ବିନା ଦୋକାନୀରେ ଭାରତର ଏହି ସହରରେ ଚାଲେ ଦୋକାନ

ବିନା ଦୋକାନୀରେ ଭାରତର ଏହି ସହରରେ ଚାଲେ ଦୋକାନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭାରତ ସଂସ୍କୃତି ସାରା ବିଶ୍ବରେ ପୂଜିତ ହୋଇଥାଏ। ତେବେ ଭାରତରେ ଏପରି ଏକ ରାଜ୍ୟ ରହିଛି ଯାହାର କୋଣେ ଅନୁକୋଣେ ଏକ ନୂତନ ସଂସ୍କୃତି ଏବଂ ଏକ ନୂତନ ଭାଷା ଦେଖିବାକୁ ମିଳେ। କେବଳ ସେତିକି ନୁହେଁ ଏଠାରେ ବିନା ଦୋକାନୀରେ ଦୋକାନଗୁଡ଼ିକ କେବଳ ବିଶ୍ଵାସରେ ଚାଲିଥାଏ। ଏଠାରେ ଦୋକାନରେ କୌଣସି ଦୋକାନୀ ନଥାନ୍ତି। ଆସନ୍ତୁ ଜାଣିବା ଏହି ରାଜ୍ୟ ଏବଂ ଏଠାରେ ଥିବା ଦୋକାନଗୁଡ଼ିକ ବିଷୟରେ।ଭାରତର ଉତ୍ତର ଭାଗରେ ଅବସ୍ଥିତ ମିଜୋରାମ ରାଜ୍ୟର ରାଜପଥ କଡ଼ରେ ପନିପରିବା ଏବଂ ଫଳ ଦୋକାନ ମାନ ରହିଥାଏ। ଏହି ଦୋକାନଗୁଡ଼ିକରେ କୌଣସି ଦୋକାନୀ ନଥାନ୍ତି। ଏଠାରେ ଗୋଟିଏ ଖୁଣ୍ଟରେ କେବଳ ମୂଲ୍ୟ ଲେଖାଯାଇ ଏକ ଛୋଟ ବୋର୍ଡ ଝୁଲା ଯାଇଥାଏ ଏବଂ ଟଙ୍କା ରଖିବା ପାଇଁ ଏକ ବାକ୍ସ ରହିଥାଏ।

ମିଜୋରାମର ରାଜଧାନୀ ଆଇଜଲ ଠାରୁ ୨୦୦ କିଲୋମିଟର ଦୂରରେ ଏକ ଛୋଟ ସହର ହେଉଛି ଶିଲଂ, ଏଠାରେ ଦୋକାନ ଗୁଡ଼ିକ କେବଳ ଭରସାରେ ଚାଲିଥାଏ। ଏହି ଦୋକାନଗୁଡ଼ିକ ବିଷୟରେ ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜି ପର୍ଯ୍ୟନ୍ତ ଏହି ଦୋକାନଗୁଡ଼ିକରେ କେବେ ବି ଚୋରି ହୋଇନାହିଁ କି କେହି ଠକିକି ଚାଲି ଯାଇ ନାହିଁ।ମିଜୋରାମରେ, ଏହି ସଂସ୍କୃତିକୁ ‘ନଘାହା-ଲୋଉ-ଡୋର୍’ କୁହାଯାଏ। କରୋନା ଅବଧି ସମୟରେ ଏହି ଦୋକାନଗୁଡ଼ିକ ଆରମ୍ଭ ହୋଇଥିଲା।

ରାଜପଥ ପାର୍ଶ୍ୱରେ ନିର୍ମିତ ଏହି ଦୋକାନଗୁଡ଼ିକରେ ପନିପରିବା, ଫଳ, ମାଛ ମଧ୍ୟ ବିକ୍ରି ହୁଏ।ଯିଏ ଏଠାରୁ ସାମଗ୍ରୀ କିଣନ୍ତି, ସେମାନେ ଦୋକାନରେ ରଖାଯାଇଥିବା ବ୍ୟାଗରେ ସେତିକି ଟଙ୍କା ରଖି ତା’ପରେ ଜିନିଷଗୁଡ଼ିକୁ ସେଠାରୁ ନେଇଯାଇଥାନ୍ତି। ଏହି ଦୋକାନଗୁଡିକ ଏଭଳି ଚଲାଇବା ପଛର କାରଣ କିଛି ଏପରି ରହିଛି। କୁହାଯାଏ ଯେ ଏଥିରୁ ଅଧିକାଂଶ ଦୋକାନ ଚାଷୀମାନଙ୍କର,ଯଦି ସେମାନେ ଦୋକାନରେ ବସିବା ଆରମ୍ଭ କରିବେ ତେବେ ସେମାନଙ୍କର ଚାଷ ପାଇଁ ସମୟ ମିଳିବ ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: