ଆଶ୍ଚର୍ଯ୍ୟ! ମହିଳାଙ୍କ ଆଖିରୁ ଏକାଥରେ ବାହାରିଲା ୨୩ କଣ୍ଟାକ୍ଟ ଲେନ୍ସ

ଆଶ୍ଚର୍ଯ୍ୟ! ମହିଳାଙ୍କ ଆଖିରୁ ଏକାଥରେ ବାହାରିଲା ୨୩ କଣ୍ଟାକ୍ଟ ଲେନ୍ସ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଅନେକ ଲୋକ ଆଖି ସମସ୍ୟା କିମ୍ବା ଫ୍ୟାଶନ୍ ପାଇଁ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତି। କିନ୍ତୁ ଯଦି ଆପଣ ଲେନ୍ସକୁ କିପରି ସଠିକ୍ ଭାବରେ ଲଗାଇବେ କିମ୍ବା କାଢିବେ ତାହା ଜାଣି ନାହାଁନ୍ତି, ତେବେ ଏହା ଆପଣଙ୍କ ଆଖି ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। ଟିକିଏ ଅସାବଧାନତା ଆପଣଙ୍କୁ ଅପରେସନ୍ ଥିଏଟରକୁ ନେଇପାରେ କିମ୍ବା ଦୃଷ୍ଟିହୀନ କରିପାରେ। ତେବେ ଜଣେ ଆମେରିକୀୟ ମହିଳାଙ୍କ ସହ ଯାହା ଘଟିଛି ଆପଣ ଜାଣିଲେ ଚକିତ ହୋଇଯିବେ। ମହିଳା ଜଣଙ୍କ ଆଖି ଯନ୍ତ୍ରଣା ନେଇ ଡାକ୍ତରଙ୍କ ନିକଟରେ ପହଞ୍ଚିବା ପରେ ତାଙ୍କର ଗୁରୁତର ଭୁଲ୍ ଅନୁଭବ କରିଥିଲେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଡାକ୍ତର ମହିଳାଙ୍କ ଆଖିରୁ ଗୋଟିଏ କି ଦୁଇଟି ନୁହେଁ, ୨୩ ଟି କଣ୍ଟାକ୍ଟ ଲେନ୍ସ ଅପରେସନ ଦ୍ଵାରା କଢ଼ିଥିଲେ। ଦିନରେ କଣ୍ଟାକ୍ଟ ଲେନ୍ସ ବ୍ୟବହାର ପରେ କାଢି ରଖିବା କଥା ଶୋଇବା ସମୟରେ। କିନ୍ତୁ କାଲିଫର୍ନିଆର ଏହି ମହିଳା ଜଣଙ୍କ ଶୋଇବା ପୂର୍ବରୁ ପ୍ରତିଦିନ ରାତିରେ ସେଗୁଡ଼ିକୁ ବାହାର କରିବାକୁ ଭୁଲିଯାଉଥିଲେ। ପରଦିନ ସେ ଏକ ନୂଆ କଣ୍ଟାକ୍ଟ ଲେନ୍ସ ପିନ୍ଧୁଥିଲେ । ଏହିପରି ୩ ଟି ଲେନ୍ସ ଗୋଟିଏ ଆଖିରେ ଏକାଠି ରହିଥିଲା। ଯେତେବେଳେ ମହିଳାଙ୍କ ଆଖିରେ ସମସ୍ୟା ଦେଖା ଦେବା ସହ ଯନ୍ତ୍ରଣା ଅନୁଭବ ହୋଇଥିଲା, ସେତେବେଳେ ସେ ଚେକଅପ୍ ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ଯେଉଁଠାରେ ଡାକ୍ତରମାନେ ମଧ୍ୟ ଆଖିର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡକ୍ଟର କ୍ୟାଟରିନା କୁର୍ଟିଭା ଲେନ୍ସ ଅପସାରଣ ପ୍ରକ୍ରିୟାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ୨୩ ଟି କଣ୍ଟାକ୍ଟ ଲେନ୍ସ ଗୋଟିଏ ପରେ ଗୋଟିଏ ଅପସାରଣ କରାଯାଉଥିବା ଦେଖିବାକୁ ମିଳିଛି।

ଏହି ଭିଡ଼ିଓ ଦେଖିବା ପାରେ କାହାର ବି ହୋସ ଉଡିଯିବ।ସେପ୍ଟେମ୍ବର ୧୩ ରେ california_eye_associats ନାମକ ଇନଷ୍ଟା ଆକାଉଣ୍ଟରୁ ସେୟାର ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ଲକ୍ଷ ଲୋକ ପସନ୍ଦ କରିଛନ୍ତି। ଭିଡିଓ ସେୟାର କରିବାବେଳେ ଡାକ୍ତର ଲେଖିଛନ୍ତି, ଗତକାଲି ମୋର କ୍ଲିନିକରେ ମୁଁ ଜଣେ ମହିଳାଙ୍କ ଆଖିରେ କଣ୍ଟାକ୍ଟ ଲେନ୍ସ ଦେଖିବାକୁ ପାଇଲି। ଲେନ୍ସ କାଢିବା ପାଇଁ ଏକ ଛୋଟ ସର୍ଜିକାଲ୍ ଯନ୍ତ୍ର ବ୍ୟବହାର କରାଯାଇଥିଲା ବୋଲି ଡାକ୍ତର କ୍ୟାଟରିନା କୁର୍ତ୍ତୀଭା କହିଛନ୍ତି। ସମସ୍ତ ଲେନ୍ସ ମହିଳାଙ୍କ ଆଖିରେ ଏକ ସ୍ତର ପରି ରହୁଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: