ସୋସିଆଲ ମିଡିଆକୁ ସାବଧାନ! ଖୁବ୍ ଶୀଘ୍ର ହୋଇପାରନ୍ତି ଡିପ୍ରେସନର ଶୀକାର

ସୋସିଆଲ ମିଡିଆକୁ ସାବଧାନ! ଖୁବ୍ ଶୀଘ୍ର ହୋଇପାରନ୍ତି ଡିପ୍ରେସନର ଶୀକାର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:ଘଣ୍ଟା ଘଣ୍ଟା ଧରି ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି କି? ହୋଇ ଯାଆନ୍ତୁ ସାବଧାନ। ମାତ୍ରାଧିକ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଯୁବପିଢି ଅଧିକ ହେଉଛନ୍ତି ଡିପ୍ରେସନର ଶୀକାର । ଜର୍ଣ୍ଣାଲ୍ ଅଫ୍ ଆଫେକ୍ଟିଭ୍ ଡିସଅର୍ଡର୍ସ ରିପୋର୍ଟରେ ପ୍ରକାଶିତ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଶାନ୍ତ, ଦୟାଳୁ, ବୁଝାମଣା ଶକ୍ତି ଥିବା ବ୍ୟକ୍ତିଙ୍କ ଅପେକ୍ଷା ଏହି ଗୁଣ ନଥିବା ବ୍ୟକ୍ତି ଓ ଯେଉଁମାନେ ମାତ୍ରାଧିକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ସେମାନଙ୍କ ତୁଳନାରେ ୪୯ ପ୍ରତିଶତ କମ୍ ଅବସାଦଗ୍ରସ୍ତ ହୋଇଥାନ୍ତି।

ଆଲବମା ବିଶ୍ୱବିଦ୍ୟାଳୟର ଶିକ୍ଷା ମହାବିଦ୍ୟାଳୟର ଗବେଷକମାନେ କହିଛନ୍ତି ଯେ, ଏହି ଅଧ୍ୟୟନ ସୋସିଆଲ ମିଡିଆର ମାତ୍ରାଧିକ ବ୍ୟବହାର କିପରି ଉଦାସୀନତା ସହ ଜଡିତ ସେ ବାବଦରେ ଅନୁସନ୍ଧାନ କରିଛି । ଅନୁସନ୍ଧାନକାରୀ ଟିମ୍ ଆହୁରି ମଧ୍ୟ ଜାଣିବାକୁ ପାଇଛନ୍ତି ଯେ, ଯେ ଉଚ୍ଚ Neuroticism ଅର୍ଥାତ୍ ରାଗୀ, ଜିଦ୍‌ଖୋର ଏବଂ ଚିଡ୍‌ଚିଡା ସ୍ବଭାବର ବ୍ୟକ୍ତି, ଏପରି ଗୁଣ ନଥିବା ବ୍ୟକ୍ତିଙ୍କ ତୁଳନାରେ ଦିନକୁ ୩୦୦ ମିନିଟ୍ ଅଧିକ ସୋସିଆଲ ମିଡିଆ ବ୍ୟବହାର କରନ୍ତି, ଏବଂ ସେମାନେ ଦୁଇଗୁଣା ଡିପ୍ରେସନର ହେବାର ସମ୍ଭାବନା ରହିଛି ।

ଅଧ୍ୟୟନ ପାଇଁ, ଏହି ଟିମ୍ ୧୮ ରୁ ୩୦ ବର୍ଷ ବୟସର ୧୦୦୦ରୁ ଅଧିକ ଆମେରିକୀୟଙ୍କ ନମୁନା ନେଇ ପରୀକ୍ଷଣ କରିଥିଲେ । ସ୍ୱାସ୍ଥ୍ୟ ପ୍ରଶ୍ନପତ୍ର ବ୍ୟବହାର କରି ଡିପ୍ରେସନ୍ ମାପ କରାଯାଇଥିଲା । ସେମାନଙ୍କୁ, ଲୋକପ୍ରିୟ ସୋସିଆଲ ମିଡିଆ କେତେ ସମୟ ବ୍ୟବହାର କରୁଛନ୍ତି ସେ ବାବଦରେ ପ୍ରଶ୍ନ କରାଯାଇଥିଲା।ଅନୁସନ୍ଧାନକାରୀ ମତ ଦିଅନ୍ତି ଯେ, ମାତ୍ରାଧିକ ସୋସିଆଲ ମିଡିଆ ବ୍ୟବହାର ନିଜ ସହ ଅନ୍ୟମାନଙ୍କ ପ୍ରତି ନକରାତ୍ମକ ଭାବନା ସୃଷ୍ଟି କରେ, ଯାହା ଧିରେ ଧିରେ ଉଦାସୀନତା ଦିଗକୁ ଟାଣିନିଏ । ଶେଷରେ, ଅଧିକ ସୋସିଆଲ ମିଡିଆରେ ଜଡିତ ହେବା ବ୍ୟକ୍ତିଗତ ପାରସ୍ପରିକ କାର୍ଯ୍ୟକଳାପ ଏବଂ ଘର ବାହାରେ କାର୍ଯ୍ୟକଳାପ ପାଇଁ ଇଚ୍ଛାଶକ୍ତିକୁ ହ୍ରାସ କରେ । ଏହାସହ ମାତ୍ରାଧିକ ସୋସିଆଲ ମିଡ଼ିଆ ବ୍ୟବହାର ବ୍ୟକ୍ତିକୁ ଏକୁଟିଆ କରିବା ସହ ସମାଜଠାରୁ ଦୂରେଇ ରଖେ। ଏହାଦ୍ବାରା ବ୍ୟକ୍ତି ଉଦାସୀନତା ଆଡ଼କୁ ଗତି କରିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: