମକୁ କିନ୍ତୁ ସତ, ସତ ଏହା ହିଁ ସତ I ବବି-ପାଣ୍ଡିଆନଙ୍କ ବିନା ନବୀନ ଅଟନ୍ତି ଅନ୍ଧ! ଠିକ୍ ଯେମିତି ସକାଳର ସୂର୍ଯ୍ୟ ସତ ଆଉ ପୂର୍ଣ୍ଣମାର ଚାନ୍ଦ, ଠିକ୍ ସେମିତି ବବି-ପାଣ୍ଡିଆନଙ୍କ ବିନା ନବୀନ ଅଟନ୍ତି ଅନ୍ଧ! କହିବାର କଥା ଏହା ଯେ, ବିଜେଡିର ବାବୁ ସୌମ୍ୟ ରଞ୍ଜନ ପଟ୍ଟନାୟକ କହୁ କହୁ ସିନା କହିଦେଲେ କିନ୍ତୁ ସତ କଥା ପଦଟିଏ କହିଦେଲେ I ବାବୁ କଣ କହିଲେ ନା ନବୀନ ବାବୁଙ୍କ ଦୁଇଟି ଆଖି ଜଣେ ବାବୁ ବବି ଦାସ ଅନ୍ୟ ଜଣେ ବଡ଼ବାବୁଙ୍କ ବାହୁବଳି ପ୍ରଶାସକ ଭି.କାର୍ତ୍ତିକେୟ ପାଣ୍ଡିଆନ I ଏମାନେ ଯ଼ଦି ବାବୁଙ୍କ ଛତ୍ରଛାୟାରୁ ଅଳ୍ପ ଦୁରେଇ ଯ଼ିବେ ତେବେ କଣ ହେବ କୋଟି ଓ଼ଡ଼଼ିଆଙ୍କ ମଉଡମଣି ବାବୁ ନବୀନଙ୍କର?


ସେ ଯ଼ାହା ବି ହେଉ, ଏମିତିରେ ଦଳ ଭିତରେ ହେଉକି ଦଳ ବାହାରେ ବବି ଓ ପାଣ୍ଡିଆନ ହିଁ ଦଳ ଓ ସରକାରର ଦି ଧାରିଆ ଛୁରୀ I ଜଣେ ଦଳର ଗଡ଼ ସମ୍ଭାଳିଛନ୍ତି ବୋଲି ବିଜେଡିର ଚେଲା ଚାମୁଣ୍ଡା ଭାବୁଛନ୍ତି ଅନ୍ୟ ଜଣଙ୍କ ନାଁ ନେବାକୁ ପ୍ରଶାସକ ମହଲରେ କୋକୁଆ ଭୟ ସୃଦଶ୍ୟ ବିପଦ ଗୋଡ଼ାଉଛି I ଅବଶ୍ୟ ଏହା ବି ସତ ଯେ, ଏହି ଦୁହିଁଙ୍କ ସାନିଧ୍ୟ ପାଇବା ପାଇଁ ଗତକାଲିର ସହିଦ ନଗରର ଚିତ୍ର ଆଜିର ସଜ ସଜ ଚିତ୍ର I


ଏଠି ପ୍ରଶ୍ନ କାହିଁକି ପୁଣି ଶାଣିତ ହେଲା ସୌମ୍ୟଙ୍କ ସ୍ୱର? କାହିଁକି ମୁଖ୍ୟମନ୍ତ୍ରୀଙ୍କ ଶାସନ ଚଳାଇବା ପ୍ରକ୍ରିୟାକୁ ନେଇ କଥାରେ କଥାରେ କଡ଼ା ଟିପ୍ପଣୀ କଲେ ସୌମ୍ୟରଞ୍ଜନ? ରାଜନୀତି ସମୀକ୍ଷକଙ୍କ ମତରେ-ବିଜେଡି ରାଜନୀତିରେ ଏହା ଏକ ନିରବ ଝଡ଼। ଯେଉଁ ଢାଞ୍ଚାରେ ସରକାର ଚାଲିଛି, ସେଥିରେ ଖୋଦ୍ ମୁଖ୍ଯମନ୍ତ୍ରୀଙ୍କ ଦଳର ନେତା ବି ସନ୍ତୁଷ୍ଟ ନୁହଁନ୍ତି ବୋଲି ପ୍ରମାଣିତ କରୁଛି। ସେଥିପାଇଁ ସେମାନେ ଖୋଲାଖୋଲି ମୁହଁ ଖୋଲିବା ଆରମ୍ଭ କଲେଣି। ତେଣେ ସୌମ୍ୟଙ୍କ ଏଭଳି ମନ୍ତବ୍ୟ ବିରୋଧୀଙ୍କ ପାଇଁ ନବୀନଙ୍କୁ ଆକ୍ଷେପର ଖୋରାକ ଯୋଗାଇଥିବାବେଳେ ବିଜେଡି କିନ୍ତୁ ପ୍ରସଙ୍ଗକୁ ନେଇ ମୁହଁ ଖୋଲୁନି।

କେବେ ଖୋଲିବ କିଏ କହିବ? ଆଉ ହଁ ଶଙ୍ଖାଧିପତିଙ୍କ ଶିବିର ଉପରେ ଏବେ ସମସ୍ତଙ୍କ ତୀକ୍ଷଣ ନଜର ରହିବ କାହିଁକିନା ହୁଏତ କାର୍ଯ୍ୟାନୁଷ୍ଠାନ ପରେ ପୁଣି ହାଟରେ ପଡ଼ି ଦାଣ୍ଡରେ ଗଡ଼ିବ ସୌମ୍ୟଙ୍କ ‘ଆମ ଘରର ହାଲଚାଲ’

Leave a Reply

Your email address will not be published. Required fields are marked *