ଏହି ଫିଲ୍ମ ପାଇଁ କିଙ୍ଗ୍ ଖାନ୍ ନେଇଛନ୍ତି ଶହେ କୋଟି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ‘ପଠାନ’ ଫିଲ୍ମ ପାଇଁ ଶାହାରୁଖ ୧୦୦ କୋଟି ଟଙ୍କା ନେଇଥିବା ଚର୍ଚ୍ଚା ହେଉଛି। ତେବେ ଏନେଇ ଫିଲ୍ମ ମେକର୍ସ କିମ୍ବା ଶାହାରୁଖଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ। ଯଦି ଏହା ସତ, ତେବେ ଶାହରୁଖ ବଲିଉଡର ସବୁଠାରୁ ଦାମୀ ହିରୋ ଭାବେ ଗଣାହେବେ। ଏପରି କି ସେ ସଲମାନ ଖାଁ ଓ ଅକ୍ଷୟ କୁମାରଙ୍କୁ ମଧ୍ୟ ପଛରେ ପକାଇଦେବେ। ତାଙ୍କ ପୂର୍ବରୁ କୌଣସି ହିରୋ ଏତେ ମାତ୍ରାରେ ପାରିଶ୍ରମିକ ନେଇ ନାହାନ୍ତି। ଶାହାରୁଖଙ୍କ ପ୍ରାଇସ ଖବର ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି। ଏହି ଫିଲ୍ମରେ ତାଙ୍କ ସହ ଦୀପିକା ପାଦୁକୋନ ଓ ଜନ ଆବ୍ରାହମ ରହିଛନ୍ତି।

%d bloggers like this: