ମନିଲଣ୍ଡରିଂ ମାମଲା:ED ପାଖରେ ହାଜର ହେଲେ ଶିବ ସେନା ସାଂସଦ ସଞ୍ଜୟ ରାଉତ

ମନିଲଣ୍ଡରିଂ ମାମଲା:ED ପାଖରେ ହାଜର ହେଲେ ଶିବ ସେନା ସାଂସଦ ସଞ୍ଜୟ ରାଉତ

ପ୍ରିଜମ ନ୍ୟୁଜ ବ୍ୟୁରୋ:ରୋଚକ ହେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି। ଗୋଟିଏ ପଟେ ଶିବ ସେନା ହାତରୁ ଶାସନ ଭାର ଚାଲି ଯାଇଥିବା ବେଳେ। ଏହାର ସହଯୋଗୀ ବା ଦଳୀୟ ନେତାଙ୍କ ଉପରେ ବଢ଼ିଚାଲିଛି ଚାପ। ମନିଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ଶିବସେନା ନେତା ସଞ୍ଜୟ ରାଓତ। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଇଡି ପକ୍ଷରୁ ନୋଟିସ୍ ହୋଇଥିବା ବେଳେ ସେ ଆଜି ଦିନ ୧୨ଟାରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଏବେ ତାଙ୍କୁ ସେଠାରେ ପଚରାଉଚରା ଚାଲିଛି । ତେବେ ଦଳୀୟ କର୍ମୀମାନେ ଯାଞ୍ଚ ଏଜେନ୍ସି ଅଫିସ ସମ୍ମୁଖରେ ଏକାଠି ନହେବାକୁ ସେ ନିବେଦନ କରିଛନ୍ତି । ଶିବସେନା ପକ୍ଷରୁ ରାଜ୍ୟସଭା ଏମପି ଥିବା ସଞ୍ଜୟ ରାଓତ ମଙ୍ଗଳାବାର ଇଡିରେ ହାଜାର ହେବାର ଥିଲା। କିନ୍ତୁ ତାଙ୍କ ଓକିଲ ଏ ସମ୍ପର୍କରେ କାଗଜପତ୍ର ଦାଖଲ ପାଇଁ ୨ ସପ୍ତାହ ସମୟ ମାଗିଥିଲେ। କିନ୍ତୁ ଏହି ଆବେଦନକୁ ଖାରଜ କରିଦୁଆଯାଇଥିଲା।ହଜାରେ କୋଟି ଟଙ୍କାର ପୁରୁଣା ‘ପତ୍ର ଚାୱଲ ଜମି ଦୁର୍ନୀତି’ ମାମଲାରେ ଗତ ସୋମବାର ଇଡି ତାଙ୍କୁ ସମନ କରିଥିଲା। ଏହି ମାମଲାରେ ପୂର୍ବରୁ ଇଡି ରାଉତ ଓ ତାଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କ ମାଲିକାନାରେ ଥିବା ୯ କୋଟିର ସମ୍ପତ୍ତି ଜବତ କରିଛି। ଏଥିରେ ସଞ୍ଜୟଙ୍କ ପତ୍ନୀ ବର୍ଷାଙ୍କ ନାମରେ ଥିବା ୨ କୋଟିର ସମ୍ପତ୍ତି ମଧ୍ୟ ରହିଛି।

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ହଟଚମଟ ମଧ୍ୟରେ ସଞ୍ଜୟଙ୍କୁ ଇଡି ସମନ କରିବା ନେଇ ଚର୍ଚ୍ଚା ହୋଇଥିଲା। ସଞ୍ଜୟଙ୍କ ପାଟି ଚୁପ୍‌ ପାଇଁ ବିଜେପିର ଏହା ଏକ ଷଡ଼ଯନ୍ତ୍ର ବୋଲି ଶିବସେନା ଓ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଉଛି ।ସଞ୍ଜୟ କହିଛନ୍ତି ଯେ ଇଡି ତାଙ୍କୁ ଗିରଫ କଲେ ବି ସେ ଭୟ କରନ୍ତି ନାହିଁ। ତାଙ୍କୁ ମାରିଦେଲେ ମଧ୍ୟ ସେ ପାଟି ବନ୍ଦ କରିବେ ନାହିଁ । ଗତ ଶୁକ୍ରବାର ଶିବସେନା ନେତା ତଥା ପୂର୍ବତନ ମନ୍ତ୍ରୀ ଅର୍ଜୁନ ଖୋଟକରଙ୍କ ସମ୍ପତ୍ତି ଜବତ କରିଛି ଇଡି। ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଦ୍ବାରା ‘ସହକାରୀ ସକର କାରଖାନା’ ସମବାୟ ଚିନିକଳକୁ ବେଆଇନ ଭାବେ ନିଲାମ କରିବା ଅଭିଯୋଗ ଉପରେ ଇଡି ଏହି ପଦକ୍ଷେପ ଗ୍ରହଣ କରିଛି। ତାଙ୍କ ବିରୋଧରେ ବେଆଇନ ଅର୍ଥକାରବାର ଅଭିଯୋଗ ରହିଛି। ଅନ୍ୟ ପକ୍ଷରେ ଏନସିବି ମୁଖ୍ୟ ଶରଦ ପାୱାରଙ୍କୁ ଇନକମ ଟ୍ୟାକ୍ସ ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: