ଦେଶର ସ୍ଥିତି ଖରାପ ପାଇଁ ନୂପୁର ଶର୍ମା ଦାୟୀ

ଦେଶର ସ୍ଥିତି ଖରାପ ପାଇଁ ନୂପୁର ଶର୍ମା ଦାୟୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମା ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଦେଶର ବିଭିନ୍ନ ସ୍ଥାନରେ ସମ୍ପ୍ରଦିକ ହିଂସା ଦେଖିବାକୁ ମିଳୁଛି। ତେବେ ରାଜସ୍ଥାନ ଉଦୟପୁରରେ ହୋଇଥିବା ଟେଲର ହତ୍ୟାକାଣ୍ଡ ମଧ୍ୟ ଏହାର ପ୍ରଭାବ। ତେବେ ନୂପରଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ସୁପ୍ରିମକୋର୍ଟ କଡା ଭର୍ତ୍ସନା କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ନୂପୁର ଶର୍ମା ଟିଭି ସାମ୍ନାକୁ ଆସି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । ଆପଣଙ୍କ ପାଇଁ ସାରା ଦେଶର ସ୍ଥିତି ଖରାପ ହୋଇଛି। ଆପଣ କ୍ଷମା ମଗିବାରେ ବହୁତ୍ ଡେରି କରିଦେଇଛନ୍ତି।

ଏଥିସହ ଉଦୟପୁର ଘଟଣା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଦାୟୀ କରିଛନ୍ତି ।ତାଙ୍କ ପାଇଁ ଏଭଳି ଘଟଣା ଘଟିଥିବା ସୁପ୍ରିମକୋର୍ଟ କହିଛନ୍ତି । ସୂଚନା ଥାଉକି, ଆଜି ନୂପୁର ଶର୍ମା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଭିନ୍ନ ଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଯେତିକି ବି ମାମଲା ରୁଜୁ ହୋଇଛି ସେ ସବୁକୁ ଟ୍ରାନ୍ସଫର କରିବା ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତାଙ୍କର ଏହି ଆବେଦନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ‘ତାଙ୍କ ମନ୍ତବ୍ୟ ସାରା ଦେଶରେ ଲୋକଙ୍କ ମନରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା । ଆଜି ଦେଶରେ ଯାହା ଘଟୁଛି ସେଥିପାଇଁ ସେ ଦାୟୀ ।

ଏହାସହ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସଙ୍କ ମଧ୍ୟ ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଯେ,ନୂପୁରଙ୍କ ବିରୋଧରେ ପ୍ରଥମେ ଅଭିଯୋଗ ଦାଖଲ ହେବା ପରେ କି ପଦକ୍ଷେପ ନେଇଛି ଦିଲ୍ଲୀ ପୋଲିସ। ଏହାସହ ଉକ୍ତ ନ୍ୟୁଜ ଚ୍ୟାନେଲକୁ ମଧ୍ୟ ଭର୍ତ୍ସନା କରିଛନ୍ତି କୋର୍ଟ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: