ଭାରତରେ ହେବ ଅକ୍ସଫୋର୍ଡ ଟିକାର ମାନବ ପରୀକ୍ଷଣ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଭାରତରେ ହେବ ଅକ୍ସଫୋର୍ଡ ଭ୍ୟାକସିନ ‘କୋଭିସିଲଡ’ର ମାନବ ପରୀକ୍ଷଣ। ଭାରତରେ ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପାଇଁ ଅନୁମତି ଦେଇଛି ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆ ବା ଡିସିଜିଆଇ। ଟିକା ପ୍ରସ୍ତୁତ କରିବା ପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ଥିବା ସେରମ ଇନଷ୍ଟିଚ୍ୟୁଟ୍ ଏହି ପରୀକ୍ଷଣ କରିବ। ଏହି ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଥିବା ନେଇ ବିଭିନ୍ନ ମେଡିକାଲ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଟିକା ଦେବାର ୫୬ ଦିନ ଭିତରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ‘ଟି’ ସେଲ ନିର୍ମାଣ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଥିଲା। ସେହିପରି ପ୍ରଥମ ଦିନରେ ପ୍ରଥମ ଡୋଜ୍ ଏବଂ ୨୯ତମ ଦିନରେ ଦ୍ୱିତୀୟ ଡୋଜ୍ ଦିଆଯିବା ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ରିପୋର୍ଟ ପରେ ‘କୋଭିସିଲଡ୍’ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏନେଇ ଅକ୍ସଫୋର୍ଡ ୟୁନିଭର୍ସିଟିର ଜେନର ଇନଷ୍ଟିଚ୍ୟୁଟ୍ ସହ ଏକ ଚୁକ୍ତି କରିଛି।

Leave a Reply

Your email address will not be published. Required fields are marked *