ଦୀର୍ଘ ସମୟ ପର୍ଯ୍ୟନ୍ତ ଯୌନ କାର୍ଯ୍ୟକଳାପରୁ  ଦୂରେଇ ରହିବା ଆପଣଙ୍କ ଶରୀରରେ ପକାଇ ପାରେ ମିଶ୍ରିତ ପ୍ରଭାବ

ଦୀର୍ଘ ସମୟ ପର୍ଯ୍ୟନ୍ତ ଯୌନ କାର୍ଯ୍ୟକଳାପରୁ ଦୂରେଇ ରହିବା ଆପଣଙ୍କ ଶରୀରରେ ପକାଇ ପାରେ ମିଶ୍ରିତ ପ୍ରଭାବ

ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ସ୍ଥାପନ ନ କରିବାରୁ ପଡ଼ିଥାଏ ଏହି ପ୍ରଭାବ, ଜାଣି ଚକିତ ହେବେ ଆପଣ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସମସ୍ତ ବୟସ୍କଙ୍କ ଜୀବନରେ ଏପରି ଏକ ସମୟ ଆସେ, ଯେତେବେଳେ ସେମାନେ ଶାରୀରିକ ସମ୍ପର୍କ (Physical Relationship) ସ୍ଥାପନ କରିପାରନ୍ତି ନାହିଁ । ଏହା ପଛରେ ଅନେକ କାରଣ ଥାଇପାରେ, ଯେପରିକି ସାଥୀଠାରୁ ଦୂରରେ ରହିବା, ଯୌନ ଇଚ୍ଛାର କମି କିମ୍ବା ଇଚ୍ଛାର ଅଭାବ ଇତ୍ୟାଦି । କିନ୍ତୁ ଆପଣ ଜାଣନ୍ତି କି ଦୀର୍ଘ ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ନକରିବାରୁ ଆପଣଙ୍କ ଶରୀରର ଉପରେ କ’ଣ ପ୍ରଭାବ (Effects of not making physical relation for long time) ପଡ଼ିଥାଏ? ଯଦି ଆପଣ ଏ ବିଷୟରେ ଅବଗତ ନୁହଁନ୍ତି, ତେବେ ଆସନ୍ତୁ ଏହି ଆର୍ଟିକିଲରେ ଯୌନ ସମ୍ପର୍କ (ଇଣ୍ଟରକୋର୍ସ) ସ୍ଥାପନ ନକରିବାରୁ ଶରୀରରେ ହେଉଥିବା କ୍ଷତି ଓ ଲାଭ (Benefits and Side Effects of not having sexual relation) ବିଷୟରେ ଜାଣିବା । 

ଯୌନ ସମ୍ପର୍କ ସ୍ଥାପନ ନକରିବାରୁ ହେଉଥିବା କ୍ଷତି (Side Effects of not having sexual relation)

ଫ୍ଲୋ ହେଲ୍ଥ (Flo Health) ର ମୁଖ୍ୟ ବିଜ୍ଞାନ ଅଧିକାରୀ ଆନ୍ନା କ୍ଲେପଚୁକୋଭା (Anna Klepchukova) କହିଛନ୍ତି ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୌନ କାର୍ଯ୍ୟକଳାପ (Decrease in Sexual Activity) ରୁ ଦୂରେଇ ରହିବା ଆପଣଙ୍କ ଶରୀର ଉପରେ ନିମ୍ନଲିଖିତ ଖରାପ ଓ ଭଲ ପ୍ରଭାବ ପକାଇପାରେ ।


ଶାରୀରିକ ସମ୍ପର୍କ ସ୍ଥାପନ ନ କରିବା ଯୋଗୁଁ ଶରୀରରେ ହେଉଥିବା କ୍ଷତି (Side effects on physical health)

ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ 

ଶାରୀରିକ ସମ୍ପର୍କର ଅଭାବ ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିପାରେ । ଯେଉଁଥିପାଇଁ ଆପଣ ଅନେକ ସଂକ୍ରମଣ ଓ ଫ୍ଲୁ ଦ୍ୱାରା ଶୀଘ୍ର ଅସୁସ୍ଥ ହୋଇପାରନ୍ତି । ଗୋଟିଏ ଅଧ୍ୟୟନରେ ଏହା ଜଣାପଡିଛି ଯେ ଯେଉଁମାନେ ନିୟମିତ ଯୌନ ସମ୍ପର୍କ ସ୍ଥାପନ କରନ୍ତି, ସେମାନଙ୍କର ସ୍ଲାଇବାରେ ବିଭିନ୍ନ ସଂକ୍ରମଣ ସହ ଲଢ଼ୁଥିବା ଆଣ୍ଟିବଡି (Immunoglubulin A) ଥାଏ ।

ମହିଳାମାନଙ୍କର ସ୍ୱାସ୍ଥ୍ୟ: ମହିଳାମାନଙ୍କର ଯୌନାଙ୍ଗର ସ୍ୱାସ୍ଥ୍ୟର ଅବନତି 

ଶାରୀରିକ ସମ୍ପର୍କର ଅଭାବ ହେତୁ ମହିଳାଙ୍କ ଯୌନାଙ୍ଗର ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ । ଏଥିରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇପାରେ ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସମୟରେ କାମୋତ୍ତେଜନା (decrease in women’s libido) ର ହ୍ରାସ ଦେଖାଯାଏ ।


ପୁରୁଷଙ୍କ ସ୍ୱାସ୍ଥ୍ୟ: ହୃଦୟ ସ୍ୱାସ୍ଥ୍ୟ ପାଇଁ କ୍ଷତି 

ଆନ୍ନା କ୍ଲେପଚୁକୋଭାଙ୍କ ଅନୁଯାୟୀ, ନିୟମିତ ଶାରୀରିକ ସମ୍ପର୍କ ନ ଗଢ଼ିବାରୁ ହୃଦଘାତର ଆଶଙ୍କା ବଢିପାରେ । ଯୌନ ସମ୍ପର୍କ ସୃଷ୍ଟି କରିବା ଏକ ପ୍ରକାର ବ୍ୟାୟାମ ପରି କାମ କରେ, ଯାହା ଶରୀରରେ ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରନ୍ ସ୍ତରକୁ ସନ୍ତୁଳିତ କରିଥାଏ । ଯାହାଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ ।

ଋତୁସ୍ରାବ ସମୟରେ ଅସହ୍ୟ ଯନ୍ତ୍ରଣା

ଯୌନ ସମ୍ପର୍କର ଅଭାବ ହେତୁ ଋତୁସ୍ରାବରେ ମହିଳାମାନଙ୍କର ଅଧିକ ସମସ୍ୟା ହୋଇପାରେ । ଇଣ୍ଟରକୋର୍ସ ସମୟରେ ମହିଳାଙ୍କ ଭିତରେ ଏଣ୍ଡୋରଫିନ୍ ହରମୋନ୍ ବୃଦ୍ଧି ହୁଏ ଓ ୟୁଟେରାଇନ୍ ସଂକୋଚନ ବଢ଼ିଥାଏ । ଉଭୟ ଜିନିଷ ଋତୁସ୍ରାବର ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରେ ।

ଯୌନ ସମ୍ପର୍କର ଅଭାବ ଯୋଗୁଁ ମାନସିକ ସ୍ୱାସ୍ଥ୍ୟରେ ପଡୁଥିବା ଖରାପ ପ୍ରଭାବ (Side Effects on mental health)

ବିଶେଷଜ୍ଞଙ୍କ ଅନୁଯାୟୀ, ଯୌନ ସମ୍ପର୍କର କମି କାରଣରୁ ଶରୀରରେ ଏଣ୍ଡୋରଫିନ୍ ଓ ଅକ୍ସିଟୋସିନ୍ ହରମୋନ୍ ସ୍ତର ହ୍ରାସ ହୋଇପାରେ । ଏହି ହରମୋନ୍ ଆପଣଙ୍କ ଚାପ ଓ ଚିନ୍ତାକୁ ହ୍ରାସ କରିବାରେ ସାହାଯ୍ୟ କରେ ।

ଯଦି ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ନ ଗଢ଼ାଯାଇଥାଏ ତେବେ ଲିବିଡୋ ଅର୍ଥାତ ଯୌନ ଇଚ୍ଛାରେ ହ୍ରାସ ହୋଇପାରେ । ନିୟମିତ ସେକ୍ସ ସେକ୍ସୁଆଲ ଡ୍ରାଇଭକୁ ବଢ଼ାଇବାରେ ସହାୟକ ହୋଇଥାଏ ।

ନିୟମିତ ଶାରୀରିକ ସମ୍ପର୍କ ନହେବା ଆପଣଙ୍କ ସାଥୀଙ୍କ ସହିତ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିପାରେ । ତଥାପି, ଏହା ପାରସ୍ପରିକ ବୁଝାମଣା ଉପରେ ଅଧିକ ନିର୍ଭର କରେ ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଯୌନ ସମ୍ପର୍କ ନ ସ୍ଥାପନ କରିବାର ଲାଭ (Benefits of not making sexual relation for long time)

ଯଦି ଆପଣ ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ସ୍ଥାପନ କରୁନାହାଁନ୍ତି, ତେବେ ଆପଣଙ୍କୁ ମଧ୍ୟ କିଛି ଲାଭ ମିଳିପାରେ । ଯେପରି…

୧. ଅସମୟ ଗର୍ଭଧାରଣ ବିଷୟରେ ଚିନ୍ତା ରହେ ନାହିଁ ।

୨. ମୂତ୍ରନଳୀ ସଂକ୍ରମଣର ଭୟ ରହେ ନାହିଁ ।

୩. ନିଜକୁ ଓ ଶରୀରକୁ ବୁଝିବା ପାଇଁ ସମୟ ମିଳିଥାଏ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: