ବାହା ହେବାକୁ ବାଉଳା ବର, PPE କିଟ୍ ପିନ୍ଧି ପଡ଼ିଲା ହାତଗଣ୍ଠି

ବାହା ହେବାକୁ ବାଉଳା ବର, PPE କିଟ୍ ପିନ୍ଧି ପଡ଼ିଲା ହାତଗଣ୍ଠି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଲଭ୍ କେଲିଏ କୁଛ ଭି କରେଙ୍ଗେ, ଏକଥା ଆପଣମାନେ ସମସ୍ତେ ଶୁଣିଥିବେ ନିଶ୍ଚେୟ । ହେଲେ କୁଛ ଭି ହୋ ଯାଏ… ସାଦି କରେଙ୍ଗେ, ଏକଥା ହୁଏତ ବହୁତ କମ୍ ଲୋକ ଶୁଣି ଥିବେ। ହେଲେ ମଧ୍ୟପ୍ରଦେଶରେ ଏମିତି ଏକ ସତ ଘଟଣା ଦେଖିବାକୁ ମିଳିଛି । ବର କରୋନା ସଂକ୍ରମିତ ହୋଇ ବି ବେଦିରେ ବସି ବାହା ହୋଇଛି । ଯାହାର ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ୍ ହେବାରେ ଲାଗିଛି ।

ଏହି ଭିଡିଓରେ ଆପଣମାନେ ଦେଖିପାରିବେ, ଉଭୟ ବର-କନ୍ୟା PPE କିଟ୍ ପିନ୍ଧି ବିବାହ ବେଦୀରେ ବସିଛନ୍ତି । ବ୍ରାହ୍ମୁଣ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ଏବଂ ରୀତିନୀତି ଅନୁସାରେ ଅଗ୍ନିକୁ ସାକ୍ଷୀ ରଖି ପରସ୍ପର ହାତ ଧରିଛନ୍ତି ବର-କନ୍ୟା ।

ରତଲାମ ତହସିଲଦାର ନବୀନ ଗର୍ଗ କହିଛନ୍ତି ଯେ, ଏପ୍ରିଲ ୧୯ରେ ବର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆମେ ବିବାହ ବନ୍ଦ କରିବାକୁ ଏଠାକୁ ଆସିଥିଲୁ । କିନ୍ତୁ ବରିଷ୍ଠ ଅଧିକାରୀଙ୍କ ଅନୁରୋଧ ଏବଂ ଗାଇଡ ଲାଇନ ଅନୁଯାୟୀ ଏହି ବିବାହ ସମ୍ପର୍ଣ୍ଣ ହୋଇଥିଲା। ସଂକ୍ରମଣ ବିସ୍ତାର ନହେବା ପାଇଁ ଏହି ଦମ୍ପତିଙ୍କୁ PPE କିଟ୍ ପିନ୍ଧା ଯାଇଥିଲା ।

ଗୋଟିଏ ପଟେ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢୁଥିବା ବେଳେ ଏପରି ବିବାହ ହେବାର ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏବଂ ସେମାନେ ସୁରକ୍ଷା ଓ ବିବାହକୁ ନେଇ ପ୍ରଶ୍ନ ଉଠାଇ ଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଅପେକ୍ଷା ମଧ୍ୟ କରାଯାଇ ପାରିଥାନ୍ତା। ଏତେ ଜଲଦି ବିବାହ କରିବା କଣ ଦରକାର ଥିଲା ? ଯଦି କେହି ପଜେଟିଭ୍ ହୁଅନ୍ତି, ତେବେ କ’ଣ ହେବ ? ଅନ୍ୟ ୟୁଜର୍ସ ଲେଖିଛନ୍ତି, ‘ଭାଇ, ଦୁଇ ମାସ ରହି ଯାଇଥାନ୍ତେ । କିଏ ଜାଣେ ଯଦି କିଛି ଭୁଲ୍ ହୋଇଯିବ । କାହିଁକି ଏତେ ରିକ୍ସ ନେବ ?

0 Comments

Leave Your Comment

Your email address will not be published. Required fields are marked *

%d bloggers like this: