ଆଜିଠୁ ୫ଦିନିଆ ସ୍କୁଲ ବନ୍ଦ

ଆଜିଠୁ ୫ଦିନିଆ ସ୍କୁଲ ବନ୍ଦ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରଚଣ୍ଡ ଖରା ପାଇଁ ଆଲର୍ଟ ଜାରି, ଆଜିଠୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୫ ଦିନ ଅର୍ଥା‌ତ୍‌ ଏପ୍ରିଲରୁ ୨୬ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ଘରୋଇ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଲାଗି ଏହି ନିୟମ ଲାଗୁ ହେବ।ମାତ୍ର ଏହି ସମୟ ମଧ୍ୟରେ ଦଶମ ଓ ଯୁକ୍ତ୨ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଅନୁଷ୍ଠିତ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଆଜି ବିଭାଗ ଅଧୀନ ସମସ୍ତ ନିର୍ଦେଶାଳୟକୁ ଅବଗତ କରାଇଛନ୍ତି ।ବର୍ତମାନ ସମୟରେ ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଛୁଟି କରାଗଲେ ପିଲାଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହେବ। ପାଖାପାଖି ଦୁଇ ମାସ ଧରି ପୁଣି ପାଠପଢ଼ା ପଛେଇ ଯିବ। ତେଣୁ ଗ୍ରୀଷ୍ମ ଛୁଟିରେ କୌଣସି ପରିବର୍ତନ ନ କରି ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ହିଟ୍‌ ୱେଭ୍‌ ଆଧାରରେ ଆସନ୍ତା ୫ ଦିନ ଲାଗି ସ୍କୁଲଗୁଡ଼ିକରେ ପିଲାଙ୍କ ପାଠପଢ଼ା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: