ସେମି ପପୁଲାର ଆକ୍ଟ୍ରେସ୍ ସାୟନୀ

ସେମି ପପୁଲାର ଆକ୍ଟ୍ରେସ୍ ସାୟନୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ହିନ୍ଦୀ ସିନେମା, ଓଟିଟି ସିରିଜ୍ ଓ କ୍ଷୁଦ୍ର ଚଳଚ୍ଚିତ୍ର ଏପରିକି ସଙ୍ଗୀତ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିବା ସତ୍ତ୍ବେ ଆଗାମୀ ଦିନରେ ନିଜକୁ ଭିନ୍ନ ଭିନ୍ନ ଚରିତ୍ରରେ ଆହୁରି ବିଶ୍ଲେଷଣ କରିବାର ଇଚ୍ଛା ରଖିଛନ୍ତି ସୟାନୀ ଗୁପ୍ତା । ତାଙ୍କ ମତରେ ପେଶାଗତ ଜୀବନର ଶୀର୍ଷରେ ପହଞ୍ଚିବାକୁ ହେଲେ ତାଙ୍କୁ ପରଦାରେ ପ୍ରତିଟି ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ। ମଧ୍ୟବିତ୍ତ ବଙ୍ଗାଳୀ ପରିବାରରେ ଜନ୍ମିତା ସୟାନୀ ଗୁପ୍ତାଙ୍କ ମନ ପିଲାଟିବେଳୁ ହିଁ ଅଭିନୟ ଆଡ଼କୁ ଆକର୍ଷିତ ହୋଇଥିଲା । ୨ ବର୍ଷ ଆୟୁରୁ ନୃତ୍ଯ ପ୍ରଶିକ୍ଷଣ ଏବଂ ୩ ବର୍ଷରୁ ଥିଏଟର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ଏହାପରେ ପିତାମାତାଙ୍କଠୁ ସମର୍ଥନ ପାଇ ପୁଣେର ଆକ୍ଟି ଇନଷ୍ଟିଚ୍ୟୁଟରେ ଅଭିନୟର ପ୍ରକୃତ ଶିକ୍ଷା ଗ୍ରହଣ କରିଥିଲେ । ଏହାକୁ ନେଇ ଅଭିନେତ୍ରୀକୁହନ୍ତି ଯେ ‘ଅଭିନୟ ଏକ ଧୀର ପ୍ରକ୍ରିୟା, ଯାହା ସମୟ ସହ ଆସିଥାଏ’ । କେବଳ ଅଭିନୟ ନୁହେଁ ଭାରତନାଟ୍ଯମ, ମର୍ଡନ ଡାନ୍ସ, ବାଲେଟ୍ ଏବଂ ମାର୍ସଲ ଆଟର୍ସରେ ମଧ୍ୟ ସେ ଜଣେ ସୁଦକ୍ଷ ଛାତ୍ରୀ । ଥିଏଟରରେ ନିଜକୁ ପ୍ରମାଣିତ କରିବା ପରେ ୨୦୧୨ରେ ବଲିଉଡ୍ ଇଣ୍ଡଷ୍ଟ୍ରୀ ମୁହାଁ ହୋଇଥିଲେ । ପ୍ରଥମେ ପ୍ରଥମେ ସହକଳାକାର ଚରିତ୍ରରେ ଅଭିନୟ କରି ନିର୍ମାତା, ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ ।

କିନ୍ତୁ ସିନେମା ଜଗତରେ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା ‘ମାର୍ଗାରିଟା ଓ୍ୱିଥ୍ ଏ ଷ୍ଟ୍ର’ରେ ସମଲିଙ୍ଗୀ ଚରିତ୍ର । ଏହାପରେ ବଲିଉଡ୍ ର ବଡ଼ ବଡ଼ ଷ୍ଟାରଙ୍କ ସହ କାମ କରିବାର ସୋଭାଗ୍ଯ ଅର୍ଜନ କରିଥିଲେ । ହେଲେ ଓଟିଟି ଦୁନିଆ ତାଙ୍କୁ ଅଧିକ ଲୋକପ୍ରିୟତା ପ୍ରଦାନ କରିବାକୁ ଲାଗିଲା । ‘ଇନସାଇଡ୍ ଏଜ୍’, ‘ଫୋର୍ ମୋର୍ ସଟର୍ସ ପ୍ଲିଜ୍’ ପରି େଓ୍ୱବସିରିଜ୍ ରେ ଅଭିନୟର ଭିନ୍ନ ଛାପ ଛାଡ଼ି ରାତାରାତି ଓଟିଟିର ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ହୋଇଥିଲେ । ଆହୁରି ମଧ୍ୟ କ୍ଷୁଦ୍ର ଚଳଚ୍ଚିତ୍ରରେ ମଧ୍ୟ କାମ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି । କେବଳ ସେତିକି ନୁହେଁ ‘ଆର୍ଟିକିଲ୍ ୧୫’ର ଏକ ଗୀତରେ ନିଜେ କଣ୍ଠଦାନ କରି ତାଙ୍କ ସଙ୍ଗୀତର କଳାକୁ ସମସ୍ତଙ୍କ ଆଗାରେ ପରିଚିତ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: