Foodies Villa-ବଳକା ଭାତରୁ ପ୍ରସ୍ତୁତ କରନ୍ତୁ ରଙ୍ଗୀନ ବରା

Foodies Villa-ବଳକା ଭାତରୁ ପ୍ରସ୍ତୁତ କରନ୍ତୁ ରଙ୍ଗୀନ ବରା

ପ୍ରିଜମ ନ୍ୟୁଜ ବ୍ୟୁରୋ: ସାଧାରଣତଃ ଭାତ ବଳି ଗଲେ ଅନେକ ଲୋକ ତାକୁ ଫିଙ୍ଗି ଦିଅନ୍ତି । ଆଉ କେହି କେହି ବାଧ୍ୟରେ ତାକୁ ପଖାଳ କରି ଖାଇଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏହି ବଳକା ଭାତରେ ଏକ ସୁନ୍ଦର ରେସିପି ତିଆରି କରିବା ଶିଖାଇବୁ । ଯାହାକି ଅତ୍ୟନ୍ତ ସ୍ଵାଦିଷ୍ଟ। ଏହା ହେଉଛି ଭିତ ବରା।ତେବେ ଆସନ୍ତୁ ଜାଣିବା ବଳକା ଭାତରୁ ଆପଣ କିପରି ପ୍ରସ୍ତୁତ କରିବେ ବରା।

ଆବଶ୍ୟକ ସାମଗ୍ରୀ:ବଳକା ଭାତ, ଗୋଟା ଜିରା, କଞ୍ଚାଲଙ୍କା, ପିଆଜ ଛୋଟ ଛୋଟ କଟା,ଅଦାରସୁଣ ପେଷ୍ଟ,କିଛି ଗ୍ରିନ ମଟର, ୨୫୦ ଗ୍ରାମ କଟା ବନ୍ଧା କୋବି,କର୍ଣ୍ଣଫ୍ଲୋର, ମଇଦା, କଞ୍ଚାଲଙ୍କା ୨/୪ ଟା ଛୋଟ ଛୋଟ କଟା, ଧନିଆ ପତ୍ର ଛୋଟ ଛୋଟ କଟା, ଲୁଣ,ଅଦାରସୁଣ ପେଷ୍ଟ, ଆବଶ୍ୟକ ଅନୁଯାୟୀ ତେଲ।

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ବଳକା ଭାତରେ ପାଣି ନଦେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏବେ ତାକୁ ଗୋଟିଏ ପାତ୍ରକୁ କାଢି ସେଥିରେ ଗାଜର, ଅଦାରସୁଣ ପେଷ୍ଟ, ଗ୍ରିନ ମଟର, କଟା ବନ୍ଧା କୋବି, କ୍ୟାପସିକମ, ପିଆଜ, କଞ୍ଚା ଲଙ୍କା, ହଳଦୀ, କର୍ଣ୍ଣଫ୍ଲୋର, ଧନିଆ ପତ୍ର, ଗୋଟା ଜିରା, ମଇଦା ଓ ସ୍ୱାଦ ଅନୁସାରେ ଲୁଣ ମିଶାଇ ଚକଟି ଦିଅନ୍ତୁ । ଏବେ ଏହାକୁ ବରା ଭଳି କରି ତେଲରେ ଛାଣନ୍ତୁ । ଭଲ ଭାବରେ ଉଭୟ ପାର୍ଶ୍ଵ ହେବା ପରେ ସେଗୁଡ଼ିକୁ ଗୋଟିଏ ପ୍ଲେଟକୁ କାଢି ଦିଅନ୍ତୁ । ଏବେ ଦେଖନ୍ତୁ ପ୍ରସ୍ତୁତ ହୋଇଗଲା ବଳକା ଭାତରେ ତିଆରି ସ୍ଵାଦିଷ୍ଟ ଓ ଆକର୍ଷଣୀୟ ବରା । ଯାହାକୁ ଆପଣ ଚଟଣୀ କିମ୍ବା ସସ୍ ସହ ଖାଇପାରିବେ । ଆପଣ ଏହାର ମଜା ସନ୍ଧ୍ୟାର ଚା’ ସହ ମଧ୍ୟ ନେଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: