ଧନୁଷଙ୍କୁ ସମନ ଜାରି, ପ୍ରକୃତ ପରିଚୟ ନେଇ…

ଧନୁଷଙ୍କୁ ସମନ ଜାରି, ପ୍ରକୃତ ପରିଚୟ ନେଇ…

ପ୍ରିଜମ ନ୍ୟୁଜ ବ୍ୟୁରୋ: ନୂଆ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଉଥ୍ ସୁପରଷ୍ଟାର୍ ଧନୁଷ । ତାଙ୍କୁ ନିଜ ପୁଅ ବୋଲି ଦାବି କରିଛନ୍ତି ଅଜଣା ଦମ୍ପତ୍ତି । କିଛି ଏପରି ଦାବି କରି ସେହି ଦମ୍ପତ୍ତି ମାଡ୍ରାସ୍ ହାଇକୋର୍ଟର ଦ୍ୱାରସ୍ତ ହେବା ପରେ ଏବେ ମାନ୍ୟବର ହାଇକୋର୍ଟ ଧନୁଷଙ୍କୁ ସମନ୍ ଜାରି କରିଛନ୍ତି ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଧନୁଷଙ୍କୁ ନିଜ ପୁଅ ଭାବେ କାଥିସେରନ୍ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ମିନାକ୍ଷୀ ଦାବି କରିଛନ୍ତି । ଏହି ମାମଲା ଦୀର୍ଘ ବର୍ଷ ଧରି କୋର୍ଟରେ ଚାଲିଆସିଛି । ତେବେ ଦମ୍ପତ୍ତିଙ୍କ ଅଭିଯୋଗ ଅନୁଯାୟୀ ୨୦୨୦ରେ କୁଆଡେ ଧନୁଷ କୋର୍ଟରେ ମିଥ୍ୟା ପେଟେର୍‌ନିଟି ଟେଷ୍ଟ ଦସ୍ତାବିଜ ଦାଖଲ କରିଥିଲେ । ସେହି ସମୟରେ ଧନୁଷ ମିଥ୍ୟା ପେଟେରନିଟି ଦସ୍ତାବିଜ ଦାଖର କରିଥିବା ନେଇ କୌଣସି ପ୍ରମାଣ ନଥିବା କହି ମାନ୍ୟବର ହାଇକୋର୍ଟ ମାମଲା ଖାରଜ କରିଥିଲେ ।ଅନ୍ୟପଟେ କାଥିସେରନ୍ ଓ ମିନାକ୍ଷୀ ଧନୁଷଙ୍କୁ ନିଜର ତୃତୀୟ ସନ୍ତାନ ତଥା କ୍ୟାରିଅର ପାଇଁ ସେ ଚେନ୍ନାଇ ପଳାଇଆସିଥିବା

ପ୍ରିଜମ ନ୍ୟୁଜ ବ୍ୟୁରୋ: ନୂଆ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଉଥ୍ ସୁପରଷ୍ଟାର୍ ଧନୁଷ । ତାଙ୍କୁ ନିଜ ପୁଅ ବୋଲି ଦାବି କରିଛନ୍ତି ଅଜଣା ଦମ୍ପତ୍ତି । କିଛି ଏପରି ଦାବି କରି ସେହି ଦମ୍ପତ୍ତି ମାଡ୍ରାସ୍ ହାଇକୋର୍ଟର ଦ୍ୱାରସ୍ତ ହେବା ପରେ ଏବେ ମାନ୍ୟବର ହାଇକୋର୍ଟ ଧନୁଷଙ୍କୁ ସମନ୍ ଜାରି କରିଛନ୍ତି ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଧନୁଷଙ୍କୁ ନିଜ ପୁଅ ଭାବେ କାଥିସେରନ୍ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ମିନାକ୍ଷୀ ଦାବି କରିଛନ୍ତି । ଏହି ମାମଲା ଦୀର୍ଘ ବର୍ଷ ଧରି କୋର୍ଟରେ ଚାଲିଆସିଛି । ତେବେ ଦମ୍ପତ୍ତିଙ୍କ ଅଭିଯୋଗ ଅନୁଯାୟୀ ୨୦୨୦ରେ କୁଆଡେ ଧନୁଷ କୋର୍ଟରେ ମିଥ୍ୟା ପେଟେର୍‌ନିଟି ଟେଷ୍ଟ ଦସ୍ତାବିଜ ଦାଖଲ କରିଥିଲେ । ସେହି ସମୟରେ ଧନୁଷ ମିଥ୍ୟା ପେଟେରନିଟି ଦସ୍ତାବିଜ ଦାଖର କରିଥିବା ନେଇ କୌଣସି ପ୍ରମାଣ ନଥିବା କହି ମାନ୍ୟବର ହାଇକୋର୍ଟ ମାମଲା ଖାରଜ କରିଥିଲେ ।

ଅନ୍ୟପଟେ କାଥିସେରନ୍ ଓ ମିନାକ୍ଷୀ ଧନୁଷଙ୍କୁ ନିଜର ତୃତୀୟ ସନ୍ତାନ ତଥା କ୍ୟାରିଅର ପାଇଁ ସେ ଚେନ୍ନାଇ ପଳାଇଆସିଥିବା ଅଭିଯୋଗ ଆଣିବା ପରେ ମାନ୍ୟବର ହାଇକୋର୍ଟ ପୁଣିଥରେ ଧନୁଷଙ୍କୁ ସମନ ଜାରି କରିଛନ୍ତି । ଏପରିକି ଧନୁଷଙ୍କୁ ନିଜ ପୁଅ କହି କାଥିସେରନ୍ ଓ ମିନାକ୍ଷୀ ଭରଣାପୋଷଣ ବାବଦକୁ ମାସିକ ୬୫ ହଜାର ଟଙ୍କା ମଧ୍ୟ ଦାବି କରିଛନ୍ତି । ଦୀର୍ଘବର୍ଷ ଧରି ଏହି ମାମଲା ଚାଲିଆସିଥିଲାବେଳେ ଧନୁଷ କିନ୍ତୁ ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଛନ୍ତି । ମାନ୍ୟବର ହାଇକୋର୍ଟ ପୁଣିଥରେ ଧନୁଷଙ୍କୁ ସମନ ଜାରି କରିଛନ୍ତି । ଏପରିକି ଧନୁଷଙ୍କୁ ନିଜ ପୁଅ କହି କାଥିସେରନ୍ ଓ ମିନାକ୍ଷୀ ଭରଣାପୋଷଣ ବାବଦକୁ ମାସିକ ୬୫ ହଜାର ଟଙ୍କା ମଧ୍ୟ ଦାବି କରିଛନ୍ତି । ଦୀର୍ଘବର୍ଷ ଧରି ଏହି ମାମଲା ଚାଲିଆସିଥିଲାବେଳେ ଧନୁଷ କିନ୍ତୁ ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: