କେତୋଟି ଅନୁଦିତ କବିତା

କେତୋଟି ଅନୁଦିତ କବିତା

ଉପଦେଶ

ସେ ଋଷିଛନ୍ତି ମୋ ଉପରେ

କାରଣ

ମୁଁ

ସେଇୟା କହେ

ଯାହା ଠିକ ଭାବେ।

ସେ ଋଷିଛନ୍ତି ମୋ ଉପରେ

କାରଣ ମୁଁ ତାହା କୁହେନା

ଯାହା ସେ ମୋଠାରୁ ଶୁଣେଇବାକୁ ଚାହୁଁଛନ୍ତି।

ତାଙ୍କରି ଉପଦେଶ ଯେ

ମୋର ଚୁପ ରହିବା ଭଲ ହେବ

ମୋର ସ୍ୱାସ୍ଥ୍ୟ ପାଇଁ।

ସିଏ ସତ୍ତାରୁଢ଼ ମଣିଷ ଯେ !

ଶବ୍ଦ

(୧) ଶବ୍ଦ

ମୋ ପାଇଁ ସେହି ସାଙ୍ଗମାନଙ୍କ ପରି

ଯିଏ କେବେ ଠିକ୍ ସମୟରେ ଆସନ୍ତି ନାହିଁ

ଏବଂ ଅକୁହା ଗୁଜବ ରହିଥାଏ

ପୁଣି କେବେ ଧରାଯିବା ପାଇଁ ।

(୨) ବେଳେବେଳେ ଶବ୍ଦ ଆସେ ଝର ଝର ନିର୍ଝର ପରି

ଏବଂ ଆମେ ଭାବୁ ପାଖରେ ତ ଅଛି ଯେ କୌଣସି ସମୟରେ ଅଂଜୁଳି ଭରି

ନେବାହେଲେ ଭୁଲ ହୋଇଯାଏ

ଝରଣାଟିଏ ଶୁଖିଯାଏ।

(୩) ଋଷି ପରି ଆସନ୍ତି ଶବ୍ଦ ବ୍ରହ୍ମ ଆମ ଦ୍ୱାରକୁ

ଗ୍ରହଣ କରିବାକୁ

ଅଭ୍ୟର୍ଥନା ଅବହେଳାକୁ

ବରଦାସ୍ତ ଜମା କରନ୍ତି ନାହିଁ

ଦୁର୍ବସା ହେବାରେ ଟିକିଏ ସମୟ ଲାଗେ ନାହିଁ ।

ଟ୍ରିକିଲ ଇଫେକ୍ଟ ରାମ !

ଅଯୋଧ୍ୟା ରେ ତୁମରି ପୁନଃ ସ୍ୱାଗତ ପାଇଁ

ଭକ୍ତଗଣ ଯେଉଁଲକ୍ଷ ଲକ୍ଷ ଦୀପ ଜଳାଇଥିଲେ

ସେଇ ଦୀପମାନଙ୍କରେ

ବଳିଥିବା ଅଳ୍ପ ଅଳ୍ପ ତେଲକୁ

ରାତିରେ ଚୋରି କରି

ପ୍ରଭୁ ହଜାର ହଜାର ଲୋକନିଜ ପରିବାର ପାଇଁ

ତରକାରୀ ପରଜିଥିଲେ।

ରାମ ! ତୁମେ କେତେ କରୁଣ ନିଧାନ କିଛି ନ କିଛି ଆଇଁଠା

ଛାଡିଦିଅ

ସବୁ ବେଳେ ଏଇ ଦେଶର ଭୋକିଲା ଏବଂ ଉଲଗ୍ନଙ୍କ ପାଇଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: