ଓଟିଟିରେ ଆସିବ ଫିଲ୍ମ  ‘ଆର୍‌ଆର୍‌ଆର୍‌’

ଓଟିଟିରେ ଆସିବ ଫିଲ୍ମ ‘ଆର୍‌ଆର୍‌ଆର୍‌’

ପ୍ରିଜମ ନ୍ୟୁଜ ବ୍ୟୁରୋ: ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ କରିଛି ଫିଲ୍ମ ଆର୍‌ଆର୍‌ଆର୍‌। ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୭୫୦ କୋଟିରୁ ଅଧିକ ରୋଜଗାର କରିଛି। ଏହାର ମ୍ୟୁଜିକ୍‌ଠାରୁ ଆରମ୍ଭ କରି ଫିଲ୍ମର ଆକ୍ସନ ପର୍ଯ୍ୟନ୍ତ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଫିଲ୍ମ ରିଲିଜ ହେବା ପରେ କିଛି ଓ୍ବେବସାଇଟ୍‌ରେ ଲିକ୍‌ ହେବାର ଖବର ମଧ୍ୟ ଆସିଥିଲା। ତେବେ ଫିଲ୍ମଟି ହିନ୍ଦୀ, ତେଲୁଗୁ, ମାଲାୟାଲମ, ତାମିଲ ଏବଂ କନ୍ନଡରେ ମୁକ୍ତିଲାଭ କରିଥିଲା। ଏବେ ଏହା ଓଟିଟିରେ ରିଲିଜ ହେବ।‘ଆର୍‌ଆର୍‌ଆର୍‌’ ଗୋଟିଏ ନୁହେଁ, ଦୁଇଟି ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ଏହି ଫିଲ୍ମଟି ପ୍ରକୃତରେ ‘ଥାଲାଇଭି’ କିମ୍ବା ‘ରାଧେଶ୍ୟାମ’ ପରି ମୁକ୍ତିଲାଭ କରିବ। ଆଞ୍ଚଳିକ ଭାଷାରେ ‘ZEE-5’ ରେ ଆର୍‌ଆର୍‌ଆର୍‌ ରିଲିଜ ହେବ। ତେଲୁଗୁ, ତାମିଲ, ମାଲାୟାଲମ, ଏବଂ କନ୍ନଡ଼ରେ ‘ଆର୍‌ଆର୍‌ଆର୍‌’ଦେଖିବାକୁ ମିଳିଛି। ଦୁଇ ମାସର ରିଲିଜ ପରେ, ଫିଲ୍ମଟି ‘ZEE-5’ରେ ଆସିବ ହିନ୍ଦୀ ବ୍ୟତୀତ ସମସ୍ତ ଭାଷାରେ ଫିଲ୍ମ ଓଟିଟିରେ ଆସିବ। ଜୁନ୍‌ ୨୫ରେ ଓଟିଟି ପ୍ଲାଟଫର୍ମରେ ଏହାକୁ ଦେଖିପାରିବେ ଦର୍ଶକ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: