ସାଜିଦଙ୍କ ପାଇଁ ବନ୍ଦ ହୋଇପାରେ ‘ବିଗ୍ ବସ୍ ୧୬’, ମାମଲା ଗଲା ଥାନାକୁ

ସାଜିଦଙ୍କ ପାଇଁ ବନ୍ଦ ହୋଇପାରେ ‘ବିଗ୍ ବସ୍ ୧୬’, ମାମଲା ଗଲା ଥାନାକୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୁହାଯାଏ କେତେକ କର୍ମର ଫଳ ଆମ ପିଛା କେବେ ବି ଛାଡେନି, ସେ ଖରାପ କର୍ମ ହେଉ କି ଭଲ! ସବୁ କର୍ମର ପ୍ରଭାବ ରହିଥାଏ। ଏବେ ସେମିତି କୁକର୍ମର ଫଳ ଭୋଗୁଛନ୍ତି ସାଜିଦ ଖାନ। ଏବେ ତାଙ୍କ ପାଇଁ ‘ବିଗ୍ ବସ୍ ୧୬’ ବନ୍ଦ ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି। ‘ବିଗ୍ ବସ୍ ୧୬’ରେ ଫିଲ୍ମ ନିର୍ମାତା ସାଜିଦ ଖାନଙ୍କ ଏଣ୍ଟ୍ରି ଅନେକ ସମସ୍ୟା ଛିଡ଼ା କରିଛି। ଏବେ ଅନେକ ଅଭିନେତ୍ରୀ ସାମ୍ନାକୁ ଆସି ସାଜିଦ ଖାନଙ୍କ ବିରୋଧରେ ଯୌନ ଶୋଷଣ ସହ ଅନ୍ୟାନ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କୁ ଶୋ’ରୁ ବାହାର କରିବାକୁ ଦାବି କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ଦାବିକୁ ପ୍ରଯୋଜନା ସଂସ୍ଥା ଶୁଣି ନାହିଁ ଅଣଦେଖା କରିଛି। ଏହି ସମୟ ମଧ୍ୟରେ ସାଜିଦ ଖାନଙ୍କ ବିରୋଧରେ ଶେରଲିନ୍ ଚୋପ୍ରା ଏଫ୍ଆଇଆର୍ ଦାଖଲ କରିଛନ୍ତି। କେବଳ ଏତିକି ନୁହେଁ ଶୋ’ର ଟେଲିକାଷ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମଧ୍ୟ ସେ ଏକ ଚିଠି ଲେଖିଛନ୍ତି।

ପୋଲିସ ଷ୍ଟେସନକୁ ଶେରଲିନ ଚୋପ୍ରା ଯାଇଥିବା ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳେ ଯେ ଅଭିନେତ୍ରୀ ସାଜିଦ ଖାନଙ୍କ ବିରୋଧରେ ନିଜର ଅଭିଯୋଗ ପ୍ରକଟ କରିବା ସହ ମନ ଭରି ଗାଳି ଦେଉଛନ୍ତି। ଏହା ସହିତ ସାଜିଦ ଖାନଙ୍କୁ ନେଇ ଶେରଲିନ ଚୋପ୍ରା କହିଛନ୍ତି ଯେ ସେ ଏବଂ ସମସ୍ତ ପୀଡିତ ମହିଳା ବିଗ୍ ବସ୍ ପାଖରେ ଦାବି କରିଥିଲେ ଯେ ସାଜିଦଙ୍କୁ ଶୋରୁ ବାହାର କରିଦେବା ଉଚିତ୍, କିନ୍ତୁ ସେମାନଙ୍କ ଦାବିକୁ ଅଣଦେଖା କରାଯାଇଥିଲା। ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ସାଜିଦ ଖାନଙ୍କୁ ବିଗ୍ ବସ୍ ଘରୁ ସାଜିଦ ଖାନକୁ ବାହାର ନକରିବା ପର୍ଯ୍ୟନ୍ତ ସୋ’ର ଟେଲିକଷ୍ଟ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।

କହି ରଖୁଛୁ ଯେ, ୨୦୧୮ ମସିହାରେ MeToo ଅଭିଯାନ ସମୟରେ, ପାଖାପାଖି ୧୦ ଜଣ ମହିଳା ସାଜିଦ ଖାନଙ୍କ ବିରୋଧରେ ଯୌନ ଶୋଷଣର ଗମ୍ଭୀର ଅଭିଯୋଗ ଆଣିଥିଲେ । ଏହା ପରେ ସମସ୍ତ ଅଭିନେତ୍ରୀମାନେ ମଧ୍ୟ ତାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ଗତ ୪ ବର୍ଷ ଧରି ସେ ଲାଇମଲାଇଟ୍ ଠାରୁ ଦୂରରେ ଥିଲେ, କିନ୍ତୁ ବିଗ୍ ବସ୍ ୧୬ ରେ ତାଙ୍କ ଏଣ୍ଟ୍ରି ବିଷୟରେ ଆଲୋଚନା ସାମ୍ନାକୁ ଆସିବା ମାତ୍ରେ ପୁଣି ବିବାଦ ଆରମ୍ଭ ହୋଇଥିଲା। ତେବେ ଦେଖାଯାଉ ‘ବିଗ୍ ବସ୍ ୧୬’ରୁ ସାଜିଦ ଆଉଟ୍ ହେଉଛନ୍ତି ନା ଶୋ ବନ୍ଦ ହେଉଛି।ଅତୀତରେ ସୋନା ମହାପାତ୍ର, ଉର୍ଫି ଜାଭେଦ୍ ସାଜିଦଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଯାହା ପରେ ସାଜିଦ ଖାନଙ୍କ ଅଲି ଫଜଲ ମଧ୍ୟ ସାଜିଦଙ୍କୁ ସୋ’ରୁ ବାହାର କରିବାକୁ ଦାବି କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: