EXCLUSIVE-ନଦୀ ଭଳି ବହି ଯିବାକୁ ଚାହେଁ: ଶାଶ୍ୱତ ଯୋଶୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ (ସାକ୍ଷାତକାର ବିଶେଷ); ସେ କୋଟିଏ କରତାଳିରେ ଗୋଟିଏ ଈର୍ଷାର ଗାଳି ଶୁଣିଛନ୍ତି। ତଥାପି କେବେ ସଂଯମତାକୁ ନିଜ ଠାରୁ ଦୂରେଇ ଦେଇନାହାନ୍ତି, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ଆଗରେ ଈର୍ଷାଳୁମାନେ ହାର୍ ମାନିଛନ୍ତି । ନିଜ ସ୍ୱଭାବ ପାଇଁ ଯେମିତି ପ୍ରଶଂସା ସାଉଁଟିଛନ୍ତି ସେମିତି ସେ ସାଉଁଟି ଚାଲିଛନ୍ତି ସ୍ନେହ, ଶ୍ରଦ୍ଧା ଓ ସମସ୍ତଙ୍କ ଭଲପାଇବା। ପ୍ରଶଂସା କେବେ ତାଙ୍କୁ କାରାୟତ କରିନାହିଁ, ନିଜ ଅଧ୍ୟବସାୟରେ ବି ବାଧା ସୃଷ୍ଟି କରିନି। ସମାଲୋଚକଙ୍କ ବୃଥା ସମାଲୋଚନା କେବେ ବ୍ୟତିବସ୍ତ କରିନି, ବିବ୍ରତ କରିନି। ତାଳି, ଗାଳିକୁ ମାଳି କରି ଓଡ଼ିଶାର ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ଆଗକୁ ବଢ଼ାଇବାରେ ବ୍ରତୀ ହୋଇଛନ୍ତି। ପାରମ୍ପରିକତାରେ ଆଧୁନିକତାର ଛାପ ଛାଡ଼ି ସେ ଆଜି ନିଜ ନାମକୁ ସାର୍ଥକ କରିପାରିଛନ୍ତି । ସେ ଆଉ କେହି ନୁହନ୍ତି, ଓଡ଼ିଶାର ଘରେ ଘରେ ପରିଚିତ ଓଡ଼ିଶୀ ନୃତ୍ୟୁ ଗୁରୁ ଶାଶ୍ୱତ ଯୋଶୀ ।

https://www.facebook.com/prismnewsodisha/videos/1328997674143187

ପ୍ରିଜମ ନ୍ୟୁଜ୍ ର ପାଞ୍ଚଟି ପ୍ରଶ୍ନ ଓ ଶାଶ୍ୱତଙ୍କ ଉତ୍ତରକୁ ନେଇ ଏହି ସ୍ୱତନ୍ତ୍ର ଉପସ୍ଥାପନା । ତା’ ପୂର୍ବରୁ ଏହି ବିଶିଷ୍ଟ କଳାକାରଙ୍କୁ କେଇ ପଦ ଉତ୍ସର୍ଗୀକୃତ….

ଶାଶ୍ୱତ…ଓଡ଼ିଶାର ଲୋକକଳାକୁ ପ୍ରଚାର ପ୍ରସାର ପାଇଁ ଅଘୋଷିତ ବ୍ରାଣ୍ଡ ଆମ୍ବାସଡର ବୋଲି କହିଲେ ଅତ୍ୟୁକ୍ତି ହେବନି । ସେ ଓଲିଉଡ୍ ହେଉ କି ବଲିଉଡ। ଟିଟିଲାଗଡ଼ ହେଉ କି ଆଇଫିଲ ଟାୱାର। ପୁରପଲ୍ଲୀରୁ ଦିଲ୍ଲୀ ସମସ୍ତଙ୍କ ଦିଲ୍ ଜିତିଥିବା ଶାଶ୍ୱତଙ୍କ ସମ୍ପର୍କରେ ଯେତେ କହିଲେ ବି କମ୍ ହେବ । ଟିଭି ରିୟଲିଟି ଶୋ’ ହେଉ କିମ୍ବା ବଡ଼ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଠି ଖୋଜା ପଡ଼ନ୍ତି ଶାଶ୍ୱତ। ନିଜର ନିଆରା ନୃତ୍ୟ ଶୈଳୀ ପାଇଁ ସେ ଯେତିକି ପ୍ରଶଂସା ସାଉଁଟିଛନ୍ତି ନିଜର ଆଭୂଷଣ, ବେଶଭୂଷା ଓ ରୂପବିନ୍ୟାସ ପାଇଁ ସମସ୍ତଙ୍କ ପାଇଁ ଉଦାହରଣ ପାଲଟନ୍ତି । ଅନେକ କିନ୍ତୁ ପରନ୍ତୁର ଇତିକୁ ଅନ୍ତ କରୁଥିବା ଗୋଟିଏ ନାମ ଶାଶ୍ୱତ ଯୋଶୀ । ଏବେ ଶାଶ୍ୱତଙ୍କୁ କରାଯାଇଥିବା ପାଞ୍ଚଟି ପ୍ରଶ୍ନର ଉତ୍ତର ମାଧ୍ୟମରେ ଅଧିକ କିଛି ଜାଣିବାକୁ ଚେଷ୍ଟା କରିବା ।

ପ୍ରିଜମ ନ୍ୟୁଜ୍ ର ପାଞ୍ଚଟି ପ୍ରଶ୍ନ ଓ ଶାସ୍ୱତଙ୍କ ଉତ୍ତରକୁ ନେଇ ଏହି ସ୍ୱତନ୍ତ୍ର ଉପସ୍ଥାପନ । ତା ପୂର୍ବରୁ ଏହି ବିଶିଷ୍ଟ କଳାକାରଙ୍କୁ କେଇ ପଦ ଉତ୍ସର୍ଗୀକୃତ….

ଶାସ୍ୱତ…ଓଡ଼ିଶାର ଲୋକକଳାକୁ ପ୍ରଚାର ପ୍ରସାର ପାଇଁ ଅଘୋଷିତ ବ୍ରାଣ୍ଡ ଆମ୍ବାସଡର ବୋଲି କହିଲେ ଅତ୍ୟୁକ୍ତି ହେବନି । ସେ ଓଲିଉଡ୍ ହେଉ କି ବଲିଉଡ । ଟିଟିଲାଗଡ଼ ହେଉ କି ଇଫେଲ ଟାୱାର । ପୁରପଲ୍ଲୀରୁ ଦିଲ୍ଲୀ ସମସ୍ତଙ୍କ ଦିଲ୍ ଜିତିଥିବା ଶାସ୍ୱତଙ୍କ ସମ୍ପର୍କରେ ଯେତେ କହିଲେ ବି କମ୍ ହେବ । ଟିଭି ରିୟଲିଟି ସୋ ହେଉ କିମ୍ବା ବଡ଼ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଠି ଖୋଜା ପଡ଼ନ୍ତି ଶାସ୍ୱତ । ନିଜର ନିଆରା ନୃତ୍ୟ ଶୈଳୀ ପାଇଁ ସେ ଯେତିକି ପ୍ରଶଂସା ସାଉଁଟିଛନ୍ତି ନିଜର ଆଭୂଷଣ, ବେଶ ଭୂଷା ଓ ରୂପ ବିନ୍ୟାସ ପାଇଁ ସମସ୍ତଙ୍କ ପାଇଁ ଉଦାହରଣ ପାଲଟନ୍ତି । ଅନେକ କିନ୍ତୁ ପରନ୍ତୁର ଇତିକୁ ଅନ୍ତ କରୁଥିବା ଗୋଟିଏ ନାମ ଶାସ୍ୱତ ଯୋଶୀ । ଏବେ ଶାସ୍ୱତଙ୍କୁ କରାଯାଇଥିବା ପାଞ୍ଚଟି ପ୍ରଶ୍ନର ଉତ୍ତର ମାଧ୍ୟମରେ ଅଧିକ କିଛି ଜାଣିବାକୁ ଚେଷ୍ଟା କରିବା ।

ପ୍ରିଜମ ନ୍ୟୁଜ୍ ଓଡ଼ିଶାର ପ୍ରଶ୍ନ: ଶାଶ୍ୱତ ନିଜକୁ କେମିତି ବର୍ଣ୍ଣନା କରିବେ?

ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଉତ୍ତର: ଶାଶ୍ୱତ ଅର୍ଥ ହେଲା ଇଣ୍ଟରନାଲ, ମୋ ମନରେ ଅନେକ ଆଧ୍ୟାତ୍ମିକତା ପ୍ରତି ଦୁର୍ବଳତା ରହିଛି । ମୁଁ ଇଶ୍ୱର ବିଶ୍ୱାସୀ । ସମର୍ପିତ ହୋଇ ନିଷ୍ଠାର ସହିତ ମୁଁ କାମ କରେ । ମୋତେ ସମସ୍ତେ ଗୁରୁ ଭାବେ ଗ୍ରହଣ କରନ୍ତି, ହେଲେ ମୁଁ ଜଣେ ପରଫରମର ହୋଇ ରହିବାକୁ ଚାହେଁ, ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀଜ୍ ଥିବା ଯାଏ ଶାସ୍ୱତ ନା ରହୁ ଏହା ମୋର ଆଶା ।

 ପ୍ରିଜମ ନ୍ୟୁଜ୍ ଓଡ଼ିଶାର ପ୍ରଶ୍ନ: ଟିଟିଲାଗଡ଼ରୁ ପ୍ୟାରିସର ଆଇଫେଲ ଟାୱାର ଯାତ୍ରାର ଅନୁଭୂତି ସମ୍ପର୍କରେ କ’ଣ କହିବେ?

ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଉତ୍ତର: ଏହା ଏକ ସତରେ ଲମ୍ବା ପ୍ରଶ୍ନ । ଯେହେତୁ ମୁଁ ଟିଟିଲାଗଡ଼ର ପିଲା, ବଲାଙ୍ଗିର ବୁ ବିଦେଶ ଯିବା ସତରେ ଏକ ନିଆରା ଅନୁଭୂତି । ପିଲାବେଳୁ ହିଁ ଯେବେ ଆକାଶରେ ପକ୍ଷୀ ଉଡ଼ୁଥିବାର ଦେଖୁଥିଲି ମୋର ବି ଇଚ୍ଛା ହେଉଥିଲା ଦିନେ ମୁଁ ବି ଏମିତି ଆକାଶରେ ଉଡ଼ିବି । ସେମାନେ ଯେମିତି ଆକାଶରେ କୋରିଓଗ୍ରାଫି ଭଳି ଭ୍ରମ ସୃଷ୍ଚି କରନ୍ତି ମୁଁ ବି ସେମିତି କିଛି କରିବ । ଟିଟିଲାଗଡ଼ରୁ ଟାୱାର ଯାତ୍ରା (ଆଇଫେଲ୍ ଟାୱାର) ବେଶ୍ ଲମ୍ବା ଥିଲା । ବହୁତ ଯୁବାବସ୍ଥାରେ ମୁଁ ପ୍ୟାରିସ ଯିବାର ସୁଯୋଗ ପାଇଥିଲି । ଆଇଫେଲ ଟାୱାରରେ ଦିନେ ପରଫର୍ମ କରିବି ବୋଲି ମନରେ ଆଶା ବାନ୍ଧିଥିଲି ଯାହା ସତ ପ୍ରମାଣିତ ହୋଇଛି । ଅନ୍ୟମାନେ ନିଜ ଦୃଢ଼ ଇଚ୍ଛା ଶକ୍ତି ବଳରେ ଏହାକୁ ସଫଳ କରିବାରେ ସମର୍ଥ ହେବେ ।

ପ୍ରିଜମ ନ୍ୟୁଜ୍ ଓଡ଼ିଶାର ପ୍ରଶ୍ନ: ଶାଶ୍ୱତଙ୍କ ପାଇଁ ପ୍ରେରଣା କିଏ? ପ୍ରେମ, ପରିବାର ମଧ୍ୟରେ କେମିତି ରଖୁଛନ୍ତି ସମନ୍ୱୟ?

ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଉତ୍ତର: ପ୍ରେରଣା ବହୁତ ଜଣ ଅଛନ୍ତି । ବାବା-ମାଆ ସମସ୍ତେ ମୋତେ ପ୍ରେରଣା ଦେଇଛନ୍ତି । ବଡ଼ କଥା ହେଉଛି ମୋତେ ଲାଗେ ମୁଁ ନିଜ ପାଇଁ ନିଜେ ପ୍ରେରଣା । କାହିଁକିନା ମୁଁ ଯେବେ ଏକେ ରୁହେ ଏକା ବସେ ଏକା ଭାବେ ସେତେବେଳେ ବହୁତ କିଛି କରିବାକୁ ଚେଷ୍ଟା କରେ ଆଗ୍ରହ ବି ହୁଏ । ଆପଣ ନିଜେ ହିଁ ନଜର ପ୍ରେରଣା ହେବା ଦରକାର । କ୍ରିଏଟିଭ୍ ୱାର୍ଲଡରେ ସମସ୍ତେ ମୋ ପାଇଁ ପ୍ରେରଣା ।

ମୁଁ କେବେ ପ୍ରେମ କରିନି । ମୋ ସାଙ୍ଗରେ ପ୍ରେମ ହୋଇଛି । ନୃତ୍ୟ ସହିତ ହିଁ ମୋର ପ୍ରେମ ହୋଇଛି । ମୋ ବାପା, ମା, ସ୍ତ୍ରୀ, ଝିଅ, ଉଭଣୀ ସମସ୍ତେ ମୋ ପରିବାରର ସଦସ୍ୟ । ମୋ ଲାସ୍ୟକଳା ଅନୁଷ୍ଠାନ ବି ମୋ ପରିବାରର ସଦସ୍ୟ । ଦେଶ ଓ ଦେଶ ବାହାରେ ରହିଥିବା ଲାସ୍ୟକଳାର ସମସ୍ତ ସଦସ୍ୟ ଜଣେ ଜଣେ ମୋ ପରିବାରର ଅଶଂ ବିଶେଷ । ପ୍ରେମ ଓ ପରିବାର ଏକ ପାରାଲେଲ ଟ୍ରାକ୍, ସମସ୍ତେ ମୋ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ।

ପ୍ରିଜମ ନ୍ୟୁଜ୍ ଓଡ଼ିଶାର ପ୍ରଶ୍ନ: ସଫଳତାର ରହସ୍ୟ? ବିବାଦକୁ କେମିତି ଗ୍ରହଣ କରନ୍ତି?

ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଉତ୍ତର: ସକସେସ ଇଜ୍ ନଟ ଏନ୍ ଏଚିଭମେଣ୍ଟ, ସକସେସ ଇଜ୍ ଜର୍ଣ୍ଣି । ଆପଣ ଯଦି ଏହାକୁ ଯାତ୍ରା ହିସାବରେ ସଫଳତାକୁ ନେବେ ତେବେ ଜୀବନର ପ୍ରତିଟି ମୋଡରେ ଆପଣ ସଫଳତା ପାଇ ଚାଲିବେ । ଯେତିକି ସକସେସ ହେଉ ତାହାର ଶ୍ରେୟ ନିଜକୁ ନୁହେଁ ଭଗବାନକୁ ଦିଅନ୍ତୁ , ଅନ୍ୟମାନଙ୍କୁ ଦିଅନ୍ତୁ ସଫଳତା ନିଶ୍ଚୟ ମିଳିଚାଲିବ ।

ବିବାଦକୁ ମୁଁ ପଜିଟିଭ୍ ଭାବରେ ଗ୍ରହଣ କରେ । ଷ୍ଟାର ହେବ ଆଉ କଣ୍ଟ୍ରୋଭର୍ସିକୁ ବିଶ୍ୱାସ କରିବେନି କେମିତି ହେବ? ସକସେସର ଗୋଟିଏ ପାର୍ଟ ହେଉଛି ସମାଲୋଚନା । ଆପଣ ଯଦି ସଫଳତାର ଶିଡ଼ି ଛଢୁଛନ୍ତି ତେବେ ବିବାଦ ମଧ୍ୟ ଆପଣଙ୍କ ଜୀବନରେ ଯୋଡ଼ି ହେବ ନିଶ୍ଚୟ । ଦୂରରେ ଥାଇ ଯେଉଁମାନେ ନାମ ଗୁଣ କିର୍ତ୍ତନ କରୁଛନ୍ତି ସେମାନେ ପ୍ରକୃତ ବନ୍ଧୁ । ଆମକୁ ଉଚିତ ଶିକ୍ଷା ଦେବା ପାଇଁ ଉଚିତ ଜିନିଷ ଜାଣିବା ପାଇଁ ସୁଯୋଗ ଦିଅନ୍ତୁ । ମୁଁ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରେ ।

ପ୍ରିଜମ ନ୍ୟୁଜ୍ ଓଡ଼ିଶାର ପ୍ରଶ୍ନ: ପ୍ରଶଂସା କେବେ ଅଭ୍ୟାସରେ ବାଧା ସୃଷ୍ଟି କରିଛି?

ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଉତ୍ତର: ନା ନା କେବେ ମଧ୍ୟ ନୁହେଁ, ଭୋକିଲା ପେଟରେ ଦାନା ଦେଲେ ଯେମିତି ଆତ୍ମା ଶାନ୍ତି ହୁଏ । ସେମିତି ମୁଁ ପ୍ରାକ୍ଟିସ କଲେ ହିଁ ମୁଁ ଫିଲ୍ କରେ ଯେ ମୁଁ କମ୍ପ୍ଲିଟ ମଣିଷ ବୋଲି । ମୁଁ ଅଭ୍ୟାସରେ କେବେ ବି କମ୍ପ୍ରମାଇଜ କରିନାହିଁ । ପ୍ରଶଂସା ଉତ୍ସାହିତ କରିବାର ଏକ ମାଧ୍ୟମ । ଆଗକୁ ବଢ଼ିବାର ସାହସ ଯୋଗାଏ । ମୁଁ ନଦୀ ଟିଏ ଆଗକୁ ଆଗକୁ ବହି ଯିବାକୁ ଚାହେଁ ।

ଶାଶ୍ୱତଙ୍କ ସମ୍ପୂର୍ଣ୍ଣ ଭିଡିଓ ସାକ୍ଷାତକାର ଦେଖିପାରିବେ ଆମ ଅଫିସିଆଲ ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରମ ଏବଂ ୟୁଟ୍ୟୁବ ଚ୍ୟାନେଲରେ ।

%d bloggers like this: