ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଧାସଭାରେ ପ୍ରଶ୍ନ

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଧାସଭାରେ ପ୍ରଶ୍ନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଧାନସଭା ଶୂନ୍ୟ କାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, ବିକାଶମୂଳକ କାର୍ଯ୍ୟକୁ କେହି ବିରୋଧ କରିବେ ନାହିଁ । ମାତ୍ର ବିକାଶ ନା ରେ ଯଦି ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ ।ଭାଇବ୍ରେସନ ଯୋଗୁଁ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି ।ଆମେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇନାହୁଁ ବୋଲି ଏଏସଆଇ ଓ ଏଏନଏମ୍ କହିଛନ୍ତି ।ବାସ୍ତବ କଥା କଣ । ବିଧାନସଭାରେ ଏକ ଟିମ ଗଠନ କରି ପୁରୀ ପଠାଇବା ପାଇଁ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଦାବି କରିଛନ୍ତି । ସେହିପରି ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ବିଧାନସଭା କମିଟି ଗଠନ ନେଇ ଦାବି କରିଛନ୍ତି ।ସେପଟେ ଏନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପ୍ରକୃତରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି କି ନାହିଁ । ଲୋକଙ୍କ ସନ୍ଦେହ ଦୂର କରିବା ସରକାରଙ୍କ ଦାୟିତ୍ୱ । ତେଣୁ ଏକ କମିଟି ଗଠନ କରିବା ପାଇଁ ନରସିଂହ ମିଶ୍ର ଦାବି କରିଛନ୍ତି । ବିଜେପି ସଦସ୍ୟ ମାନେ ଏନେଇ ହୋ ହାଲ୍ଲା ମଧ୍ୟ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: