ଟିକାଏତଙ୍କୁ ହତ୍ଯା ଧମକ

ଟିକାଏତଙ୍କୁ ହତ୍ଯା ଧମକ

ପ୍ରିଜମ ନ୍ୟୁଜ ବ୍ୟୁରୋ: କୃଷକ ନେତା ରାକେଶ ଟିକାଏତଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ସେ ଏକ ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।ରବିବାର ସକାଳ ପ୍ରାୟ ୧୧ଟା ସମୟରେ ରାକେଶଙ୍କ ମୋବାଇଲକୁ ଏକ କଲ ଆସିଥିଲା। ଯୁବକ ଜଣକ ତାଙ୍କ ନାମ ସଞ୍ଜୁ କହିଥିଲେ। ସମ୍ପୃକ୍ତ ଯୁବକ ରାକେଶଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ହତ୍ୟା ଧମକ ଦେଇଥିଲେ। ପୋଲିସ ଷ୍ଟେସନ ସିଭିଲ ଲାଇନରେ ଏକ ମାମଲା ରୁଜୁ କରାଯାଇଛି। ଏସଏସଆଇ ରାକେଶ ଶର୍ମା ସର୍କୁଲାର ରୋଡରେ ଥିବା ରାକେଶଙ୍କ ବାସଭବନରେ ପହଞ୍ଚି ଏ ବିଷୟରେ ପଚାରି ବୁଝିଥିଲେ। ପୋଲିସ ଧମକପୂର୍ଣ୍ଣ କଲ୍‌ ଆସିଥିବା ମୋବାଇଲ ନମ୍ବରକୁ ନଜରରେ ରଖି ତଦନ୍ତ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ସିଭିଲ ଲାଇନ ପୋଲିସ ଷ୍ଟେସନରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରାଯାଇଛି। ଘଟଣାର ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଷ୍ଟେଶନ ଦାୟିତ୍ୱରେ ଥିବା ବିଜନ୍ଦ୍ର ସିଂ ରାୱତ କହିଛନ୍ତି।ତେବେ ଏନେଇ ରାକେଶ ଟିକାଏତ କହିଛନ୍ତି, କେବଳ ମୋତେ ନୁହେଁ, ମୋ ପରିବାର ଲୋକଙ୍କୁ ହତ୍ୟା ଧମକ ଦିଆଯାଉଛି। ଚାଷୀଙ୍କ ଆନ୍ଦୋଳନ ସମୟରେ ତାଙ୍କୁ ୧୩ ମାସ ମଧ୍ୟରେ ଅନେକ ଥର ଧମକ ଦିଆଯାଇଥିଲା। ଏହା ସେ ଗାଜିଆବାଦ ପୋଲିସକୁ ଜଣାଇଥିଲେ। କେତେକରେ ମାମଲା ପଞ୍ଜୀକୃତ ହୋଇଥିଲା ଏବଂ କେତେକରେ ତଦନ୍ତ କରାଯାଇଥିଲା, କିନ୍ତୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିଲା। ଯଦି ପୋଲିସ ପୂର୍ବରୁ ହୋଇଥିବା ଅଭିଯୋଗ ଉପରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥାନ୍ତା ତେବେ ଏପରି ଧମକ ଆଜି ମିଳି ନ ଥାନ୍ତା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: