ଭାଇଜାନଙ୍କ ଏହି ଫିଲ୍ମ ଓଡ଼ିଆରେ ହେବ ରିଲିଜ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ଭାବୁଥିବେ ଯେ ଭାଇଜାନ ସଲମାନ ଖାନ ଏବେ କୋରୋନା ସମୟରେ କ’ଣ କରୁଛନ୍ତି ? ସେ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ପାଇଁ ତୟାରୀ କରୁଛନ୍ତି। ‘ଗନ୍ସ ଅଫ୍ ନର୍ଥ’ ନାମକ ଏକ ଅପରାଧ ଭିତ୍ତିକ ସିନେମା ପାଇଁ ଏବେ ଅଭିନେତା ସଲମାନ ଖାନ ପ୍ରସ୍ତୁତ ହେଉଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ, ଏହି ସିନେମାଟି ନିର୍ଦ୍ଦେଶକ ପ୍ରବୀଣ ତାର୍ଡେଙ୍କ ମରାଠୀ ଫିଲ୍ମ ‘ମୁଲସି ପାଟର୍ଣ୍ଣ’ର ରିମେକ୍। ‘ମୁଲସି ପାଟର୍ଣ୍ଣ’ ପୁଣେର ଚାଷୀମାନେ ନିଜ ଫସଲ ଉଜୁଡ଼ି ଯିବାପରେ କିପରି ଅପରାଧକୁ ଅପଣାଇ ଥା’ନ୍ତି ସେ ବିଷୟରେ ଆଧାରିତ। ସେହିପରି ‘ଗନ୍ସ ଅଫ୍ ନର୍ଥ’ ରେ ପଞ୍ଜାବ ଅପରାଧ ବିଷୟରେ ଆଧାରିତ। ଏଥିରେ ସଲମାନ ଖାନ ଜଣେ ପଞ୍ଜାବୀ ପୋଲିସ ଅଫିସର ଭୂମିକାରେ ଅଭିନୟ କରିବେ। ସେହିପରି ଅଭିନେତା ଆୟୁଷ ଶର୍ମା ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଭିରାଜ ମିନାବାଲା। ସେ ପୂର୍ବରୁ ଆୟୁଷ ଶର୍ମାଙ୍କ ଡେବ୍ୟୁ ଫିଲ୍ମ ‘ଲଭୟାତ୍ରୀ’ରେ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ‘ଗନ୍ସ ଅଫ୍ ନର୍ଥ’ର ସୁଟିଂ ଏପ୍ରିଲରେ ଶେଷ ହେବାର ଥିଲା । ମାତ୍ର, କୋରୋନା ଯୋଗୁ ଏହି ସୁଟିଂ ବାତିଲ ରହିଛି। କୋରୋନା ଥମିବା ପରେ ପୁଣି ଥରେ ଏହାର ସୁଟିଂ ଆରମ୍ଭ ହେବ।

ଏଥିରେ ଭାଇଜାନଙ୍କୁ ପ୍ରଥମେ ୨୦ ମିନିଟର ଏକ କେମୋ ଅଭିନୟ କରିବାର ଥିଲା। କିନ୍ତୁ, ପରେ ତାଙ୍କୁ ଏହି ଫିଲ୍ମରେ ପୂରା ଅଭିନୟ କରିବାକୁ ପଡ଼ିବ। ଏହି ଫିଲ୍ମଟି ପାଞ୍ଚଟି ଭାଷାରେ ରିଲିଜ ହେବ। ତାମିଲ, ତେଲୁଗୁ, କନ୍ନଡ, ଓଡ଼ିଆ ଏବଂ ହିନ୍ଦୀରେ ଏହି ସିନେମା ରିଲିଜ ହେବ।

Leave a Reply

Your email address will not be published. Required fields are marked *