ନୂଆବର୍ଷ ନିଶା! ଦୁଇଦିନରେ ପିଇଦେଲେ ୧୧୧ କୋଟିର ମଦ

ନୂଆବର୍ଷ ନିଶା! ଦୁଇଦିନରେ ପିଇଦେଲେ ୧୧୧ କୋଟିର ମଦ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିନା କଟକଣାରେ ଦୁଇବର୍ଷ ପରେ ଧୁମ୍ ଧାମରେ ପାଳିତ ହେଲା ନବବର୍ଷ। ୨୦୨୨ ବିଦାୟ ଦେଇ ନୂଆ ବର୍ଷ ୨୦୨୩ କୁ ସ୍ଵାଗତ କରିଛନ୍ତି ଲୋକେ। ଏହି ନୂଆବର୍ଷକୁ ସ୍ବାଗତ ଜଣାଇ ଏଥର ସାରା ଦେଶ ବେଶ ଧୁମଧାମରେ ପାଳନ କରିଛି ନବବର୍ଷ । ରାଜସ୍ଥାନରେ ମଧ୍ୟ ନୂଆବର୍ଷର ଜାକଜମକ ଦେଖିବାକୁ ମିଳିଛି । ତେବେ ନୂଆ ବର୍ଷାକୁ ସ୍ଵାଗତ କରିବା ପାଇଁ ମଦ ପିଇ ନୂଆ ରେକର୍ଡ କରିଛନ୍ତି ରାଜସ୍ଥାନବାସୀ, ମଦ ବିକ୍ରି ହେବାରେ ସମସ୍ତ ରେକର୍ଡ ଭାଙ୍ଗିଛି ଏହି ରାଜ୍ୟ। ମାତ୍ର ଦୁଇ ଦିନରେ ୧୧୧ କୋଟିରୁ ଅଧିକ ଟଙ୍କା ମୂଲ୍ୟର ମଦ ପିଛନ୍ତି ରାଜସ୍ଥାନବାସୀ।

ନୂଆ ବର୍ଷ ଉତ୍ସବ ପାର୍ଟିରେ ରେସ୍ତୋରାଁ, ବାର୍, କ୍ଲବ୍, ଫାର୍ମ ହାଉସ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ୧୧୧ କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଥିବା ସୂଚନା ମିଳିଛି । ଯେଉଁଥିରେ ପ୍ରାୟ ୨୦ କୋଟି ଟଙ୍କା ମୂଲ୍ୟର ବିଅର, ୮୮ କୋଟି ଟଙ୍କାର ମଦ, ୩୫.୨୬ କୋଟି ଟଙ୍କା ମୂଲ୍ୟର ବିଦେଶୀ ମଦ ବିକ୍ରି ହୋଇଛି । ତେବେ ଗତ ବର୍ଷ ପ୍ରାୟ ୮୮ କୋଟି ଟଙ୍କା ମୂଲ୍ୟର ମଦ ଜୟପୁରରେ ନୂଆ ବର୍ଷ ଉତ୍ସବ ପାଇଁ ବିକ୍ରି ହୋଇଥିଲା । ଜୟପୁର ପାଇଁ ଏଥର ଅବକାରୀ ବିଭାଗ ପକ୍ଷରୁ ୧୫୦ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ କରିଥିଲା। ନୂଆ ବର୍ଷ ଉତ୍ସବ ପାଇଁ ଜୟପୁର ସବୁଠାରୁ ବଡ ଗନ୍ତବ୍ୟସ୍ଥଳ ଥିଲା । ଯେଉଁଠାରେ ନୂତନ ବର୍ଷ ପାଳନ କରିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ। ଏ ସମ୍ପର୍କରେ ଅବକାରୀ ବିଭାଗ କହିଛି, ଏଥର ଡିସେମ୍ବର ୩୦ ଏବଂ ୩୧ରେ ୧୧୧ କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଥିବା ଜଣା ପଡ଼ିଛି । ଯାହାକି ୨୦୧୯ ମସିହାରେ, ୧୦୪ କୋଟି ଟଙ୍କା ରହିଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: